ନୂଆଦିଲ୍ଲୀ : ଡିଫେଣ୍ଡି ଚାମ୍ପିୟନ୍ ନୋଭାକ୍ ଜୋକୋଭିକ୍ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ତୃତୀୟ ସିଡ୍ ରୋଜର ଫେଡେରରଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ଜୋକୋଭିକ୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି । ମେଲବୋର୍ଣ୍ଣରେ ଅନୁଷ୍ଠିତ ସେମିଫାଇନାଲ୍ରେ ସ୍ବିସ୍ ତାରକା ଫେଡେରରଙ୍କୁ ଜୋକୋଭିକ୍ 7-6, 6-4 ଏବଂ 6-3 ସେଟ୍ରେ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସର୍ବିଆ ତାରକା ଜୋକୋଭିକ୍ ଏହି ମ୍ୟାଚ୍ରେ ଫେଡେରରଙ୍କୁ ସବୁ ବିଭାଗରେ ମାତ୍ ଦେଇଥିଲେ । 7 ଥର ଅଷ୍ଟ୍ରେଲିଆନ୍ ଓପନ୍ ଚାମ୍ପିୟନ୍ ଜୋକୋଭିକ୍ ଫାଇନାଲ୍ରେ ଡୋମିନିକ୍ ଥିମ୍ ଏବଂ ଆଲେକଜାଣ୍ଡାର ଜେଭ୍ରେଭ୍ଙ୍କ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ର ବିଜେତାଙ୍କୁ ଭେଟିବେ । (ଏଜେନ୍ସୀ)
