Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିନଲାଣ୍ଡରେ ସପ୍ତାହକୁ ମାତ୍ର ଚାରିଦିନ କାମ!
ଆଜିର ଖବର

ଫିନଲାଣ୍ଡରେ ସପ୍ତାହକୁ ମାତ୍ର ଚାରିଦିନ କାମ!

January 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଫିନଲାଣ୍ଡରେ ଏଣିକି ସପ୍ତାହକୁ ଚାରି ଦିନ କାମ କରିବାକୁ ପଡିବ । ଫିନଲାଣ୍ଡର ନବ ନିର୍ବାଚିତ ତଥା ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏହି ପ୍ରସ୍ତାବ ଦେଇଛନ୍ତି । ପରିବହନ ମନ୍ତ୍ରୀ ରହିଥିବା ବେଳେ ସାନା ଚାରି ଦିନିଆ ସପ୍ତାହର ପ୍ରସ୍ତାବ ଦେଇଥିଲେ ଯାହାକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ପରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସପ୍ତାହରେ 4 ଦିନ କାମ କରିବା ଦ୍ବାରା କର୍ମଚାରୀ କମ୍ପାନୀ ପାଇଁ ଠିକ୍‌ ଭାବରେ କାମ କରି ପାରିବେ ଏବଂ ତତ୍‌ସହିତ ପରିବାରର ମଧ୍ୟ ଉପଯୁକ୍ତ ଧ୍ୟାନ ରଖିପାରିବେ । ଏହା ସହିତ ସପ୍ତାହରେ 4 ଦିନ ପାଇଁ ଏବଂ ଦୈନିକ ମାତ୍ର 4 ଘଣ୍ଟା କାର୍ଯ୍ୟ କରିବାର ପ୍ରସ୍ତାବ ଦେଇଛନ୍ତି ସାନା । ସାନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ଲି ଆଣ୍ଡରସନ୍‌ ସମର୍ଥନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫିନ୍‌ଲ୍ୟାଣ୍ଡରେ ବର୍ତ୍ତମାନ ଦୈନିକ 8 ଘଣ୍ଟା ଏବଂ ସପ୍ତାହରେ 5 ଦିନ କାର୍ଯ୍ୟର ନିୟମ ରହିଛି । ମାତ୍ର ପ୍ରଥମ ଦେଶ ଭାବରେ ଫିନ୍‌ଲ୍ୟାଣ୍ଡ ଏହି ବ୍ୟବସ୍ଥା ଆପଣାଉନାହିଁ । ପୂର୍ବରୁ 2015 ମସିହାରେ ସ୍ବିଡେନ୍‌ରେ ସପ୍ତାହରେ 5 ଦିନ ଏବଂ ଦୈନିକ 6 ଘଣ୍ଟା କାମ କରିବାର ନିୟମକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । (ଏଜେନ୍ସୀ)

finland sannamarin sweden
Share. Facebook Twitter LinkedIn Email WhatsApp Copy Link

Related Posts

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

ଏନଟିପିସି କୋରବା ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

September 17, 2026

କେରଳମ୍ ଏବଂ ରାଜସ୍ଥାନର ଗଣମାଧ୍ୟମ ପ୍ରତିନିଧିଙ୍କ ସିଏସଆଇଆର-ଆଇଏମଏମଟି ପରିଦର୍ଶନ

September 17, 2026
Latest News

ଦେବଗଡ଼ରେ ଚାଞ୍ଚଲ୍ୟ: ପ୍ରେମିକା ଘର ନିକଟରୁ ପ୍ରେମିକଙ୍କ ମୃତଦେହ ଉଦ୍ଧାର

September 17, 2026

୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ: ଟ୍ରମ୍ପଙ୍କୁ ଦେଲା କଡ଼ା ବାର୍ତ୍ତା

September 17, 2026

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026

୨୦୧୩ ଝିରମ୍ ଘାଟି ମାଓ ଆକ୍ରମଣ: ୧୦ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର NIA କୋର୍ଟ

September 17, 2026

ଆଇସିସି ଟି-୨୦ ରାଙ୍କିଙ୍ଗ୍: ବ୍ୟାଟିଂ ଶୀର୍ଷରେ ଈଶାନ୍, ଦ୍ୱିତୀୟ ସ୍ଥାନକୁ ଉଠିଲେ ଅଭିଷେକ

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.