Categories
ଆଜିର ଖବର

ଏକାଠି ନଜର ଆସିବେ ଶାହରୁଖ୍‌ – ସଲମାନ୍‌

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖାନ୍‌ଙ୍କ ଫିଲ୍ମକୁ ନେଇ ଦର୍ଶକେ ସମେତ ପୂରା ଇଣ୍ଡଷ୍ଟ୍ରି ପୂରା ଉତ୍ସାହିତ ହୋଇଥାଏ । ଯେତେବେଳେ ସଲମନ୍‌ ଖାନ୍‌ ଓ ଶାହରୁଖ୍‌ଙ୍କ ନାମ ଆସିଥାଏ, ସେତେବେଳେ ଫିଲ୍ମକୁ ନେଇ ଦର୍ଶକେ ପୂରା ପାଗଳ ହୋଇଯାଇଥା’ନ୍ତି । ଦୁହିଁଙ୍କ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥାଏ । ଏହି ଦୁଇ ତାରକା ଏକ ସିନେମାରେ କାମ କରିବା ଦ୍ୱାରା ଫିଲ୍ମଟି ସୁପରହିଟ ହେବ ବୋଲି ଆଶା ରହିଥାଏ ।  ନିର୍ମାତା ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ରୋମାଣ୍ଟିକ୍‌ ସିନେମାରେ ସଲମାନ ଓ ଶାହରୁଖଙ୍କୁ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ ‘ବୈଜୁ ବାବରା’ର ରିମେକରେ ଦୁହେଁ ଆସିପାରନ୍ତି ।  ପୂର୍ବରୁ ଦୁହେଁ ‘କରନ୍‌ ଅର୍ଜୁନ୍‌’, ‘କୁଛ କୁଛ ହୋତା ହୈ’, ‘ହମ୍‌ ତୁମ୍‌ହାରେ ହୖ ସନମ୍‌’, ‘ଦୁସମନ୍‌ ଦୁନିଆ କା’,  ପ୍ରମୁଖରେ ନଜର ଆସିଥିବାବେଳେ ‘ଜିରୋ’ରେ ସଲମନ୍‌ ଖାନ୍‌ କେମିଓରେ ନଜର ଆସିଥିବାବେଳେ ‘ହର୍‌ ଦିଲ୍‌ ଜୋ ପ୍ୟାର୍‌ କରେଗା’ରେ ଶାହରୁଖ କେମିଓ କରିଥିଲେ । ତେବେ ପୁଣି ଥରେ ଏହି ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ଦର୍ଶକେ  ଅପେକ୍ଷା ତ ନିଶ୍ଚୟ କରିବେ ।