Categories
ଆଜିର ଖବର

ମୋଦିଙ୍କୁ ଟ୍ବିଟ୍‌ କରି ଟାର୍ଗେଟ୍‌ କଲେ ଶତ୍ରୁଘ୍ନ ସିହ୍ନା

ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି କେତେକ ରାଜନୈତିକ ନେତା ନିଜ ଦଳ ବଦଳ ଆରମ୍ଭ କରିଛନ୍ତି। ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଦଳ ଛାଡିବାର ସଙ୍କେତ ଦେଇଛନ୍ତି। ସେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ଶତ୍ରୁଘ୍ନ କହିଛନ୍ତି ଯେ, ଦେଶ ଆପଣଙ୍କ ସମ୍ମାନ କରୁଛି। ତେବେ ଆପଣଙ୍କ ନେତୃତ୍ୱରେ ବିଶ୍ୱାସନୀୟତାର ଅଭାବ ରହିଛି। ଆପଣ ଯାହା କରୁଛନ୍ତି  ତାହା କ’ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶତ୍ରୁଘ୍ନ। ବୋଧ ହୁଏ ଲୋକେ ଆପଣଙ୍କୁ ବିଶ୍ୱାସ କରୁ ନାହାଁନ୍ତି ବୋଲି ଟୁଇଟ୍‌ କରିଛନ୍ତି ଶତ୍ରୁଘ୍ନ। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଆରମ୍ଭ ହୋଇଛି।  କିଛିଦିନ ହେବ ଦଳକୁ ନେଇ ବେଶ୍‌ ଅସନ୍ତୋଷ ରହିଥିଲେ ଶତ୍ରୁଘ୍ନ। ସେ ନବ ନେତୃତ୍ବ ସହ କାର୍ଯ୍ୟଭାର ସମ୍ଭାଳିବା ପାଇଁ ମଧ୍ୟ କହିଥିଲେ ।