ଆଜିଠୁ ରାଜ୍ୟରେ ଆରମ୍ଭ ହେବ ପ୍ଳାଜମା ଥେରାପି

Published: Jul 15, 2020, 10:07 am IST

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ମୁକାବିଲା ପାଇଁ ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଭୁବନେଶ୍ୱରର ସମ୍, କିମସ୍ ଓ କଟକର ଅଶ୍ୱିନୀ ହସ୍ପିଟାଲରେ ଆଜିଠାରୁ ପ୍ଲାଜମା ଥେରାପି ଆରମ୍ଭ କରାଯିବ। କଟକ ଏସସିବି ମେଡିକାଲକୁ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବେ କାମ କରିବ ।

ରାଜ୍ୟରେ ଦୈନିକ ପରୀକ୍ଷଣ 9 ହଜାରକୁ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି ନିଆଟାଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ। ଫଳରେ ଅନେକ ଜୀବନ ବଞ୍ଚିପାରିବ।  ଲୋକମାନେ ଯେପରି ସୁବିଧାରେ ଟେଷ୍ଟ କରିପାରିବେ ସେଥିପାଇଁ ଅଧିକ ଘରୋଇ ଚିକିତ୍ସାଳୟକୁ ମଧ୍ୟ ଅନୁମତି ଦିଆଯିବ । କୋଭିଡ୍‌ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦିଆଯିବ। ସେହିପରି 5ଟି ଫୋକସ୍‌ ଜିଲ୍ଲାର ତଦାରଖ ବ୍ୟବସ୍ଥା ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Related posts