Categories
ଆଜିର ଖବର

ପୁଲୱାମା ଆକ୍ରମଣର କାର ମାଲିକଙ୍କ ସୁରାକ ମିଳିଲା

ପୁଲୱାମା ଆତଙ୍କବାଦୀ ଆକ୍ରମଣ ତଦନ୍ତରେ ଏନଆଇଏକୁ ମିଳିଛି ବଡ଼ ସଫଳତା । ଆତ୍ମଘାତୀ ବିସ୍ଫୋରଣର ବ୍ୟବହୃତ କାର ଓ ମାଲିକଙ୍କ ସନ୍ଧାନ ମିଳିଛି । କାରମାଲିକ ନାଁ ସଜ୍ଜାଦ ଭଟ୍ଟ। ସେ ଏବେ ଫେରାର ଅଛି । କୁହାଯାଉଛି, ସଜ୍ଜାଦ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଛି। ଆତ୍ମଘାତୀ ବିସ୍ଫୋରଣରେ ବ୍ୟବହୃତ ହୋଇଥିଲା ମାରୁତି ଇକୋ କାର୍। ଫରେନସିକ୍ ଅଟୋମୋବାଇଲ  ବିଶେଷଜ୍ଞଙ୍କ ସହାୟତାରେ  ବିସ୍ଫୋରଣରେ ବ୍ୟବହୃତ କାର ମାଲିକଙ୍କ ପରିଚୟ ପାଇଛି ଏନଆଇଏ।