ମଧ୍ୟମ ଦୂରଗାମୀ ଧାବିକା ଟିଣ୍ଟୁ ଲୁକା ନିଜର ଏକ ଦଶନ୍ଧିର ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲ୍ବିଦା ଜଣାଇବା ସହିତ ଅବସର ଗ୍ରହଣ କରିଛନ୍ତି। ଟିଣ୍ଟୁଙ୍କ କୋଚ୍ ପିଟି ଉଷା ଦୌଡକୁଦ ଫେଡେରେସନ୍କୁ ପତ୍ର ଲେଖି ଚଳିତ ବର୍ଷର ଦୌଡକୁଦ ପ୍ରତିଯୋଗିତାରୁ ଟିଣ୍ଟୁଙ୍କ ନାମ ବାଦ ଦେବା ଲାଗି ଅନୁରୋଧ କରିଛନ୍ତି। ପାଦରେ ଆଘାତ ଯୋଗୁଁ ଜାକାର୍ତ୍ତାରେ ଅନୁଷ୍ଠିତ ୨୦୧୮ଏସିଆନ୍ ଗେମ୍ସରେ ଭାଗ ନେଇପାରିନଥିବାରୁ ଟିଣ୍ଟୁ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ୨୯ ବର୍ଷୀୟା ଟିଣ୍ଟୁ ଏସିଆନ୍ ଗେମ୍ସରେ ତିନୋଟି ପଦକ ଜିତିଛନ୍ତି। ଇଞ୍ଚିଅନ୍ରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଗୁଆଙ୍ଗଝୌରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଉତ୍ତର କେରଳର ଭାଲାଥୋଡରୁ ଆସିଥିବା ଏହି ଆଥଲେଟ ଜଣକ ବର୍ତ୍ତମାନ ଭାରତୀୟ ରେଳବାଇର ସାଲେମ ଶାଖାରେ କାର୍ଯ୍ୟରତ ଅଛନ୍ତି। ୮୦୦ ମିଟର ଦୌଡରେ ଭାରତର ଏହି ଏକ ନମ୍ବର ଧାବିକା ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧.୫୯.୧୭ ୨୦୧୦ରେ କ୍ରୋଏସିଆରେ ହାସଲ କରିଥିଲେ।
Categories
ଟ୍ରାକ୍କୁ ଅଲ୍ବିଦା ଜଣାଇଲେ ଟିଣ୍ଟୁ ଲୁକା
