Categories
ଆଜିର ଖବର ଜାତୀୟ ଖବର

ରାହୁଲଙ୍କୁ ସମଲିଙ୍ଗୀ କହିଲେ ସ୍ବାମୀ ଚକ୍ରପାଣି

ନୂଆଦିଲ୍ଳୀ,03/01 : କଂଗ୍ରେସ ପୁସ୍ତିକାରେ ବୀର ସଭାରକରଙ୍କୁ ସମଲିଙ୍ଗୀ ଭାବରେ ଅଭିହିତ କରାଯିବା ପରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ସଭାପତି ସ୍ବାମୀ ଚକ୍ରପାଣି ରାହୁଲଙ୍କୁ ଆକ୍ରମଣ କରିଛନ୍ତି । ଚକ୍ରପାଣି ରାହୁଲ ଗାନ୍ଧୀଙ୍କୁ ଜଣେ ସମଲିଙ୍ଗୀ ବୋଲି ଅଭିହିତ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବୀର୍‌ ସଭରକର୍‌ଙ୍କ ଉପରେ ଆଧାରିତ ପୁସ୍ତିକାର ଶୀର୍ଷକ ‘କେତେ ବୀର ସଭର୍‌କର୍‌’ ରହିଛି । ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସ୍‌ ଓ ବୀର୍‌ ସଭର୍‌କରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ରହିଥିବାର ଏହି ପୁସ୍ତିକାରେ ଲେଖାଯାଇଥିଲା । କଂଗ୍ରେସର ସର୍ବଭାରତୀୟ ସେବାଦଳର ପ୍ରଶିକ୍ଷଣ କ୍ୟାମ୍ପରେ ଏହି ପୁସ୍ତକ ବଣ୍ଟା ଯାଇଥିଲା । କଂଗ୍ରେସର ଏଭଳି କାର୍ଯ୍ୟକୁ ଭୋପାଳର ବିଜେପି ବିଧାୟକ ରାମେଶ୍ଵର ଶର୍ମା ନିନ୍ଦା କରିବା ସହିତ କଂଗ୍ରେସ ଦେଶଭକ୍ତମାନଙ୍କୁ ବଦନାମ କରୁଛି ବୋଲି କହିଛନ୍ତି । କଂଗ୍ରେସ ସାୱରକରଙ୍କୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବାକୁ ଚାହୁଁଛି । ଗୋଟିଏ ସମ୍ପ୍ରଦାୟକୁ ଖୁସି କରିବା ପାଇଁ ଜଣେ ଦେଶଭକ୍ତଙ୍କ ଚରିତ୍ର ସଂହାର ସମିଚୀନ ନୁହେଁ ବୋଲି ଶର୍ମା କହିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ସମଲିଙ୍ଗୀ ବିବାହକୁ ଇକ୍ବେଡର ସର୍ବୋଚ୍ଚ କୋର୍ଟଙ୍କ ମଞ୍ଜୁରୀ

ସର୍ବୋଚ୍ଚ କୋର୍ଟ ବୁଧବାର ଦିନ ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ସହିତ ଚତୁର୍ଥ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭାବରେ ଏହି ବିବାହ ବ୍ୟବସ୍ଥାକୁ ମଞ୍ଜୁରୀ ପ୍ରଦାନ କରିଛି ଇକ୍ବେଡର। ପୂର୍ବରୁ ଆର୍ଜେଣ୍ଟିନା, ବ୍ରାଜିଲ ଏବଂ କଲମ୍ବିଆ ମଧ୍ୟ ସମଲିଙ୍ଗୀ ବିବାହକୁ ସ୍ବୀକୃତୀ ଦେଇ ସାରିଛନ୍ତି। ସର୍ବୋଚ୍ଚ କୋର୍ଟ ପକ୍ଷରୁ ୯ ଜଣ ବିଚାରପତି ଏହି ମାମଲାର ରାୟ ପ୍ରକାଶ କରିଥିଲେ। ୫ ଜଣ ବିଚାରପତି ଏହା ସପକ୍ଷରେ ମତ ଦେଇଥିବା ବେଳେ ୪ ଜଣ ଏହା ବିପକ୍ଷରେ ମତ ଦେଇଥିଲେ। ଏହି ପ୍ରକ୍ରିୟା ସହିତ ସମସ୍ତ ବ୍ୟକ୍ତିଙ୍କୁ ସମାନ ଅଧିକାର ପ୍ରଦାନ କରାଯିବ ବୋଲି ଓକିଲ କ୍ରିଷ୍ଟିଆନ ପଉଲା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୫ରୁ ଇକ୍ବେଡରରେ ସମଲିଙ୍ଗୀ ବିବାହକୁ ସ୍ବୀକୃତୀ ଦେବା ପାଇଁ ଆନ୍ଦୋଳନ ଚାଲିଥିଲା।

Categories
ଆଜିର ଖବର

ପ୍ରଥମ ଭାରତୀୟ ଆଥଲେଟ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କଲେ ଦୂତୀ ଚାନ୍ଦ

ଓଡିଶାର ମଧ୍ୟମ ଦୂରଗାମୀ ଧାବିକା ତଥା ଜାତୀୟ ସ୍ବର୍ଣ୍ଣ ପଦକ ବିଜୟିନୀ ଦୂତୀ ଚାନ୍ଦ ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିଛନ୍ତି। ୨୦୧୮ ଏସିଆନ ଗେମ୍ସରେ ୧୦୦ ମି ବର୍ଗରେ ଦୁଇଟି ରୌପ୍ୟ ପଦକ ବିଜୟୀ ଆଥଲେଟ ପ୍ରଥମ ଭାରତୀୟ କ୍ରୀଡା ବ୍ୟକ୍ତିତ୍ବ ଭାବରେ ନିଜକୁ ସମଲିଙ୍ଗୀ ଘୋଷଣା କରିଛନ୍ତି। ସମଲିଙ୍ଗୀ ବୋଲି ଘୋଷଣା କରିଥିଲେ ମଧ୍ୟ ନିଜ ସାଥୀଙ୍କ ବିଷୟରେ କୌଣସି ସୂଚନା ଦେଇନାହାନ୍ତି ଦୂତୀ। ସେହିପରି ବିବାହ ସମ୍ପର୍କରେ ଉତ୍ତର ଦେଇ ଦୂତୀ କହିଥିଲେ ବର୍ତ୍ତମାନ ମୋର ସମସ୍ତ ଧ୍ୟାନ ବିଶ୍ବ ଚାମ୍ପିୟନ୍‌ସିପ୍‌ ଏବଂ ଟୋକିଓ ଅଲମ୍ପିକ୍ସକୁ ଯୋଗ୍ୟତା ହାସଲ ଉପରେ କେନ୍ଦ୍ରିତ ରହିଛି। ୨୦୨୦ଟୋକିଓ ଅଲମ୍ପିକ୍ସ ପରେ ବିବାହର ସମ୍ଭାବନା ରହିଥିବା ସ୍ବୀକାର କରିଥିଲେ ଦୂତୀ। ସେହିପରି ସେ ୧୮ ବର୍ଷରୁ ଉର୍ଦ୍ଧ୍ବ ଏବଂ ନିଜ ଜୀବନ ସମ୍ପର୍କରେ ନିଷ୍ପତ୍ତି ନେବାର ଅଧିକାର ରହିଛି ବୋଲି ପ୍ରକାଶ କରିଛନ୍ତି ଦୂତୀ। ବିଗତ ୧୦ ବର୍ଷ ଧରି ଟ୍ରାକ୍‌ରେ ଦୌଡୁଛି ଏବଂ ଆହୁରି ୫-୭ ବର୍ଷ ଟ୍ରାକ୍‌ରେ ରହିବାର ଲକ୍ଷ୍ୟ ରଖିଛି। କ୍ରୀଡାବିତ୍‌ ଭାବରେ ତାଙ୍କୁ ମାନସିକ ଭାବରେ ସମର୍ଥନ କରୁଥିବା ଜଣକୁ ନିଜର ସାଥୀ ଭାବରେ ବାଛି  ବହୁତ ଖୁସି ଅଛନ୍ତି ବୋଲି ଦୂତୀ ସ୍ବୀକାର କରିଛନ୍ତି। ପ୍ରଥମ କ୍ରୀଡାବିତ ଭାବରେ ଦୂତୀ ନିଜକୁ ସମଲିଙ୍ଗୀ ଘୋଷଣା କରି ନାହାନ୍ତି ପୂର୍ବରୁ ଦକ୍ଷିଣ ଆଫ୍ରିକାର ମାରିଜାନେ କେପ୍‌ ଏବଂ ଡିନ୍‌ ଭାନ୍‌ ନିକର୍କ ନିଜକୁ ସମଲିଙ୍ଗୀ ଭାବରେ ଘୋଷଣା କରିଥିଲେ।