ମହରାଷ୍ଟ୍ର, ୧୪/୧୨:ମହାରାଷ୍ଟ୍ରରେ ଶିବସେନା କଂଗ୍ରେସ ସମର୍ଥନରେ ସରକାର ଗଢିଥିଲେ ମଧ୍ୟ ଏହି ଦୁଇ ପାର୍ଟିଙ୍କ ବୈଚାରିକ ମତଭେଦ ରହିଛି। ଆଜି ଦିଲ୍ଲୀଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ବଞ୍ଚାଅ’ ରାଲିରେ ରାହୁଲ୍ ଦେଇଥିବା ବୟାନକୁ ନେଇ ଶିବସେନା ନାପସନ୍ଦ କରିଛି । ରାହୁଲ୍ ଏହି ରାଲିରେ କହିଥିଲେ ଯେ, ସେ ରାହୁଲ୍ ସବରକର ନୁହଁନ୍ତି, ରାହୁଲ୍ ଗାନ୍ଧି । ଏହି ବୟାନକୁ ନେଇ ଶିବସେନା ନିଜର ଅସନ୍ତୁଷ୍ଟ ପ୍ରକାଶ କରିଛି । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି ନେହେରୁ-ଗାନ୍ଧୀଙ୍କ ପରି ସଭରକର ମଧ୍ୟ ଦେଶ ପାଇଁ ବଳିଦାନ ଦେଇଛନ୍ତି। ସଞ୍ଜୟ ରାଉତ ଏହା ମଧ୍ୟ କହିଛନ୍ତି ସମସ୍ତ ମହାନାୟକଙ୍କୁ ସମ୍ମାନ ଦେବା ଉଚିତ୍। ସଭରକର କେବଳ ମହାରାଷ୍ଟ୍ର ନୁହଁ ପୂରା ଦେଶ ପାଇଁ ଏକ ବରଦାନ ବୋଲି ସେ କହିଛନ୍ତି। ନେହେରୁ-ଗାନ୍ଧୀଙ୍କ ପରି ସଭରକରଙ୍କ ମଧ୍ୟ ଦେଶ ପାଇଁ ବଳିଦାନ ଦେଇଥିଲେ। ସେ କେବଳ ମହାରାଷ୍ଟ୍ର ନୁହଁ ଦେଶର ଦେବତା। ସଭରକରଙ୍କ ନାମରେ ରାଷ୍ଟ୍ର ଅଭିମାନ ଓ ସ୍ଵାଭିମାନ ରହିଛି। ସେହିପରି ରାଉତ କହିଛନ୍ତି ଯେ, ଆମେ ପଣ୍ଡିତ ନେହେରୁ, ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ କରୁ, ତେଣୁ ଆପଣ ମଧ୍ୟ ବୀର ସଭରକରଙ୍କ ଅପମାନ କର ନାହିଁ। (ଏଜେନ୍ସି)