Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌କୁ କରୋନା ଟ୍ରେନ୍‌ କହିଲେ ଦିଦି : ସ୍ବିଡେନ୍‌ ମଡେଲ୍‌ ଆପଣେଇବ ପଶ୍ଚିମବଙ୍ଗ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ କରୋନା ଏକ୍ସପ୍ରେସ୍‌ କହିଛନ୍ତି ମମତା । କରୋନା ଆକ୍ରାନ୍ତଙ୍କ ସହିତ ସରକାର ହଜାର ହଜାର ପ୍ରବାସୀଙ୍କୁ ସ୍ଥାନାନ୍ତର କରୁଥିବାରୁ ମମତା ଏହାକୁ ସମାଲୋଚନା କରି କୋନା ଏକ୍ସପ୍ରେସ୍‌ ବୋଲି ଅଭିହିତ କରିଛନ୍ତି । ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରେ ପ୍ରବାସୀ ମାନଙ୍କୁ ସ୍ଥାନାନ୍ତର କରିବା ଦ୍ବାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ମମତା କହିଛନ୍ତି । ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ ସ୍ବିଡେନ୍‌ ମଡେଲକୁ ଆପଣେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ମମତା । ପଶ୍ଚିମବଙ୍ଗ ସରକାରଙ୍କ ସ୍ବାସ୍ଥ୍ୟ ପରାମର୍ଶ ଦାତା ଦୀପ୍ତେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି ।

Categories
ଆଜିର ଖବର ଜୀବନ ଶୈଳୀ

ଫିନଲାଣ୍ଡରେ ସପ୍ତାହକୁ ମାତ୍ର ଚାରିଦିନ କାମ!

ନୂଆଦିଲ୍ଲୀ : ଫିନଲାଣ୍ଡରେ ଏଣିକି ସପ୍ତାହକୁ ଚାରି ଦିନ କାମ କରିବାକୁ ପଡିବ । ଫିନଲାଣ୍ଡର ନବ ନିର୍ବାଚିତ ତଥା ବିଶ୍ବର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ସାନା ମାରିନ୍‌ ଏହି ପ୍ରସ୍ତାବ ଦେଇଛନ୍ତି । ପରିବହନ ମନ୍ତ୍ରୀ ରହିଥିବା ବେଳେ ସାନା ଚାରି ଦିନିଆ ସପ୍ତାହର ପ୍ରସ୍ତାବ ଦେଇଥିଲେ ଯାହାକୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ହେବା ପରେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସପ୍ତାହରେ 4 ଦିନ କାମ କରିବା ଦ୍ବାରା କର୍ମଚାରୀ କମ୍ପାନୀ ପାଇଁ ଠିକ୍‌ ଭାବରେ କାମ କରି ପାରିବେ ଏବଂ ତତ୍‌ସହିତ ପରିବାରର ମଧ୍ୟ ଉପଯୁକ୍ତ ଧ୍ୟାନ ରଖିପାରିବେ । ଏହା ସହିତ ସପ୍ତାହରେ 4 ଦିନ ପାଇଁ ଏବଂ ଦୈନିକ ମାତ୍ର 4 ଘଣ୍ଟା କାର୍ଯ୍ୟ କରିବାର ପ୍ରସ୍ତାବ ଦେଇଛନ୍ତି ସାନା । ସାନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲ୍ୟାଣ୍ଡର ଶିକ୍ଷାମନ୍ତ୍ରୀ ଲି ଆଣ୍ଡରସନ୍‌ ସମର୍ଥନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଫିନ୍‌ଲ୍ୟାଣ୍ଡରେ ବର୍ତ୍ତମାନ ଦୈନିକ 8 ଘଣ୍ଟା ଏବଂ ସପ୍ତାହରେ 5 ଦିନ କାର୍ଯ୍ୟର ନିୟମ ରହିଛି । ମାତ୍ର ପ୍ରଥମ ଦେଶ ଭାବରେ ଫିନ୍‌ଲ୍ୟାଣ୍ଡ ଏହି ବ୍ୟବସ୍ଥା ଆପଣାଉନାହିଁ । ପୂର୍ବରୁ 2015 ମସିହାରେ ସ୍ବିଡେନ୍‌ରେ ସପ୍ତାହରେ 5 ଦିନ ଏବଂ ଦୈନିକ 6 ଘଣ୍ଟା କାମ କରିବାର ନିୟମକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । (ଏଜେନ୍ସୀ)

Categories
ଫଟୋ ଖବର

ସ୍ବିଡେନ୍‌ର ରାଜା କାର୍ଲ ଏକ୍ସଭିଆଇଙ୍କୁ ରାଷ୍ଟ୍ରପତି ଭବନରେ ଗାର୍ଡ ଅଫ୍‌ ଅନର୍‌

NEW DELHI, DEC 2 (UNI):- King Carl XVI Gustaf of Sweden inspecting a guard of honour during ceremonial reception at Rashtrapati Bhavan, in New Delhi on Monday. UNI PHOTO-AK3U