Categories
ଆଜିର ଖବର

ସମ୍‌ଝୋତା ଏକ୍ସପ୍ରେସ୍‌ ବନ୍ଦ

ଭାରତ-ପାକିସ୍ତାନ ମଧ୍ୟରେ ପରିସ୍ଥିତି ବେଶ୍‌ ଉତ୍ତେଜନାମୟ ରହିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରୁ ଆରମ୍ଭ ହୋଇଥିବା ଏହି ପରିସ୍ଥିତି ସମୟକ୍ରମେ ଉଗ୍ର ରୂପ ଧାରଣ କଲାଣି। ବୁଧବାର ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନ ସେନା ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ପଣ୍ଡ କରିଛି ଭାରତୀୟ ସେନା। ଏପଟେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ରଖିବା ଘଟଣାରେ ପାକିସ୍ତାନକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛି। ଏହି ପରିସ୍ଥିତିରେ ଭାରତ-ପାକିସ୍ତାନ ଦେଇ ଚାଲୁଥିବା ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ପଟରୁ ଏବେ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଦୁଇ ଦେଶର ସମ୍ପର୍କ ସୁଦୃଢ ହେବା ପାଇଁ ‘ସମଝୋତା ଏକ୍ସପ୍ରେସ୍‌’ର ଚାଲୁଥିଲା । କାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶାନ୍ତିର ପ୍ରସ୍ତାବ ଦେଇଥିବାବେଳେ ଆଜି ସମ୍‌ଝୋତା ଏକ୍ସପ୍ରେସକୁ ରଦ୍ଦ କରି ତାଙ୍କର ଦୋମୁହାଁ ନୀତିର ପ୍ରମାଣ ଦେଉଛନ୍ତି ।