Categories
ଆଜିର ଖବର

ଦାନ୍ତେଓ୍ବାଡାରେ ମାଓ ଆକ୍ରମଣରେ ୬ ସିଆରଏପଏଫ୍‌ ଆହତ

ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍‌କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।

 

Categories
ଆଜିର ଖବର

ବିଜେପିରୁ ଇସ୍ତଫା ଦେଲେ ରାମପ୍ରସାଦ ଶର୍ମା

୨୦୧୯ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଦଳ ବଦଳ ପର୍ବ ଚାଲିଛି। ଏହି କ୍ରମରେ ଆସାମରେ ବିଜେପିରୁ ଇସ୍ତଫା ଦେଇଛନ୍ତି ଦଳର ବରିଷ୍ଠ ନେତା ତଥା ତେଜପୁର ଲୋକସଭା ସାଂସଦ ରାମପ୍ରସାଦ ଶର୍ମା। ବିଜେପିରେ ୨୯ ବର୍ଷ ଏବଂ ଆରଏସଏସ୍‌ ଓ ଭିଏଚ୍‌ପିରେ ୧୫ ବର୍ଷ କାର୍ଯ୍ୟ କଲା ପରେ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବାର ଅଭିଯୋଗ କରିଛନ୍ତି। ଏବଂ ଲୋକସଭା ନିର୍ବାଚିତ ପାଇଁ ସମ୍ଭାବିତ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନଥିବାରୁ ସେ ଅପମାନିତ କରିଛନ୍ତି ବୋଲି ସୂଚନା ରହିଛି। ତେବେ ଏବେ ସେ କେଉଁ ଦଳରେ ଯୋଗଦେବେ ତାହ ଜଣାପଡ଼ିନାହିଁ।

Categories
ଆଜିର ଖବର

ମହାନଦୀ ବୈଠକ ବିଫଳ, ମାର୍ଚ୍ଚ ୯ରେ ଚୂଡ଼ାନ୍ତ ଶୁଣାଣୀ

ମହାନଦୀ ଜଳବିବାଦ ମାମଲାର ଆପୋଷ ବୁଝାମଣା ପାଇଁ ବସିଥିବା ବୈଠକ ବିଫଳ ହୋଇଛି। ଦୁଇ ରାଜ୍ୟର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଓଡିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ଶୁଣାଣି ପୂର୍ବରୁ ହୋଇଛି । ତେବେ ମାର୍ଚ୍ଚ ୯ ତାରିଖରେ ଟ୍ରିବ୍ୟୁନାଲ ଏନେଇ ଚୂଡାନ୍ତ ରାୟ ଶୁଣାଇବେ । ଚୂଡାନ୍ତ ରାୟ ପୂର୍ବରୁ ପରସ୍ପରଙ୍କ ମଧ୍ୟରେ ଆପୋଷ ସମାଧାନ ଲାଗି ଉଭୟ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ । ଅଣମୌସୁମୀରେ ୧.୭୪ ନିୟୁତ କୋଟି ଘନଫୁଟ ଜଳ ଦାବି କରୁଛି ଓଡ଼ିଶା। ପୂର୍ବରୁ ଡିସେମ୍ବର ୧୫ରେ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳ ବିବାଦର ଶୁଣାଣି ମହାନଦୀ ଟ୍ରିବ୍ୟୁନାଲରେ ହୋଇଥିଲା । ଏହି ଶୁଣାଣି ସମୟରେ ଛତିଶଗଡ଼ ବେଆଇନ ଭାବେ ମହାନଦୀ ପାଣିକୁ ଅବରୋଧ କରୁଥିବା ଓଡିଶା ନିଜର ଯୁକ୍ତି ଉପସ୍ଥାପନ  କରିଥିଲା ।

Categories
ଆଜିର ଖବର

ଆସନ୍ତା କାଲିଠାରୁ ଯୁକ୍ତ ଦୁଇ ପରୀକ୍ଷା : ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ

ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷା ଆସନ୍ତା କାଲିଠାରୁ  ଆରମ୍ଭ ହେବାକୁ ଯାଉଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରୀଛାତ୍ର  ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ମାଟ୍ରିକ୍‌ ପରୀକ୍ଷା ଭଳି ଯେପରି ପ୍ରଶ୍ନପତ୍ର ଭାଇରାଲ ନ ହୁଏ ସେ ନେଇ ତ୍ରି-ସ୍ତରୀୟ ସ୍କ୍ବାର୍ଡ ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ, ସ୍ମାର୍ଟ ଓ୍ବାଚ୍‌,ଏବଂ କାଲ୍‌କୁଲେଟର ଆଦି ନେବା ପାଇଁ ବାରଣ ହୋଇଛି। ଏହାସହ ସିସିଟିଭି ମଧ୍ୟମରେ ସମ୍ପୂର୍ଣ୍ଣ ପରୀକ୍ଷା କେନ୍ଦ୍ରଉପରେ ନଜର ରଖାଯିବ। ସକାଳ ୯ରେ ପ୍ରଶ୍ନପତ୍ର  ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ଜଣାପଡ଼ିଛି। ୨୦୨ଟି ନୋଡାଲ୍‌ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରକୁ ଗାଡ଼ି ଯୋଗେ ପ୍ରଶ୍ନପତ୍ର ପଠାଯିବ । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ପରୀକ୍ଷା ପରିଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯିବ । ଯଦି କୌଣସି ବ୍ୟକ୍ତି ଜାଣିଶୁଣି ପୁରୁଣା ପ୍ରଶ୍ନପତ୍ର କିମ୍ବା ଗୁଜବ ଭାଇରାଲ୍‌ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବା ସହିତ କଠୋର ଦଣ୍ଡ ବିଧାନ କରାଯିବ । ସେହିପରି ପ୍ରଶ୍ନପତ୍ରରେ କେବଳର ପରୀକ୍ଷାର୍ଥୀ ରୋଲ୍‌ନମ୍ବର ବ୍ୟତୀତ ଅନ୍ୟ କିଛି ଲେଖିପାରିବେ ନାହିଁ । ଉଦ୍ଭିଦ ବିଜ୍ଞାନ (ବଟ୍‌ନି) ଏବଂ ପ୍ରାଣୀ ବିଜ୍ଞାନ (ଜୁଲୋଜି) ପରୀକ୍ଷା ମଧ୍ୟରେ ୨୦ ମିନିଟ୍‌ ବ୍ୟବଧାନ ରଖାଯାଇଛି ।  ପରୀକ୍ଷା ପରିଚାଳନାରେ ସହାୟତା ଓ ଅଭିଯୋଗ ପାଇଁ ୦୬୭୪-୨୩୦୩୮୦୩, ୨୩୦୦୦୯୯ ଦୁଇଟି ହେଲପ୍‌ ଲାଇନ୍‌ ନମ୍ବର ଜାରି କରାଯାଇଛି ।