କଂଗ୍ରେସ ଛାଡିବା ଖବର ଏକ ଗୁଜବ : ଜ୍ୟୋତିରାଦିତ୍ୟ ସିନ୍ଧିଆ

Published: Nov 25, 2019, 2:03 pm IST

ଭୋପାଳ,25/11: ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡୁଥିବା ନେଇ ଖବର ପ୍ରକାଶ ପାଇଥିଲା । ସିନ୍ଧିଆ ନିଜ ଟ୍ବିଟ୍ଟର ବାୟୋରୁ କଂଗ୍ରେସ ହଟାଇବା ପରେ ଦଳ ଛାଡୁଥିବା ଚର୍ଚ୍ଚା ଧରିଥିଲା । ମାତ୍ର ଏହି ଖବରକୁ ଗୁଜବ ବୋଲି ଅଭିହିତ କରିଛନ୍ତି ନିଜେ ସିନ୍ଧିଆ । ସ୍ପଷ୍ଟୀକରଣ ଦେଇ ସିନ୍ଧିଆ କହିଛନ୍ତି, ସେ ଏକ ମାସ ହେବ ସେ ନିଜ ବାୟୋରୁ କଂଗ୍ରେସ ନାମ ହଟାଇଛନ୍ତି । ଦଳର ନାମ ହଟାଇଥିଲେ ମଧ୍ୟ ସେ ଦଳ ପାଇଁ ନିରନ୍ତର କାମ କରୁଛନ୍ତି ଏବଂ କରୁଥିବେ ବୋଲି ସିନ୍ଧିଆ ସ୍ପଷ୍ଟୀକରଣ ଦେଇଛନ୍ତି । (ଏଜେନ୍ସୀ)

Related posts