Categories
ଆଜିର ଖବର

ସୁରକ୍ଷା ଦୃଷ୍ଟିରୁ ସୀମାରେ ଥିବା ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା

ପାକିସ୍ତାନ ସେନା ଅଖନୁର ସେକ୍ଟରର ପୁଲବାମା ଅଂଚଳରେ ଓ ମେଂଢର ସେକ୍ଟରରେ ପ୍ରବଳ ଗୁଳି ଗୋଳା ବର୍ଷା ଜାରି ରହିଛି । ସେହିପରି ବାଲାକୋଟ ଓ କୃଷ୍ଣାଘାଟିର ଉପ ସେକ୍ଟର ଉପରେ ରାତିସାରା ଗୁଳି ମାଡ କରିଥିବା ସୂଚନା ମିଳିଛି । ତେବେ ଭାରତୀୟ ଯବାନ ପାକ ରେଞ୍ଜର୍ସଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ସେନା ପୋଷ୍ଟ ସହ ଜନବସତିକୁ ଟାର୍ଗେଟ କରି ପାକିସ୍ତାନ ସେନା ମୋର୍ଟାର ମାଡ କରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସୀମାରେ ଉତ୍ତେଜନାକୁ ଆଖିରେ ରଖି ଆଜି ଜମ୍ମୁକଶ୍ମୀରର ସୀମାନ୍ତବର୍ତ୍ତୀ ଅଂଚଳର ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ଏଲଓସି ଏବଂ ଅନ୍ତରାଷ୍ଟ୍ରୀୟ ସୀମା ଠାରୁ ୫ କିଲୋମିଟର ଦୂରତାରେ ଥିବା ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛି ପ୍ରଶାସନ । ଜମ୍ମୁକଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଉତରାଖଣ୍ଡରେ ହାଇଅଲର୍ଟ ଜାରି କରାଯାଇଛି ।