Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

ମୁମ୍ବାଇ: ରାଜସ୍ଥାନରେ ସଚିନ୍ ପାଇଲଟ୍ ଓ ତାଙ୍କ ସମର୍ଥକଙ୍କ ପରେ କଂଗ୍ରେସ ଆଉ ଏକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। କଂଗ୍ରେସ ଏବେ ମହାରାଷ୍ଟ୍ରରେ ପାର୍ଟିର ନେତା ଥିବା ସଞ୍ଜୟ ଝା’ଙ୍କୁ ସସପେଣ୍ଡ କରିଛି।  ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି।  ତତ୍କାଳ ଭାବେ ଏହି ଆଦେଶ କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମହାରାଷ୍ଟ୍ର ସରକାରରେ ଥିବା ବାଲାସାହେବ ଥେରାଟ୍‌ ଟୁଇଟ୍‌ ଜରିଆରେ ନିଲମ୍ବନ ପତ୍ରର ପ୍ରେସରିଲିଜ୍‌ ଜାରି କରିଛନ୍ତି ।

छवि

ଦଳର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବାରୁ ସଞ୍ଜୟ ଝାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ପଦରୁ ହଟିବାକୁ ପଡିଥିଲା ।  ଗତ କିଛି ଦିନ ତଳେ ଏକ ସ୍ତମ୍ବରେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ ସଞ୍ଜୟ । ଏହା ପରେ କଂଗ୍ରେସ ଓ ଝାଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ପରିଶେଷରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଞ୍ଜୟ ଝାଙ୍କୁ ନିଲମ୍ବିତ କରାଯାଇଛି ।