Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର

ସପିଂ ମଲ୍‌ରୁ ଚୋରି କରି ଅନଲାଇନ୍‌ରେ ସାମଗ୍ରୀ ବିକ୍ରି କରି ଧରାପଡିଲେ ମହିଳା

ଟେକ୍ସାସ : ଆମେରିକାର ଟେକ୍ସାସର ଜଣେ ବୃଦ୍ଧା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ଅନଲାଇନ୍‌ ଇ- କର୍ମସ କମ୍ପାନୀ ଇ-ବେ’ରେ ବିକ୍ରି କରୁଥିବାର ଜଣାପଡିଛି । ବୃଦ୍ଧା ଜଣକ ଏହି ଧରାପଡିଥିବାବେଳେ ତାଙ୍କୁ 54 ମାସ ପାଇଁ ଜେଲ୍‌ ଦଣ୍ଡ ହେବା ସହିତ 3.8 ମିଲିୟନ୍‌ ଡଲାରର ଜରିମାନା ମଧ୍ୟ କରାଯାଇଛି । 63 ବର୍ଷୀୟ କିମ୍‌ ରିଚାର୍ଡସନ୍‌ ନାମକ ଏହି ମହିଳା ଜଣକ ଡେଲାସରେ ବସବାସ କରୁଥିଲେ ।

ଆମେରିକାର ସପିଂ ମଲ୍‌ ଓ ସପିଂ ସେଣ୍ଟର୍ସଗୁଡିକରେ ବୁଲାବୁଲି କରିବାକୁ ଯାଇ ସାମଗ୍ରୀ ଚୋରି କରିବା ସହିତ ଏହି ସମସ୍ତ ସାମଗ୍ରୀଗୁଡିକୁ ଇ-ବେ’ ଅନଲାଇନ୍‌ କମ୍ପାନୀ ଜରିଆରେ ବିକ୍ରି କରୁଥିଲେ । ବଡ ବଡ ସପିଂ ମଲ୍‌ରୁ ଜିନିଷକୁ ଚୋରି କରି ଅନଲାଇନ୍‌ରେ ବିକ୍ରି କରୁଥିବା ସାମଗ୍ରୀଗୁଡଇକୁ ପ୍ୟାକିଂ ମଧ୍ୟ କରୁଥିଲେ ମହିଳା ଜଣକ ।  2019 ମସିହାରୁ ରିଚାର୍ଡସନ୍‌ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ ।ରିଚାର୍ଡସନ୍‌ ନିଜେ ଆମେରିକାର ପ୍ରିଜନ୍‌ ଫାସିଲିଟି ବ୍ୟୁରୋର ଆତ୍ମସମର୍ପଣ କରିଥିଲେ । ରିଚାର୍ଡସନ୍‌କୁ 54 ମାସ ପାଇଁ ଜେଲ୍‌ ଦଣ୍ଡାଦେଶ ସହିତ 3.8 ମିଲିୟନ୍‌ ଡଲାର ଜରିମାନା ହୋଇଛି । ଯାହାକୁ ମହିଳା ଜଣକ ସ୍ବୀକାର କରିଥିବାର ଜଣାପଡିଛି । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପରକୀୟା ପ୍ରୀତି ଲୁଚାଇବା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଆଗ୍ରା : ପରକୀୟା ପ୍ରୀତି ଲୁଚାଇବା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଉତ୍ତର ପ୍ରଦେଶର ଆଗ୍ରା ଅନ୍ତର୍ଗତ ପାଲାମରେ ଏହି ଘଟଣା ଘଟିଛି । ପୋଲିସ୍‌ ଅଭିଯୁକ୍ତକୁ ନେତ୍ରପାଲ ସିଂ ବୋଲି ଚିହ୍ନଟ କରିଛି । ଘରେ ଡକାୟତ ପଶି ଲୁଟ କରିବା ସମୟରେ ସ୍ତ୍ରୀକୁ ହତ୍ୟା କରିଛନ୍ତି ବୋଲି ନେତ୍ରପାଲ ପ୍ରକାଶ କରିଥିଲେ । 30 ବର୍ଷୀୟ ନେତ୍ରପାଲ୍‌ 2011 ମସିହାରେ ରାକ୍ଷୀଙ୍କୁ ବିବାହ କରିଥିବା ବେଳେ ଉଭୟଙ୍କର ଦୁଇ ପୁଅ ରହିଛନ୍ତି । ଶନିବାର ରାତିରେ ଏକ ବିବାହରୁ ଫେରିବା ପରେ ନିଜ ପତ୍ନୀଙ୍କୁ ନିଜ ଦେଶୀ ବନ୍ଧୁକରୁ ଗୁଳି ଚଳାଇ ହତ୍ୟା କରିଥିଲେ । ଏହାପରେ ଏହାକୁ ଡକାୟତିର ରୂପ ଦେବା ପାଇଁ ନିଜ ଘରେ ଥିବା 1.25 ଲକ୍ଷ ଟଙ୍କାକୁ ନିଜେ ଚୋରି କରିଥିଲେ । ପୋଲିସ୍‌କୁ ନେତ୍ରପାଲ୍‌ ମିଥ୍ୟା କାହାଣୀ କହିଥିବା ବେଳେ ପିଲାଙ୍କୁ ପଚରା ଉଚୁରା ପରେ ବାସ୍ତବ କଥା ସାମ୍ନାକୁ ଆସିଥିଲା । ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବାରୁ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ତାଙ୍କର ଦୁଇ ପୁତ୍ର ପ୍ରକାଶ କରିବା ପରେ ପୋଲିସ୍‌ ନେତ୍ରପାଲ୍‌ଙ୍କୁ ଗିରଫ କରିଥିଲା । (ଏଜେନ୍ସି)

Categories
ଅପରାଧ ଆଜିର ଖବର ଜାତୀୟ ଖବର

କୁକୁରକୁ ବିଷ ଦେଇ 7 ଲକ୍ଷ ଟଙ୍କା ଲୁଟ

ମୁମ୍ବାଇ : ମୁମ୍ବାଇରେ ଏକ କୁକୁରକୁ ବିଷ ଦେଇ ହତ୍ୟା କରିବା ପରେ ପାର୍ଶୀ ଦମ୍ପତ୍ତିଙ୍କୁ ଲୁଟ୍‌ କରାଯାଇଛି । ପାଲଗଡର ଦାହାନୁରେ ଏହି ଘଟଣା ଘଟିଛି । ଉକ୍ତ ଦମ୍ପତ୍ତିଙ୍କ କୁକୁରକୁ ବିଷ ଦିଆଯିବା ପରେ 7 ଲକ୍ଷ ଟଙ୍କାର ଲୁଟ୍‌ କରାଯାଇଛି । ଶନିବାର ରାତିରେ 5 ଜଣ ଲୁଟେରା ପାଲଗଡର ରୋହିନ୍‌ଟନ ତାରାପୋରଓ୍ବାଲା ଏବଂ ହୋମାଇଙ୍କ ଘରେ ଘଟିଛି । ରାତି ପ୍ରାୟ 1.30 ମିନିଟ୍‌ରେ 5 ଜଣ ମୁଖା ପିନ୍ଧା ଲୁଟେରା ଦମ୍ପତ୍ତିଙ୍କ ଘରେ ପହଞ୍ଚି ଲୁଟ କରିଥିଲେ । ଦମ୍ପତ୍ତିଙ୍କ ଘରେ ରହିଥିବା କୁକୁର ଭୁକିବାରୁ କୁକୁର ଏବଂ କୁକୁଡାଙ୍କୁ ଦୂର୍ବୁର୍ତ୍ତ ବିଷ ଦେଇଥିଲେ । ଏହି ଘଟଣାରେ ଗୋଟିଏ କୁକୁର ଏବଂ ଦୁଇଟି କୁକୁଡାଙ୍କର ପ୍ରାଣହାନି ଘଟିଛି । ଏହା ସହିତ ଦୂର୍ବୁର୍ତ୍ତ ରୋହିନ୍‌ଟନ୍‌ଙ୍କ ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । (ଏଜେନ୍ସି)