Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 26ରୁ ଆରମ୍ଭ ହେବ ମେଟ୍ରିକ୍‌ ପରୀକ୍ଷା ଖାତା ଦେଖା

ଭୁବନେଶ୍ବର : ଆସନ୍ତା 26 ତାରିଖରେ ଆରମ୍ଭ ହେବ ଖାତା ଦେଖା । ଖାତା ଦେଖା ପ୍ରକ୍ରିୟାରେ ସାମିଲ୍‌ ହେବେ 15 ହଜାରରୁ ଅଧିକ ଶିକ୍ଷକ/ଶିକ୍ଷୟିତ୍ରୀ । 62ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । 19 ତାରିଖରୁ ଖାତାଦେଖା ଆରମ୍ଭ ହେବାର ଥିଲେ ମଧ୍ୟ ବାତ୍ୟା ଆମ୍ପାନ କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା । ତେବେ ଆସନ୍ତା 26 ତାରିଖରୁ ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ଏବଂ ମୂଲ୍ୟାୟନ କେନ୍ଦ୍ରରେ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦିଆଯିବ ବୋଲି କୁହାଯାଇଛି । ମୂଲ୍ୟାୟନ ବ୍ୟବସ୍ଥାକୁ ସୂଚାରୂ ଭାବରେ ସମ୍ପାଦନ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରମାନଙ୍କୁ ନୋଡାଲ ଅଫିସର ପଠାଇବାକୁ ଜିଲ୍ଲାପାଳମାନଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।