Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯୁଦ୍ଧ !!! ଯୁଦ୍ଧ !!! ଯୁଦ୍ଧ !!! ୟୁକ୍ରେନ ଉପରେ ବୋମା ମାଡ କଲା ଋଷିଆ
ଅନ୍ତରାଷ୍ଟ୍ରୀୟ

ଯୁଦ୍ଧ !!! ଯୁଦ୍ଧ !!! ଯୁଦ୍ଧ !!! ୟୁକ୍ରେନ ଉପରେ ବୋମା ମାଡ କଲା ଋଷିଆ

February 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଯୁଦ୍ଧ !!! ଯୁଦ୍ଧ !!! ଯୁଦ୍ଧ !!! ୟୁକ୍ରେନ ଉପରେ ବୋମା ମାଡ କଲା ଋଷିଆ

ରୁଷିଆ ୟୁକ୍ରେନ ବିବାଦ: ଆଜି ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ଋଷ୍। ସିଏନଏନ ଚ୍ୟାନେଲ ସଂସ୍ଥା ଅନୁସାରେ ଗୁରୁବାର ଦିନ ରୁଷିଆର ସାମରିକ ବାହିନୀ ୟୁକ୍ରେନ ଅଞ୍ଚଳକୁ ପ୍ରବେଶ କରି ବୋମାମାଡ କରିଛନ୍ତି। ଅତର୍କିତ ଭାବେ ଏହି ଆକ୍ରମଣ କରିଛି। ଏହାର ଜାବବ ମଧ୍ୟ ୟୁକ୍ରେନ ତରଫରୁ ଦିଆଯାଇଛି ବୋଲି ଏହି ଖବର ସଂସ୍ଥା ତରଫରୁ ଜଣାପଡିଛି।

ଗତକାଲି ଋଷର କେତେକ ସାମରିକ ବିମାନ ୟୁକ୍ରେନ ଆକାଶ ମଧ୍ୟକୁ ପ୍ରବେଶ କରି ବହୁ ନିକଟରେ ଉଡାଣ କରିଥିଲା। ଏହି ସମୟରେ ବିମାନରୁ ବୋମାମାଡ କରାଯାଇଥିଲା ବୋଲି କୁହାଯାଇଛି। ଏଥିରେ ୟୁକ୍ରେନର ବହୁ ସୈନ୍ୟବାହିନୀ ନିହତ ହୋଇଥିବାର ସିସି ଟିଭି ଫୁଟେଜରୁ ଜଣାପଡିଛି।

ଏ ନେଇ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଘୋଷଣା କରିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ୟୁକ୍ରେନ ଉପରେ ବର୍ତ୍ତମାନ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ସାମରିକ ବିମାନ ୟୁକ୍ରେନ ଆକାଶରେ ପଇଁତରା ମାରୁଛନ୍ତି । ଏହାକୁ ନେଇ ସାରା ବିଶ୍ବରେ ବର୍ତ୍ତମାନ ଚିନ୍ତା ପ୍ରକଟ କରାଯାଇଛି।

ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ ମଧ୍ୟ ଦାବୀ କରାଯାଇଛି ଯେ ସେମାନଙ୍କ ସାମରିକ ବଳ ଋଷର 5ଟି ବିମାନକୁ ତଳକୁ ଖସାଇ ଦେଇଛନ୍ତି। ୟୁକ୍ରେନ ଆକାଶରେ ଏହି ବିମାନ ପଇଁତରା ମାରୁଥିବାରୁ ତାହାକୁ ଗୁଳିମାଡ କରି ଖସାଇ ଦିଆଯାଇଛି। ତେବେ ସବିଶେଷ ତଥ୍ୟ ଅନୁସାରେ ଋଷିଆ ୟୁକ୍ରେନର ବିମାନ ବିଧ୍ବଂସୀ ଶକ୍ତିକୁ ନଷ୍ଟ କରିଦେଇଛି। ଏ ନେଇ ଭାରତ ପରିସ୍ଥିତିକୁ ଅନୁଧ୍ୟାନ କରିବାରେ ଲାଗିଛି।

Russia Ukraine ଋଷିଆ ୟୁକ୍ରେନ ଯୁଦ୍ଧ
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026

କଟକଣା ସତ୍ତ୍ୱେ ବେଧଡ଼କ ନିଷିଦ୍ଧ ତମାଖୁ ବେପାର: ବର୍ଷକୁ ଆସୁଛି ୧୨୦୫ କୋଟିର ଗୁଟ୍‌ଖା-ପାନମସଲା

October 10, 2026

“ସନ୍ଦେହ ନୁହେଁ, ପ୍ରମାଣ ଦରକାର”: ନିର୍ବାଚନ କମିଶନଙ୍କୁ ସମର୍ଥନ କଲେ ୧୨୪ ଅମଲା

October 10, 2026
Latest News

ନଦୀରେ ବୁଡ଼ି ୨ ଭାଇ ମୃତ

October 10, 2026

ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

October 10, 2026

ମୃତ୍ୟୁର ମାସକ ପରେ ମାଟି ତଳୁ କଢ଼ା ହେଲା ଶବ

October 10, 2026

ଦିଲ୍ଲୀରେ CJP ପ୍ରତିବାଦ: ବିପଦରେ ୧୫ ଲକ୍ଷ ବ୍ୟବସାୟୀ, ୨ ହଜାର କୋଟି କ୍ଷତି ଆକଳନ

October 10, 2026

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.