Categories
ଆଜିର ଖବର ଖେଳ

ଷ୍ଟୁଆର୍ଟ ବ୍ରଡ୍‌ଙ୍କ 15 ପ୍ରତିଶତ ମ୍ୟାଚ୍‌ ଫି କାଟିଲେ ମ୍ୟାଚ୍‌ ରେଫରୀ

ନୂଆଦିଲ୍ଲୀ : ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ମ୍ୟାଚ୍‌ ଫିର 15 ପ୍ରତିଶତ କଟାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍‌ରେ ଫାଫ୍‌ ଡୁପ୍ଲେସିସ୍‌ଙ୍କ ସହିତ ବ୍ରଡ୍‌ ଯୁକ୍ତିତର୍କ କରିଥିଲେ । ସାମ୍‌ କୁରାନ୍‌ଙ୍କ ଏକ ଥ୍ରୋ ଡୁପ୍ଲେସିସ୍‌ଙ୍କ ପ୍ୟାଡ୍‌ରେ ବାଜିଥିଲା । ଏହାପରେ ବ୍ରଡ୍‌ ଏବଂ ଡୁପ୍ଲେସିସ୍‌ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବ୍ରଡ୍‌ ଆଇସିସି ନିୟମର ଧାରା 2.3ର ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଆସିଥିଲା । 24 ମାସ ମଧ୍ୟରେ ବ୍ରଡ ଦ୍ବିତୀୟ ଥର ପାଇଁ ଏହି ନିୟମ ଭାଙ୍ଗିଥିବାରୁ ବ୍ରଡ୍‌ଙ୍କ ମ୍ୟାଚ୍‌ ଫିର 15 ପ୍ରତିଶତ କାଟିବା ପାଇଁ ମ୍ୟାଚ୍‌ ରେଫରୀ ଆଣ୍ଡି ପାଇକ୍ରଫ୍ଟ ନିର୍ଦ୍ଦେଶ ଦେଇଥିଲେ ।