Categories
ଆଜିର ଖବର ଜାତୀୟ ଖବର

ସିନ୍ଧିଆଙ୍କ ଉପସ୍ଥିତିରେ ବିଜେପି ମୁଖ୍ୟଙ୍କୁ ଭେଟିଲେ 22 ବିଦ୍ରୋହୀ ବିଧାୟକ

ଭୋପାଳ : କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ବରେ 22 ବିଦ୍ରୋହୀ ବିଧାୟକ ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି । ଏହି 22 ବିଧାୟକ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି । ବିଜେିପର ରାଜ୍ୟସଭା ପ୍ରାର୍ଥୀ ସିନ୍ଧିଆଙ୍କ ନେତୃତ୍ବରେ 22 ବାଗୀ ବିଧାୟକ ଜେପି ନଡ୍ଡାଙ୍କୁ ଭେଟିଛନ୍ତି । 22 ବିଧାୟକଙ୍କ ସମେତ ଏହି ବୈଠକରେ ମଧ୍ୟପ୍ରଦେଶର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମାର ଏବଂ କୈଳାଶ ବିଜୟବର୍ଗୀୟା ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିର ରାଜ୍ୟସଭା ସଦସ୍ୟ ଭାବେ ସିନ୍ଧିଆଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ବିଜେପି ମୁଖ୍ୟ ଶିବରାଜ ସିଂ ଚୌହାନ ରାଜ୍ୟସଭା ପ୍ରାର୍ଥୀ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଛନ୍ତି । ବୁଧବାର ମଧ୍ୟାହ୍ନରେ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ଅପରାହ୍ନରେ ଶିବରାଜ ରାଜ୍ୟସଭା ସଦସ୍ୟ ଭାବରେ ସିନ୍ଧିଆଙ୍କ ନାମ ଘୋଷଣା କରିଥିଲେ । ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟରରେ ଶିବରାଜ ସିନ୍ଧିଆଙ୍କ ସମ୍ପର୍କରେ ଘୋଷଣା କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ସିନ୍ଧିଆଙ୍କ ସାମିଲକୁ ନେଇ, ଦଳରେ ଅସନ୍ତୋଷ

ନୂଆଦିଲ୍ଲୀ : କଂଗ୍ରେସର ବଡ ଚେହେରା ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଦିନ ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହେଉଛନ୍ତି। ସିନ୍ଧିଆ ବିଜେପିରେ ସାମିଲ୍‌ ହେବା ନେଇ କଂଗ୍ରେସରେ ହଲଚଲ୍‌ ହେବା ସହିତ ବିଜେପି ଶିବିରରେ ମଧ୍ୟ ଟିକେ ମତଭେଦ ସୃଷ୍ଟି ହୋଇଥିବାର ଖବର ଶୁଣିବାକୁ ମିଳିଛି। ମିଳିଥିବା ଖବର ଅନୁସାରେ ମଧ୍ୟପ୍ରଦେଶର ବିଜେପିର ବଡ ନେତା ପ୍ରଭାତ ଝା ଏହି ନିଷ୍ପତ୍ତିରେ ଅସନ୍ତୁଷ୍ଟ ରହିଛନ୍ତି। ଏହା ବିଷୟରେ ସେ ବିଜେପି ହାଇକମାଣ୍ଡଙ୍କୁ ମଧ୍ୟ ଜଣାଇଛନ୍ତି।

ପ୍ରଭାତ ଝା ଭାରତୀୟ ଜନତା ପାର୍ଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦରେ ରହିଥିଲେ । କିନ୍ତୁ ଗତ କିଛି ଦିନ ଧରି ସେ ଦଳରେ ଅଣଦେଖା ରହିଛନ୍ତି। ଏହି କାରଣରୁ ଗତ କିଛି ଦିନ ଧରି ଏହି ସମ୍ପର୍କିତ ଖବର ଶୁଣିବାକୁ ମିଳିଥିଲା।

ଗତ ଲୋକସଭା ନିର୍ବାଚନରେ ପ୍ରଭାତ ଝା ଦଳଠୁ ଅଲଗା ରାସ୍ତାରେ ପ୍ରଚାର ପ୍ରସାର କରୁଥିଲେ । ନିର୍ବାଚନ ପରେ ପ୍ରଭାତ ଝା ଟୁଇଟ୍‌ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ।  (ଏଜେନ୍ସି)

Categories
ଆଜିର ଖବର

କଂଗ୍ରେସ ଛାଡିବା ଖବର ଏକ ଗୁଜବ : ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,25/11: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଟ୍ବିଟ୍ଟର ବାୟୋରୁ “କଂଗ୍ରେସ” ଶବ୍ଦକୁ ହଟାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନୂଆଦିଲ୍ଲୀ, 25/11 : କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଟ୍ବିଟ୍ଟର ଆକାଉଣ୍ଟରୁ କଂଗ୍ରେସ ଶବ୍ଦଟିକୁ ହଟାଇଛନ୍ତି । ପୂର୍ବରୁ ସେ ନିଜ ନାମ ପରେ ପରେ କଂଗ୍ରେସ ନେତା ବୋଲି ଉଲ୍ଲେଖ କରିଥିଲେ। ହେଲେ ସିନ୍ଧିଆ ବର୍ତ୍ତମାନ ନିଜର ବାୟୋ “public servant and cricket enthusiast” କୁ ପରିବର୍ତ୍ତନ କରିଦେଇଛନ୍ତି। ଫଳରେ ଏହାକୁ ନେଇ ଦେଶ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ସିନ୍ଧିଆଙ୍କ ଏପରି ପରିବର୍ତ୍ତନ ଦ୍ବାରା ତାଙ୍କ ସହିତ କଂଗ୍ରେସ ନେତାଙ୍କ ମଧ୍ୟରେ ଥିବା ବିବାଦ ପଦାରେ ପଡିଛି। ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେବା ପାଇଁ ସିନ୍ଧିଆ ଏବଂ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ସିନ୍ଧିଆଙ୍କ ଏହି ପଦକ୍ଷେପ ପରେ ମଧ୍ୟପ୍ରଦେଶ ରାଜନୀତି ଓଲଟପାଲଟ ହେବାର ସମ୍ଭାବନା ଦେଖାଦେଇଛି । ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପରେ ରାହୁଲଙ୍କ ଘନିଷ୍ଠ ସହଯୋଗୀ ରହିଥିବା ସିନ୍ଧିଆ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ।