Categories
ଆଜିର ଖବର ଜୀବନ ଶୈଳୀ

ଫିନଲାଣ୍ଡରେ ସପ୍ତାହକୁ ମାତ୍ର ଚାରିଦିନ କାମ!

ନୂଆଦିଲ୍ଲୀ : ଫିନଲାଣ୍ଡରେ ଏଣିକି ସପ୍ତାହକୁ ଚାରି ଦିନ କାମ କରିବାକୁ ପଡିବ । ଫିନଲାଣ୍ଡର ନବ ନିର୍ବାଚିତ ତଥା ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏହି ପ୍ରସ୍ତାବ ଦେଇଛନ୍ତି । ପରିବହନ ମନ୍ତ୍ରୀ ରହିଥିବା ବେଳେ ସାନା ଚାରି ଦିନିଆ ସପ୍ତାହର ପ୍ରସ୍ତାବ ଦେଇଥିଲେ ଯାହାକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ପରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସପ୍ତାହରେ 4 ଦିନ କାମ କରିବା ଦ୍ବାରା କର୍ମଚାରୀ କମ୍ପାନୀ ପାଇଁ ଠିକ୍‌ ଭାବରେ କାମ କରି ପାରିବେ ଏବଂ ତତ୍‌ସହିତ ପରିବାରର ମଧ୍ୟ ଉପଯୁକ୍ତ ଧ୍ୟାନ ରଖିପାରିବେ । ଏହା ସହିତ ସପ୍ତାହରେ 4 ଦିନ ପାଇଁ ଏବଂ ଦୈନିକ ମାତ୍ର 4 ଘଣ୍ଟା କାର୍ଯ୍ୟ କରିବାର ପ୍ରସ୍ତାବ ଦେଇଛନ୍ତି ସାନା । ସାନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ଲି ଆଣ୍ଡରସନ୍‌ ସମର୍ଥନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫିନ୍‌ଲ୍ୟାଣ୍ଡରେ ବର୍ତ୍ତମାନ ଦୈନିକ 8 ଘଣ୍ଟା ଏବଂ ସପ୍ତାହରେ 5 ଦିନ କାର୍ଯ୍ୟର ନିୟମ ରହିଛି । ମାତ୍ର ପ୍ରଥମ ଦେଶ ଭାବରେ ଫିନ୍‌ଲ୍ୟାଣ୍ଡ ଏହି ବ୍ୟବସ୍ଥା ଆପଣାଉନାହିଁ । ପୂର୍ବରୁ 2015 ମସିହାରେ ସ୍ବିଡେନ୍‌ରେ ସପ୍ତାହରେ 5 ଦିନ ଏବଂ ଦୈନିକ 6 ଘଣ୍ଟା କାମ କରିବାର ନିୟମକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । (ଏଜେନ୍ସୀ)

Categories
ଆଜିର ଖବର

ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେଲେ ଫିନଲାଣ୍ଡର ସାନ୍ନା ମାରିନ୍‌

ନୂଆଦିଲ୍ଲୀ,9/12 : ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ଫିନଲ୍ୟାଣ୍ଡର ସାନ୍ନା ମାରିନ୍‌ । ଫିନଲ୍ୟାଣ୍ଡର ସୋସିଆଲ ଡେମୋକ୍ରାଟ ଦଳର ପୂର୍ବତନ ପରିବହନ ମନ୍ତ୍ରୀ ମାରିନ୍‌ 34 ବର୍ଷରେ ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ହାସଲ କରିଛନ୍ତି । ଏହା ସହିତ ମାରିନ୍‌ ନିଜ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମଙ୍ଗଳବାର ଇସ୍ତଫା ଦେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଆନ୍‌ଟ୍ଟି ରିନ୍ନେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ । ରବିବାର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ଆଜି ମାରିନ୍‌ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚିତ ହେବା ସହିତ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ ଓଲେକ୍ସୀ ହୋଞ୍ଚାରୁକ୍‌(35)ଙ୍କୁ ଅତିକ୍ରମ କରିଛନ୍ତି । (ଏଜେନ୍ସୀ)