Categories
ଆଜିର ଖବର

ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ‘ବାୟୁ’

ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍‌ ୧୩ ତାରିଖରେ ଏହା ଦିଗ ପରିବର୍ତ୍ତନ କରିବା ପରେ ରାଜ୍ୟ ବାତ୍ୟାରୁ ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଥିଲେ। ମାତ୍ର ଆଜି ଅହମଦାବାଦ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ପୁନର୍ବାର ଗୁଜରାଟକୁ ପ୍ରତ୍ୟାବର୍ତ୍ତନ କରିପାରେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ଅହମଦାବାଦ ପକ୍ଷରୁ ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। ୧୭ ତାରିଖ ସୁଦ୍ଧା ଏହା କଚ୍ଛ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।

Categories
ଆଜିର ଖବର

ସେନସେକ୍ସ ଉପରେ ବାୟୁର ପ୍ରଭାବ : ୧୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ

ସାମୁଦ୍ରିକ ଝଡ ବାୟୁର ପ୍ରଭାବ ସେୟାର ବଜାର ଉପରେ ଅନୁଭୂତ ହୋଇଛି। ବିଗତ ପାଞ୍ଚ ଦିନ ଧରି ସବୁଜ ରହିଥିବା ଶେୟାର ବଜାର ଆଜି ଲାଲକୁ ଆସିଛି। ସେନସେକ୍ସ ଏହି ସମୟରେ ୧୦୦ ପଏଣ୍ଟ ତଳକୁ ଖସି ଆସିଥିବା ବେଳେ ନିଫ୍‌ଟୀ ୩୦ ପଏଣ୍ଟ ତଳକୁ ଖସି ଆସିଛି। ସେନସେକ୍ସ ୧୩୦.୩୫ ପଏଣ୍ଟ ହ୍ରାସ ପାଇବା ସହିତ ୩୯୬୨୬.୪୬ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୩୫.୯୦ ପଏଣ୍ଟ ତଳକୁ ଖସି ୧୧୮୭୦.୩୦ ପଏଣ୍ଟରେ ରହିଛି। ଏହି ସମୟରେ ଇଣ୍ଡସଇଣ୍ଡ ବ୍ୟାଙ୍କ, ସନ୍‌ ଫାର୍ମା, ବେଦାନ୍ତ, ଟାଟା ଷ୍ଟିଲ, ଏବଂ ଟାଟା ମୋଟର୍ସର ଅଂଶଧନ ମୂଲ୍ୟ ହ୍ରାସ ପାଇଥିବା ବେଳେ ଏଲ୍‌ ଆଣ୍ଡ ଟି, ଟିସିଏସ୍, ଆକ୍ସିସ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସର ଅଂଶଧନ ମୂଲ୍ୟରେ ବୃଦ୍ଧି ଘଟିଛି।

Categories
ଆଜିର ଖବର

ଦିଗ ପରିବର୍ତ୍ତନ କଲା ‘ବାୟୁ’ : ସ୍ପର୍ଶ କରିବନି ଗୁଜୁରାଟ ଉପକୂଳ

ଭୟଙ୍କର ରୂପ ନେଇଥିବା ସାମୁଦ୍ରିକ ଝଡ ବାୟୁ ଗୁଜୁରାଟ ମଧ୍ୟ ଦେଇ ପ୍ରବେଶ କରିବ ନାହିଁ ବୋଲି ଜଣା ପଡିଛି। ଏହା ଭେରାଭାଲ, ପୋରବନ୍ଦର ଏବଂ ଦ୍ବାରକା ନିକଟ ଦେଇ ଯିବ ବୋଲି ଏମ୍‌ଇଟି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି। ଏହା ପ୍ରଭାବରେ ଉପରୋକ୍ତ ତିନି ସହରରେ ବର୍ଷା ଏବଂ ପବନ ହେବ ବୋଲି ମଧ୍ୟ କୁହାଯାଇଛି। ଏଡି ଝଡ ପ୍ରଭାବରେ ପଶ୍ଚକିମ ରେଳବାଇ ପକ୍ଷରୁ ୭୦ଟି ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି। ଗୁଜୁରାଟର ପଶ୍ଚିମ ଉପକୂଳରେ ଆସନ୍ତା ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷା ଏବଂ ପବନ ହେବ ବୋଲି ମଧ୍ୟ ଏମ୍‌ଇଟି ପକ୍ଷରୁ ପ୍ରକାଶ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏହି ବାତ୍ୟା ପାଇଁ ଗୁଜରାଟ ଏବଂ ଡିଉରୁ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏତଦବ୍ୟତିତ ଏନ୍‌ଡିଆରଏଫ୍‌ର ୫୨ଟି ଟିମ୍‌ ମଧ୍ୟ ଗୁଜରାଟରେ ଉପସ୍ଥିତ ଥିଲେ।