Categories
ଆଜିର ଖବର

ପ୍ରାରମ୍ଭିକ ଟ୍ରେଡ୍‌ରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୩୧ ପଇସା ଶକ୍ତିଶାଳୀ

ପ୍ରାରମ୍ଭିକ ଟ୍ରେଡ୍‌ରେ ଭାରତୀୟ ମୁଦ୍ରା ଡଲାର ତୁଳନାରେ ୩୧ ପଇସା ଶକ୍ତିଶାଳୀ ହୋଇଛି। ସୋମବାର ଦିନର ପ୍ରାରମ୍ଭିକ ପର୍ଯ୍ୟାୟର ବ୍ୟବସାୟରେ ଏହି ସୂଚନା ମିଳିଛି। ଏହି ସମୟରେ ଡଲାରର ବିନିମୟ ମୂଲ୍ୟ ୬୯ ଟଙ୍କା ୩୯ ପଇସା ରହିଛି। ଶୁକ୍ରବାର ଦିନ ଡଲାରର ବିନିମୟ ମୂଲ୍ୟ ୬୯.୭୦ ପଇସା ରହିଥିଲା। ଫୋରେକ୍ସ ଡିଲରଙ୍କ ସୂଚନାନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ସମୀକ୍ଷା ବୈଠକ ଏଥି ନିମନ୍ତେ ଦାୟୀ ରହିଛି। ଜୁନ୍‌ ୩, ୪ ଏବଂ ୬ରେ ଆରବିଆଇର ଅର୍ଥନୈତିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ।