Categories
ଆଜିର ଖବର

୪୬ବର୍ଷ ବୟସରେ ସିଂଘମ୍‌ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟି

୧୯୭୩ରେ ମାର୍ଚ୍ଚ ୧୪ରେ  ରୋହିତ ଜନ୍ମ ହୋଇଥିଲେ।  ରୋହିତଙ୍କ ବାପା ଏମ୍‌.ବି. ସେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ସନ କୋରିଓଗ୍ରାଫର୍‌ ଓ ଅଭିନେତା ମଧ୍ୟ ଥିଲେ। ମା’ ମଧୁ ଫିଲ୍ମରେ ଜୁନିୟର ଆର୍ଟିଷ୍ଟ ଭାବେ କାମ କରୁଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ଫିଲ୍ମ ନିର୍ଦ୍ଦେଶକ ହେବାକୁ ନିଷ୍ପତ୍ତି ନେଇଥିଲେ। ୧୭ ବର୍ଷ ବୟସରେ ନିର୍ଦ୍ଦେଶକ କୁକୁ କୋହଲୀଙ୍କ ସହ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଫୁଲ୍‌ ଔର କାଣ୍ଟେ’ରେ ରୋହିତ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ। ୧୩ ବର୍ଷ ପର୍ଯ୍ୟନ୍ତ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ ରୋହିତ୍‌। ବଲିଉଡ୍‌ର ଜଣେ ସଫଳ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ହେଉଛନ୍ତି ରୋହିତ ସେଟ୍ଟୀ। ଆକ୍ସନ ଫିଲ୍ମ ପାଇଁ ସେ ବେଶ ପରିଚିତ। ତାଙ୍କର ଅଧିକାଂଶ  ଫିଲ୍ମ ବକ୍ସ ଅଫିସରେ ଅତିକମ୍‌ରେ ୩ଶହ କୋଟି ଟଙ୍କାର ବ୍ୟବସାୟ କରିଥାଏ। ରୋହିତଙ୍କ କ୍ୟାରିୟରର ପ୍ରଥମ ସଫଳ ଫିଲ୍ମ ‘ଗୋଲମାଲ୍‌’ ୨୦୦୬ରେ ମୁକ୍ତିଲାଭ କରିଥିଲା। ଏହାପରେ ‘ସିଂଘମ୍‌’, ‘ଗୋଲ୍‌ମାଲ’, ‘‘ଚେନ୍ନାଇ ଏକ୍ସପ୍ରେସ୍‌’ ସିମ୍ବା’ ପରି ଅନେକ ସୁପରହିଟ୍‌ ସିନେମା ନିର୍ମାଣ କରିଛନ୍ତି ରୋହିତ୍‌। ଏହା ବ୍ୟତୀତ ରିଆଲିଟି ଶୋ’ କମେଡି ସର୍କସ ଏବଂ ଖତ୍‌ରୋକେ ଖିଲାଡିରେ ମଧ୍ୟ ଜଜ୍‌ ଭାବେ ସେ କାମ କରିଛନ୍ତି। ଅକ୍ଷୟଙ୍କ ସହ ‘ସୂର୍ଯ୍ୟବଂଶୀ’ରେ ବ୍ୟସ୍ତ ଅଛନ୍ତି ରୋହିତ୍‌।