Categories
ଆଜିର ଖବର ଖେଳ ଜାତୀୟ ଖବର

RCB ଏବଂ KKR ର କିଏ ହେବେ ଅଧିନାୟକ?: ସ୍ପଷ୍ଟ ହେଲା ଚିତ୍ର!

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ 2025 ର 18 ତମ ସିଜନ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି। ତଥାପି, ଏପରି ଅନେକ ଦଳ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ସେମାନଙ୍କର ଅଧିନାୟକ ଘୋଷଣା କରିନାହାଁନ୍ତି। ଏହି ତାଲିକାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟ ଅନ୍ତର୍ଭୁକ୍ତ। ଏହି ଦୁଇ ଦଳର ଅଧିନାୟକଙ୍କ ବିଷୟରେ ଏକ ବଡ ଅପଡେଟ ଆସିଛି।

ପ୍ରଥମେ KKR ବିଷୟରେ ଆଲୋଚନା କରିବା। କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ, କୋଲକାତା ନାଇଟ୍ ରାଇଡର୍ସ ଆସନ୍ତା ସିଜନରେ ରିଙ୍କୁ ସିଂଙ୍କୁ ଅଧିନାୟକ କରିପାରେ। ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ପରେ କେକେଆର ଅଧିନାୟକଙ୍କ ବିଷୟରେ କାହାଣୀ ବଦଳିଗଲା। ତା’ପରେ ଆଉ ଏକ ନୂଆ ଖବର ଆସିଲା ଏଥର କୁହାଯାଇଥିଲା ଯେ, ଅଜିଙ୍କ୍ୟ ରାହାନେଙ୍କୁ ଅଧିନାୟକ କରାଯିବ। ବର୍ତ୍ତମାନ ଏକ ନୂତନ ରିପୋର୍ଟରେ ଏକ ନୂତନ ଦାବି କରାଯାଇଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭେଙ୍କଟେଶ ଆୟର୍ ଆଇପିଏଲ୍ 2025 ରେ କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ହେବେ। ଏହି ଅଲରାଉଣ୍ଡରଙ୍କୁ କିଣିବା ପାଇଁ କେକେଆର୍ ନିଲାମରେ ବିପୁଳ ପରିମାଣର ଖର୍ଚ୍ଚ କରିଥିଲା। କେକେଆର୍ ଭେଙ୍କଟେଶ ଆୟରଙ୍କୁ 23.75 କୋଟିରେ କିଣିଛି।

ଏବେ RCB ବିଷୟରେ ଆଲୋଚନା କରିବା। ଯେତେବେଳେ ଆରସିବି ନିଲାମ ପୂର୍ବରୁ ଫାଫ୍ ଡୁ ପ୍ଲେସିସ୍ ମୁକ୍ତ କଲା, ସେତେବେଳେ ଏହା ସ୍ପଷ୍ଟ ହୋଇଗଲା ଯେ ବର୍ତ୍ତମାନ ଦଳ ଜଣେ ନୂଆ ଅଧିନାୟକଙ୍କ ସହ ପଡିଆକୁ ଓହ୍ଳାଇବ। ତା’ପରେ କିଛି ଦିନ ପରେ ଖବର ଆସିଲା ଯେ, ପୁଣି ଥରେ ବିରାଟ କୋହଲି ଆରସିବି ଦାୟିତ୍ଵ ଗ୍ରହଣ କରିବେ। ତେବେ ବିରାଟ କିମ୍ବା ଫ୍ରାଞ୍ଚାଇଜ୍ ଏ ବିଷୟରେ କିଛି କହି ନାହାଁନ୍ତି। ଏହି ସମୟରେ ଅନ୍ୟ ଏକ ଖବର ଆସିଲା ଯେ, ଏଥର ଆରସିବି ନିଲାମରେ କେ.ଏଲ୍ ରାହୁଲଙ୍କୁ କିଣିବ ଏବଂ ତାଙ୍କୁ ଏହାର ଅଧିନାୟକ କରିବ। ଏହି ଦାବି ମଧ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଛି। ବର୍ତ୍ତମାନ ଏକ ନୂତନ ଅପଡେଟ ଆସିଛି। ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଆରସିବି ଯୁବ ଖେଳାଳି ରଜତ ପାଟିଦାରଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିବ। ସୟଦ ମୁସ୍ତାକ ଅଲି ଟି -20 ଟ୍ରଫିରେ ମଧ୍ୟପ୍ରଦେଶର ଅଧିନାୟକ ଅଛନ୍ତି ରଜତ ପାଟିଦାର। ତାଙ୍କ ଅଧିନାୟକତ୍ୱରେ ମଧ୍ୟପ୍ରଦେଶ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ବର୍ତ୍ତମାନ ମଧ୍ୟପ୍ରଦେଶ 13 ଡିସେମ୍ବରରେ ସେମିଫାଇନାଲରେ ଦିଲ୍ଲୀକୁ ଭେଟିବ। ଯଦି ରଜତ ତାଙ୍କ ଦଳକୁ ଟାଇଟଲ ଜିତିବାରେ ସାହାଯ୍ୟ କରନ୍ତି, ତେବେ ଏହା ନିଶ୍ଚିତ ହେବ ଯେ ସେ ଆରସିବିର ଅଧିନାୟକ ହେବେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରିଙ୍କୁ ସିଂଙ୍କୁ ଦଳରେ ମିଳିଲା ନାହିଁ ସ୍ଥାନ: ନୀରବତା ଭାଙ୍ଗିଲେ, କହିଲେ କାହିଁକି କରାଗଲା ଅଣଦେଖା?

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୯ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍ ମାଧ୍ୟମରେ ଭାରତୀୟ ଦଳ ପଡ଼ିଆରେ ନଜର ଆସିବେ। କିନ୍ତୁ ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳର ସମସ୍ତ ତାରକା ଖେଳାଳି ୨୦୨୪ ଦୁଲିପ୍ ଟ୍ରଫିରେ ଖେଳୁଥିବା ଦେଖିବାକୁ ମିଳିବେ। ଦୁଲିପ୍ ଟ୍ରଫି ପାଇଁ ମନୋନୀତ ହୋଇଥିବା ଚାରିଟି ଦଳରେ ଅନେକ ଷ୍ଟାର୍ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଷ୍ଟାର୍ ଖେଳାଳିଙ୍କ ତାଲିକାରେ ବାମହାତୀ ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂଙ୍କ ନାମ ଗାଏବ ହୋଇଯାଇଛି।

ବର୍ତ୍ତମାନ ସେପ୍ଟେମ୍ବର ୫ ତାରିଖରୁ ଦୁଲିପ୍ ଟ୍ରଫି ପାଇଁ ମନୋନୀତ ନହେବା ଉପରେ ରିଙ୍କୁ ନୀରବତା ଭାଙ୍ଗିଛନ୍ତି। ସେ ଭାରତର ଟି -୨୦ ର ଅଗ୍ରଣୀ ଖେଳାଳି ହୋଇଥିଲେ ହେଁ ତାଙ୍କୁ ଦୁଲିପ୍ ଟ୍ରଫି ପାଇଁ କାହିଁକି ଅଣଦେଖା କରାଯାଇଛି ବୋଲି ରିଙ୍କୁ କହିଛନ୍ତି। ନିକଟରେ ଶ୍ରୀଲଙ୍କା ଗସ୍ତ ସମୟରେ ରିଙ୍କୁ ଭାରତୀୟ ଟି -୨୦ ଦଳରେ ମଧ୍ୟ ନଜର ଆସିଥିଲେ।

କାହିଁକି ରିଙ୍କୁ ସିଂ ଦୁଲିପ ଟ୍ରଫିରେ ସ୍ଥାନ ପାଇଲେ ନାହିଁ?:

ସ୍ପୋର୍ଟସ୍ ତକ୍ କୁ ରିଙ୍କୁ ସିଂ କହିଛନ୍ତି ଯେ, “କିଛି ନୁହେଁ, ମୁଁ ଘରୋଇ ସିଜିନରେ ସେତେ ଭଲ ପ୍ରଦର୍ଶନ କରି ନାହିଁ। ମୁଁ ରଣଜୀ ଟ୍ରଫିରେ ଅନେକ ମ୍ୟାଚ୍ ଖେଳି ନଥିଲି। ମୁଁ ୨-୩ ଟି ମ୍ୟାଚ୍ ଖେଳିଥିଲି। ମୋତେ ଏଇଥିପାଇଁ ମନୋନୀତ କରାଯାଇନାହିଁ, ଯେହେତୁ ମୁଁ ଭଲ ଖେଳିନଥିଲି। ବୋଧହୁଏ ମୁଁ ପରବର୍ତ୍ତୀ ରାଉଣ୍ଡ ମ୍ୟାଚ୍ ପାଇଁ ମନୋନୀତ ହେବି।”

ପ୍ରକାଶ ଯେ, ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରେ ରିଙ୍କୁ ସିଂଙ୍କ ବ୍ୟାଟ୍ ଚୁପ ରହିଥିଲା। ସେ ସିରିଜର ଦୁଇଟି ମ୍ୟାଚ୍‌ରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ଏବଂ ଉଭୟ ମ୍ୟାଚ୍‌ରେ ରିଙ୍କୁ ମାତ୍ର ୦୧-୦୧ ରନ୍‌ ସ୍କୋର କରିଥିଲେ। ତେବେ ସିରିଜର ତୃତୀୟ ମ୍ୟାଚ୍‌ରେ ବୋଲିଂ କରୁଥିବାବେଳେ ରିଙ୍କୁ୨ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ ଯେ, ଦୁଲିପ୍ ଟ୍ରଫି ପାଇଁ ମନୋନୀତ ହୋଇନଥିବା ରିଙ୍କୁ ସିଂଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ଏକ ଭଲ ରେକର୍ଡ ରହିଛି। ରିଙ୍କୁ ଏପର୍ଯ୍ୟନ୍ତ ୪୭ ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୬୯ ଇନିଂସରେ ସେ ୫୪.୭୦ ର ହାରରେ ହାରାହାରି ୩୧୭୩ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ସେ ନିଜ ବ୍ୟାଟରୁ ୭ ଶତକ ଏବଂ ୨୦ ଅର୍ଦ୍ଧଶତକ ହାସଲ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଶ୍ୱକପ ଦଳରେ ପରିବର୍ତ୍ତନ ହେବ କି?: ଶିବମ୍ ଦୁବେଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ବିସିସିଆଇ ଏପ୍ରିଲ ୩୦ ତାରିଖରେ ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସେହି ଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ ଭାବରେ ହାର୍ଦ୍ଦିକଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଦଳରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ ପନ୍ତଙ୍କ ସମେତ ବହୁ ପ୍ରସିଦ୍ଧ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ଥିଲା ଶିବମ୍ ଦୁବେ, ଯିଏକି ଆଇପିଏଲ ୨୦୨୪ ସିଜନରେ ୩୯୬ ରନ୍ ସ୍କୋର କରିଥିଲେ। ସେ ଏହି ସିଜନରେ ୩ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। କ୍ୟାପଟେନ ରୋହିତ ଶର୍ମା ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଦୁବେଙ୍କୁ ଚୟନ ଏଇଥିପାଇଁ କରାଯାଇଛି ସେ ବଡ ସଟ ମାରିବା ବ୍ୟତୀତ ମଧ୍ୟ ଓଭରରେ ସେ ବୋଲିଂ କରିପାରିବେ। କିନ୍ତୁ ଟିମ୍ ଇଣ୍ଡିଆରେ ମନୋନୀତ ହେବା ପରେ ଦୁବେଙ୍କ ପ୍ରଦର୍ଶନ ଅତ୍ୟନ୍ତ ଖରାପ ହୋଇଛି।

ଶିବମ୍ ଦୁବେଙ୍କ ଖରାପ ଆକଳନ:

ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା ପୂର୍ବରୁ ଶିବମ ଦୁବେ ଆଇପିଏଲ ୨୦୨୪ ରେ ୯ ଟି ମ୍ୟାଚ ଖେଳି ୫୮.୩୩ ହାରରେ ୩୫୦ ରନ୍ ସଂଗ୍ରହ କରିଥିଲେ। ଏହା ମଧ୍ୟ ଏକ ଭଲ କଥା ଯେ, ସେ ୧୭୨.୪ ର ଜବରଦସ୍ତ ଷ୍ଟ୍ରାଇକ୍ ହାରରେ ବ୍ୟାଟିଂ କରୁଥିଲେ। ଲାଗୁଥିଲା ଯେପରି ଦୁବେ ପ୍ରକୃତରେ ଭାରତର ମଧ୍ୟମ କ୍ରମକୁ ମଜବୁତ କରିବେ। କିନ୍ତୁ ଲିଗ୍ ପର୍ଯ୍ୟାୟର ଶେଷ ୫ ମ୍ୟାଚ୍‌ରେ ଦୁବେ ବିଫଳ ହୋଇଛନ୍ତି।

ଅନ୍ତିମ ୫ ଟି ମ୍ୟାଚରେ ଶିବମ୍ ଦୁବେ ମାତ୍ର ୪୬ ରନ୍ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ତାଙ୍କର ସର୍ବାଧିକ ସ୍କୋର ୨୧ ରନ୍ ଥିଲା, ଯାହା ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ଆସିଥିଲା। ଅନ୍ତିମ ୫ ଟି ମ୍ୟାଚରେ ତାଙ୍କର ବ୍ୟାଟିଂ ହାର ୫୮.୩ ରୁ ୩୬ କୁ ଖସି ଆସିଛି। ଏପରିକି ଯେତେବେଳେ ସିଏସକେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଏକ ବିଜୟ ଆବଶ୍ୟକ କରୁଥିଲା, ଦୁବେ ଏଥିରେ ବିଫଳ ହୋଇଥିଲେ। ଆରସିବି ବିପକ୍ଷ ମ୍ୟାଚରେ ସେ ୧୫ ଟି ବଲ ଖେଳି ମାତ୍ର ୭ ରନ୍ ସ୍କୋର କରିପାରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଆଇସିସି ଅନୁମତି ଦେଇଛି ଯେ ଟି -୨୦ ବିଶ୍ୱକପରେ ଜଡିତ ଦଳମାନେ ମଇ ୨୫ ତାରିଖ ପର୍ଯ୍ୟନ୍ତ ସେମାନଙ୍କ ସ୍କ୍ବାଡରେ ପରିବର୍ତ୍ତନ କରିପାରିବେ। ଏଭଳି ପରିସ୍ଥିତିରେ ଶିବମ୍ ଦୁବେଙ୍କ ଖରାପ ପ୍ରଦର୍ଶନ ତାଙ୍କୁ ବିଶ୍ୱକପ୍ ଆରମ୍ଭ ପୂର୍ବରୁ ମଧ୍ୟ ଦଳରୁ ବାହାର କରିପାରେ। ଯଦି ଏହା ଘଟେ ତେବେ ସବୁଠାରୁ ବଡ ପ୍ରଶ୍ନ ହେବ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ। ପ୍ରକାଶ ଯେ, ବିଶ୍ୱକପ ପାଇଁ ୧୫ ଖେଳାଳିଙ୍କ ମଧ୍ୟରେ ରିଙ୍କୁ ସିଂଙ୍କୁ ଚୟନ କରାଯାଇ ନାହିଁ, ବରଂ ରିଜର୍ଭ ଖେଳାଳିଙ୍କ ମଧ୍ୟରେ ଚୟନ କରାଯାଇଛି। ଗତ ଏକ ବର୍ଷରେ ରିଙ୍କୁ ୮୯ ହାରରେ ଟି -୨୦ ମ୍ୟାଚ୍ ରେ ଭାରତ ପାଇଁ ୩୫୬ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ଉପସ୍ଥିତି ଭାରତୀୟ ଦଳର ମଧ୍ୟମ କ୍ରମକୁ ମଜବୁତ କରିପାରେ।