Categories
ଜାତୀୟ ଖବର ବିଶେଷ ଖବର

ୟୁକ୍ରେନ ଖାରକିଭରୁ ଆଉ ୬୫ ଓଡିଆ ଛାତ୍ର ଉଦ୍ଧାର, ମୋଟ ୧୯୯ ଓଡ଼ିଆ ଛାତ୍ରଛାତ୍ରୀ ଓଡିଶା ଫେରିଲେ

ଭୁବନେଶ୍ବର: ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏ ପର୍ଯ୍ୟନ୍ତ ୧୯୯ ଛାତ୍ରଛାତ୍ରୀ ନିରାପଦ ରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ।

ନୂଆଦିଲ୍ଲୀ ସ୍ଥିତ Resident commission office ଉଦ୍ଧାର କାର୍ଯ୍ୟ ରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନରୁ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୟୁକ୍ରେନରେ ଫସି ରହିଥିବା ଓଡିଶାର ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ।

ଉନ୍ନୟନ କମିଶନର ତଥା ସ୍ପେଶାଲ ରିଲିଫ କମିଶନର ପ୍ରଦୀପ ଜେନା ଯୋଗାଯୋଗ କରିବା ପାଇଁ ଦାୟିତ୍ବ ଦିଆଯାଇଛି। ସେ ଓଡିଶା ଲୋକଙ୍କୁ ଫେରାଇ ଆଣିବା ପାଇଁ ସାମଗ୍ରିକ ପ୍ରସଙ୍ଗକୁ ତଦାରଖ କରିବେ। ଏହା ବ୍ୟତୀତ ନୂଆଦିଲ୍ଲୀର ରେସିଡେଣ୍ଟ କମିଶନର ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ।

ୟୁକ୍ରେନର ଛାତ୍ର ଓ ଶ୍ରମିକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର

ଯୁଦ୍ଧ !!! ଯୁଦ୍ଧ !!! ଯୁଦ୍ଧ !!! ୟୁକ୍ରେନ ଉପରେ ବୋମା ମାଡ କଲା ଋଷିଆ

ରୁଷିଆ ୟୁକ୍ରେନ ବିବାଦ: ଆଜି ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷ୍। ସିଏନଏନ ଚ୍ୟାନେଲ ସଂସ୍ଥା ଅନୁସାରେ ଗୁରୁବାର ଦିନ ରୁଷିଆର ସାମରିକ ବାହିନୀ ୟୁକ୍ରେନ ଅଞ୍ଚଳକୁ ପ୍ରବେଶ କରି ବୋମାମାଡ କରିଛନ୍ତି। ଅତର୍କିତ ଭାବେ ଏହି ଆକ୍ରମଣ କରିଛି। ଏହାର ଜାବବ ମଧ୍ୟ ୟୁକ୍ରେନ ତରଫରୁ ଦିଆଯାଇଛି ବୋଲି ଏହି ଖବର ସଂସ୍ଥା ତରଫରୁ ଜଣାପଡିଛି।

ଗତକାଲି ଋଷର କେତେକ ସାମରିକ ବିମାନ ୟୁକ୍ରେନ ଆକାଶ ମଧ୍ୟକୁ ପ୍ରବେଶ କରି ବହୁ ନିକଟରେ ଉଡାଣ କରିଥିଲା। ଏହି ସମୟରେ ବିମାନରୁ ବୋମାମାଡ କରାଯାଇଥିଲା ବୋଲି କୁହାଯାଇଛି। ଏଥିରେ ୟୁକ୍ରେନର ବହୁ ସୈନ୍ୟବାହିନୀ ନିହତ ହୋଇଥିବାର ସିସି ଟିଭି ଫୁଟେଜରୁ ଜଣାପଡିଛି।

ଏ ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଘୋଷଣା କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ୟୁକ୍ରେନ ଉପରେ ବର୍ତ୍ତମାନ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ସାମରିକ ବିମାନ ୟୁକ୍ରେନ ଆକାଶରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ସାରା ବିଶ୍ବରେ ବର୍ତ୍ତମାନ ଚିନ୍ତା ପ୍ରକଟ କରାଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ ମଧ୍ୟ ଦାବୀ କରାଯାଇଛି ଯେ ସେମାନଙ୍କ ସାମରିକ ବଳ ଋଷର 5ଟି ବିମାନକୁ ତଳକୁ ଖସାଇ ଦେଇଛନ୍ତି। ୟୁକ୍ରେନ ଆକାଶରେ ଏହି ବିମାନ ପଇଁତରା ମାରୁଥିବାରୁ ତାହାକୁ ଗୁଳିମାଡ କରି ଖସାଇ ଦିଆଯାଇଛି। ତେବେ ସବିଶେଷ ତଥ୍ୟ ଅନୁସାରେ ଋଷିଆ ୟୁକ୍ରେନର ବିମାନ ବିଧ୍ବଂସୀ ଶକ୍ତିକୁ ନଷ୍ଟ କରିଦେଇଛି। ଏ ନେଇ ଭାରତ ପରିସ୍ଥିତିକୁ ଅନୁଧ୍ୟାନ କରିବାରେ ଲାଗିଛି।