Categories
ଆଜିର ଖବର

ବିଜେପି ପ୍ରାର୍ଥୀ ଭାଗିରଥ ସେଠୀ ବିଜେଡିରେ ମିଶିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ସମୀର ମହାନ୍ତି

ବିଜେପିର ଆନନ୍ଦପୁର ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେପିରେ ମିଶିବା ପରେ ଏହାକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍‌ ଗରମ ହୋଇଛି। ଭାଗିରଥୀ ବିଜେପିର ଅନ୍ତଃକନ୍ଦଳ ପାଇଁ ଦଳ ଛାଡ଼ି ବିଜେଡ଼ିରେ ମିଶିଛନ୍ତି ବୋଲି କହିବା ସହିତ ଏଇଟା ତାଙ୍କର ଘରବାହୁଡ଼ା ବୋଲି କହିଛନ୍ତି। ତେବେ ଏ ପ୍ରସଙ୍ଗରେ ବିଜେପିର ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ଭାଗିରଥୀଙ୍କୁ ବିଜେଡ଼ି କେଉଁ ଯୋଗ୍ୟତା ଭିତ୍ତିରେ ନେଲା ବୋଲି ପ୍ରଶ୍ନ କରିବା ସହିତ ଏଠାରେ ତିନୋଟି ପି କାମ କରୁଛି ବୋଲି ସମୀର ମହାନ୍ତି କହିଛନ୍ତି। ତେବେ ପ୍ରତ୍ୟାଖ୍ୟାତ ପ୍ରାର୍ଥୀଙ୍କ ମିଶ୍ରଣରୁ ଜଣାପଡୁଛି ବିଜେଡି ହତାଶ ହୋଇପଡ଼ିଛି, ଆନନ୍ଦପୁରର ବୁଦ୍ଧିମାନ ଭୋଟର ଏହାର ଠିକ୍‌ ଜବାବ ଦେବେ ବୋଲି ସମୀର କହିଛନ୍ତି।