Categories
ଆଜିର ଖବର ଜାତୀୟ ଖବର

ଘରୁ ବାହାରିଲେ 123ଟି ନାଗ ସାପ : ଗାଁ ଛାଡିଲେ ପରିବାର

ଭୋପାଳ : ମଧ୍ୟପ୍ରଦେଶର ଗୋଟିଏ ଘରୁ ବାହାରିଛି 123ଟି ନାଗସାପ । ଏହି ଘଟଣାରେ ଭୟଭୀତ ଉକ୍ତ ପରିବାରର ସମସ୍ତ ସଦସ୍ୟ ଗାଁ ଛାଡି ପଳାଇଛନ୍ତି । ମଧ୍ୟପ୍ରଦେଶର ରୋନ୍‌ ଗ୍ରାମରେ ଏହି ଘଟଣା ଘଟିଛି । ବର୍ତ୍ତମାନ ସୁଦ୍ଧା ଉକ୍ତ ଘରୁ ସବୁ ସାପ ଉଦ୍ଧାର ହୋଇନଥିବା ବେଳେ ସାପଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ସାପ ଉଦ୍ଧାରକାରୀ ଦଳ ପକ୍ଷରୁ ପ୍ରକାଶ କରାଯାଇଛି । ଉକ୍ତ ଘରର ମାଲିକ ଜୀବନ ସିଂ କୁଶଓ୍ବାହା ନିଜର ସମ୍ପୂର୍ଣ୍ଣ ପରିବାରକୁ ଗାଁ ବାହାରକୁ ପଠାଇ ଦେଇଛନ୍ତି । ନିଜେ ଘରର ଦ୍ବାରପାଳ ଭାବରେ ବସି ରହିଛନ୍ତି କୁଶଓ୍ବାହା ।

ତେବେ ଏହି ଘଟଣାକୁ ନେଇ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ପ୍ରଶାସନ ଏବଂ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ 123ଟି ସାପ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । (ଏଜେନ୍ସି)