Categories
ଆଜିର ଖବର ଜାତୀୟ ଖବର

କାର୍ଯ୍ୟସ୍ଥଳୀକୁ ସାନିଟାଇଜ୍‌ ନ କଲେ ଦେବାକୁ ପଡିବ ଦଶହଜାରଟଙ୍କାର ଜରିମାନା

ରାଜସ୍ଥାନ : ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାର ଦେଖି ରାଜସ୍ଥାନର ସରକାର କରୋନା ସମ୍ବନ୍ଧୀୟ କିଛି ନିୟମକୁ କଡାକଡି କରିଛନ୍ତି ।  ସାର୍ବଜନିକ ସ୍ଥଳରେ ମାସ୍କ ନ ଲଗାଇଲେ 200 ଟଙ୍କାର ଜରିମାନା ଆଦାୟ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ତେବେ ରାଜ୍ୟସରକାରଙ୍କ ଗୃହ ବିଭାଗ ତରଫରୁ କରୋନାକୁ ନେଇ ସୋମବାର ଦିନ ଅଲଗା ଅଲଗା ଅଧିସୂଚନା ଜାରି କରାଯାଇଛି । ଏହ ଅଧିନିୟମ ଅନୁସାରେ ସମସ୍ତ କାର୍ଯ୍ୟସ୍ଥଳରେ କାର୍ଯ୍ୟ ଅବଧି ସମୟରେ ନିୟମିତ ରୂପେ ସାନିଟାଇଜେସନ୍‌ ହେବ । ଏବଂ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ଦ୍ବାରା ସାମାଜିକ ଦୂରତ୍ବ ଠିକ୍‌ ଭାବେ ପାଳନ ହେବ । ଯଦି କାର୍ଯ୍ୟସ୍ଥଳଗୁଡିକରେ ଏହି ଦୁଇ ନିୟମ ଉଲ୍ଲଂଘନ ହେବ, ଏଥିପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ ବୋଲି ନିୟମ ପ୍ରଣୟନ କରାଯାଇଛି ।

ସେହିପରି ସଂକ୍ରମଣକୁ ରୋକିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ଦ୍ବାରା ମୁହଁ ଢାଙ୍କିବେ। ଯେଉଁମାନେ ମାସ୍କର ବ୍ୟବହାର ନ କରିବେ, ସେମାନଙ୍କଠାରୁ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ଯେଉଁ ଦୋକାନୀ ବିନା ମାସ୍କରେ ସାମଗ୍ରୀ ବିକକ୍ରି କରିବେ ସେମାନଙ୍କଠାରୁ 500ଟଙ୍କାର ଜରିମାନା ଆାଦୟ ହେବ । ସର୍ବସାଧାରଣ ସ୍ଥଳରେ ଛେପ ପକାଇଲେ 200ଟଙ୍କାର ଜରିମାନା ଆଦାୟ ହେବ । ସେହିପରି ସର୍ବସାଧାରଣ ସ୍ଥାନରେ ମଦ, ପାନ, ଗୁଟ୍‌କା ଓ ତମ୍ବାଖୁ ସେବନ କଲେ 500ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିୟମ ଜାରି କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବର ରେଳଷ୍ଟେସନ୍‌ ପରିସର ସାନିଟାଇଜ୍‌ଡ

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ସାନିଟାଇଜ୍‌ କରାଯାଉଥିବା ବେଳେ ଆଜି ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ସାନିଟାଇଜ୍‌ କରାଯାଇଛି । ଆରପିଏଫ୍‌ ଏବଂ ଓଡିଶା ପୋଲିସ୍‌ର ଅଗ୍ନିଶମ ବିଭାଗ ପକ୍ଷରୁ ମିଳିତ ଭାବରେ ଏହି ସାନିଟାଇଜ୍‌ କାର୍ଯ୍ୟକ୍ରମ କରାଯାଉଥିଲା । ବିଭିନ୍ନ ଆର୍‌ପିଏଫ୍‌ ପୋଷ୍ଟ ସହିତ ସମୁଦାୟ ଷ୍ଟେସନ୍‌ ପରିସରକୁ ସାନିଟାଇଜ୍‌ କରାଯାଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀର ହାଟଗୁଡିକୁ ସାନିଟାଇଜ୍‌ କରାଯିବ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜଧାନୀର ହାଟ ଗୁଡିକୁ ସାନିଟାଇଜ୍‌ କରାଯିବ । ବିଏମ୍‌ସି ଓ ଫାୟାର୍‌ ସର୍ଭିସ୍‌ ପକ୍ଷରୁ କରାଯିବ ସାନିଟାଇଜ୍‌ । ୟୁନିଟ୍‌-1 ହାଟ, ୟୁନିଟ୍‌ – 4 ମାର୍କେଟ୍‌ ଓ ମାଛ ମାର୍କେଟ୍‌, ସହିଦ ନଗର ଡେଲି ମାର୍କେଟ୍‌, ରୁଚିକା, ଇନ୍ଦ୍ରଧନୁ ମାର୍କେଟ୍‌, ଡମଣା ହାଟ, ୟୁନିଟ୍‌-3 ଡେଲି ମାର୍କେଟ୍‌, ଗଣ୍ଡମୁଣ୍ଡା ଡେଲି ମାର୍କେଟ୍‌, ବିଜେବି ନଗର ହାଟ ଓ ମା’ କୋଚିଲେଇ ହାଟ ପରି ପ୍ରମୁଖ ମାର୍କେଟ ଗୁଡିକୁ ସାନିଟାଇଜ୍‌ କରାଯିବ ।

ସୂଚନାଯୋଗ୍ୟ, ପଞ୍ଚମ ଆକ୍ରାନ୍ତ ଜଣକ ଚିହ୍ନଟ ହେବା ପରେ ସୂର୍ଯ୍ୟନଗରକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଥିଲା । ସେହିପରି ବମିଖାଲ ଅଞ୍ଚଳରୁ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପରେ ସେହି ସବୁ ଅଞ୍ଚଳକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଛି ।କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଉଛନ୍ତି । କଟକ, ଭୁବନେଶ୍ବର, ଭଦ୍ରକ ଆଦି ସହରକୁ 48 ଘଣ୍ଟିଆ ସଟ୍‌ ଡାଉନ କରିଥିଲେ । ଆଜି ରାତ୍ରି 8 ଘଟିକା ସମୟରେ ଉପରୋକ୍ତ ତିନୋଟି ସହରରୁ ସଟ୍‌ ଡାଉନକୁ ଶେଷ କରାଯିବ ।