Categories
ଆଜିର ଖବର ରାଜ୍ୟ ଖବର

ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ଏସ୍‌ସିବି କାଜୁଆଲିଟିରେ ହେଲେ ହନ୍ତସନ୍ତ

କଟକ : ଏସ୍‌ସିବି କାଜୁଆଲଟିରେ କରୋନା ଆକ୍ରାନ୍ତ ହନ୍ତସନ୍ତ ହେଉଥିବାର ଅଭିଯୋଗ ହୋଇଛି। ଏସ୍‌ସିବି କାଜୁଆଲିଟିରେ ୧୨ ଘଣ୍ଟା ଧରି ବିଷ ପିଇଥିବା ରୋଗୀ ପଡିଥିବାର ଅଭିଯୋଗ ହୋଇଛି। କାଲି ବାଲେଶ୍ବରରୁ ଆସି ରାତି ୯ଟାରେ କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। ବିଷ ପିଇଥିବା ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବାରୁ ହନ୍ତସନ୍ତ ହୋଇଛନ୍ତି। ୧୨ ଘଣ୍ଟା  ବିତିଥିଲେ ବି ସମ୍ପୃକ୍ତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରାଯାଉନଥିବାର ଅଭିଯୋଗ ହୋଇଛି। ରୋଗୀ ଜଣକ ହନ୍ତସନ୍ତ ହେଉଥିବାର ତାଙ୍କ ପରିବାର ଏକ ଭିଡିଓ ଜରିଆରେ ଅଭିଯୋଗ କରିଛନ୍ତି। ତେବେ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଳାଜମା ଥେରାପି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ ।

ରାଜ୍ୟରେ ଦୈନିକ ପରୀକ୍ଷଣ 9 ହଜାରକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଟାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କୋଭିଡ୍‌ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସେହିପରି 5ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Categories
ଫଟୋ ଖବର

ସଫଳତାର ସହ ବିରଳ କିଡନ୍ ରୋପଣ ହୋଇଥିବାରୁ ଏସସିବି ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

କଟକ-କଟକ ଏସସିବି ମେଡିକାଲ କଲେଜର ଡାକ୍ତରମାନେ ଏକ କିଡନକୁ ଭୁବନେଶ୍ବରରୁ ନେଇ କଟକରେ ରୋପଣ କରିପାରିଥିଲେ। ଏପରି କାମ ସଫଳତାର ସହ କରିଥିବାରୁ ମେଡିକାଲର ଡାକ୍ତରମାନଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Categories
ଆଜିର ଖବର ରାଜ୍ୟ ଖବର

କଟକ ଗସ୍ତରେ ଫାଇଭ୍‌ ଟି ସଚିବ

ଆଜି କଟକ ଗସ୍ତ କରିଛନ୍ତି ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ୍‌। ଫାଇଭ୍‌ ଟି ସଚିବଙ୍କ ସମେତ ଜଳ ସମ୍ପଦ ବିଭାଗ ଉଚ୍ଚ ଅଧିକାରୀ, କଟକ ଜିଲ୍ଲାପାଳ, ପୋଲିସ କମିଶନର ଓ ଡିସିପି ମଧ୍ୟ ଉପସ୍ଥିତ ରହିଥିଲେ । ସିସୋର ପଠା, ହାଡ଼ିଆ ପଠା ଓ ନୌ ବାଣିଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଲେ ସମସ୍ତ ଅଧିକାରୀ। ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲେ ଫାଇଭ୍‌ ଟି ସଚିବ ।

ତେବେ ଫାଇଭ୍‌ଟି ସଚିବଙ୍କ କଟକ ଗସ୍ତ କରିବା ପରେ ଜଳ ସମ୍ପଦ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଏସସିବି ମେଡିକାଲର ଦ୍ଵିତୀୟ କ୍ୟାମ୍ପସ ରୂପରେଖ ନେଇ ୫ଟି ସଚିବ ଗସ୍ତ କରିଛନ୍ତି । ଉନ୍ନତ ମାନର ରୋଗୀ ସେବା ଯୋଗାଇଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସିସୋର ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ଗଠନ କରାଯିବ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏସସିବିକୁ ଏମ୍ସ ପ୍ଲସ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖାଯାଇଛି।

Categories
ଆଜିର ଖବର

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ

କଟକ ବଡ଼ ମେଡ଼ିକାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇ ନାହିଁ ।  ମାତ୍ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇ ଯାଇଥିବା ଜାଣିବାକୁ ମିଳିଛି। ମେଡିକାଲ୍‌ରେ ଥିବା ପାଥୋଲୋଜି ବିଭାଗର ଦୁଇଟି ରୁମ୍‌ରେ ନିଆଁ ଲାଗିଥିବା ହେତୁ ଏପରି ଭୟାନକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ଏହି ଅଗ୍ନିକାଣ୍ଡ ସର୍ଟସର୍କିଟ ଯୋଗୁ ହୋଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମେଡିକାଲ୍‌ର ୧୦ରୁ ଊର୍ଧ୍ୱ ଏସି ପୋଡ଼ି ଜଳି ପାଉଁଶ ହୋଇ ଯାଇଥିବା ସୂଚନା ରହିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ପାଉଁଶ ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଆସବାପତ୍ର ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଯାଇଛି। ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ପୁଲିସ୍‌ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇତଦନ୍ତ ଆରମ୍ଭ କରିଛି।