Categories
ବିଶେଷ ଖବର

ଏ ନିଆଁ ଲଗାଇଛି ଯିଏ, ତାକୁ ଲିଭାଇବାର ଦାୟିତ୍ଵ ମଧ୍ୟ ସେ ନେବା ଉଚିତ!!

କେଦାର ମିଶ୍ର

ଯେତେବେଳେ ଦେଶର ଅର୍ଥନୈତିକ ଅବସ୍ଥାକୁ ନେଇ ସରକାର ସବୁଠୁ ବେଶି ଚିନ୍ତା କରିବାର ଆବଶ୍ୟକତା ଥିଲା, ସେତେବେଳେ ପୂରା ଦେଶର ମୁଣ୍ଡରେ ଅର୍ଥନୀତିକୁ ବାହାର କରି ଧର୍ମକୁ ପୂରେଇ ଦିଆଗଲାଦେଶରେ ଅନୁପ୍ରବେଶକାରୀଙ୍କୁ ସବୁଠୁ ବଡ ସମସ୍ୟା ଭାବରେ ଉପସ୍ଥାପନ କରାଯିବା ଓ ଧର୍ମ ଆଧାରରେ ଅନୁପ୍ରବେଶକାରୀଙ୍କୁ ନାଗରିକର ସ୍ଵୀକୃତି ଦେବା ଲାଗି ମୋଦୀ ସରକାର ହଠାତ ତତ୍ପର ହୋଇ ଉଠିବାର କାରଣ ଅବଶ୍ୟ ଅତ୍ୟନ୍ତ ସ୍ପଷ୍ଟଏହାକୁ ନେଇ ଦେଶର ସଙ୍ଖ୍ୟାଲଘୁଙ୍କ ମନରେ ଆଶଙ୍କା ସୃଷ୍ଟି ହେବ ଓ ଏହା ଦେଶର ଧର୍ମ ନିରପେକ୍ଷ ଆଦର୍ଶର ପରିପନ୍ଥୀ ବୋଲି ମୋଦୀ ସରକାର ଭଲ ଭାବରେ ଜାଣିଥିଲେଏହାକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ବିବିଧ ପ୍ରତିକ୍ରିୟା ପ୍ରକାଶ ପାଇବ ବୋଲି ମଧ୍ୟ ସ୍ପଷ୍ଟ ଜଣାଥିଲାହୁଏତ ପ୍ରତିକ୍ରିୟା ଏତେ ବ୍ୟାପକ ବା ଉଗ୍ର ହେବା କଥା ସରକାର ଭାବି ନଥିବେ। ହେଲେ ଆରମ୍ଭରୁ ଏହାକୁ ନେଇ ଅସନ୍ତୋଷର ବାତାବରଣ ଆସିବ ଓ ତାହା ଆସୁ ବୋଲି ମୋଦୀ ସରକାର ଚାହିଁଛନ୍ତିଅର୍ଥନୀତି ତୁଳନାରେ ସାମ୍ପ୍ରଦାୟିକତାର ବିତର୍କକୁ ଜାଣିଶୁଣି ଲୋକଙ୍କ ଉପରେ ସରକାର ଲଦି ଦେଇଛନ୍ତି

ପ୍ରଥମରୁ ଏହାକୁ ନେଇ ମତ ପାର୍ଥକ୍ୟ ରହିବ ଓ ସୋସିଆଲ ମିଡିଆରେ ଏହାକୁ ନେଇ କିଛିଟା ରୋଚକ ବିତର୍କରେ କଥା ସରିଯିବ ବୋଲି ସରକାରଙ୍କ ଚିନ୍ତା ଥିଲାହିନ୍ଦୁ ବନାମ ମୁସଲମାନ ବିବାଦରେ ସରକାରଙ୍କର ମୂଳ ବିଫଳତାକୁ ନେଇ ଆଉ ପ୍ରଶ୍ନ ଯେମିତି ନଉଠେ ସରକାର ସେ ବ୍ୟବସ୍ଥା କରିବାକୁ ନାଗରିକତା ସଂଶୋଧନ ଆଇନ କୁ ହଠାତ ଆଣିଥିଲେତେବେ ଏ ବିଲ ଆଇନରେ ପରିଣତ ହେବା ପରେ ଏହାକୁ ନେଇ ଯେଉଁ ନିଆଁ ଲାଗିଛି, ସେଥିରେ ପୂରା ଦେଶର ସାମାଜିକ ସଂହତି ଓ ଅର୍ଥନୈତିକ ସ୍ଥିତି ଦୋହଲି ଯାଇଛିଗୋଟିଏ ପରେ ଗୋଟିଏ ରାଜ୍ୟକୁ ଏହି ଆଂଦୋଳନର ନିଆଁ ମାଡି ଚାଲିଛିଏହି ଆଇନ ବିରୋଧରେ ସ୍ଵତଃସ୍ଫୂର୍ତ୍ତ ବିରୋଧ ବଢି ଚାଲିଛି

ପରିସ୍ଥିତି ଏମିତି ହୋଇଛି ଯେ ଏବେ ସଂଖ୍ୟାଧିକ ରାଜ୍ୟରେ ଇଣ୍ଟରନେଟ କାଟି ଦିଆ ଯାଉଛି, କର୍ଫ୍ଯୁ ଲାଗୁ ହେଉଛି, ପୋଲିସର ଗୁଳି ଓ ଲାଠି ଚାଳନା ହେଉଛି, ଅନେକ ଲୋକ ପୁଲିସ ଗୁଳିରେ ପ୍ରାଣ ହରାଉଛନ୍ତି ଓ ବ୍ୟାପକ ଧନ ଜୀବନ ବିପର୍ୟସ୍ତ ହେଉଛିଆରମ୍ଭରୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଏହାକୁ କେବଳ ବିରୋଧୀଙ୍କ ନ୍ୟସ୍ତସ୍ଵାର୍ଥ ବୋଲି କହି ଆଡେଇଯିବାର ଉଦ୍ୟମ କରୁଥିଲେହେଲେ ଗତକାଲି ଦିଲ୍ଲୀ, ବାଙ୍ଗାଲୋର, ମାଙ୍ଗାଲୋର ଓ ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଯେଉଁ ପ୍ରକାର ପ୍ରତିରୋଧର ଚିତ୍ର ଆସିଲା, ତାହା ସରକାରଙ୍କ ନିଦ ହଜାଇ ଦେବାକୁ ବାଧ୍ୟ।କେତେକ ଜାଗାରେ ପ୍ରତିରୋଧ ହିଂସ୍ର ହେଉଥିବାବେଳେ ଅନେକାଂସ୍ଥାନରେ ଏହା ସତ୍ୟାଗ୍ରହର ରୂପ ନେଉଛି। ଦେଶର ଖ୍ୟାତନାମା ବୁଦ୍ଧିଜୀବୀ ଓ ଲେଖକ ଏହି ଆନ୍ଦୋଳନ ଓ ସତ୍ୟାଗ୍ରହର ନେତୃତ୍ଵ ନେଉଛନ୍ତିବିଜେପିର ଟ୍ରୋଲ ବାହିନୀ ଏବଂ ପୁଲିସର ଲାଠି ଗୁଳିକୁ ବେଖାତିର କରି ଏ ଆନ୍ଦୋଳନ ତୀବ୍ର ହେଉଛି। ଗତକାଲି ପୋଲିସ ଗୁଳିରେ କିଛି ଲୋକ ପ୍ରାଣ ହରାଇଥିବା ବେଳେ ଆଉ କେତେକ ସ୍ଥାନରେ ସତ୍ୟାଗ୍ରହିମାନେ ପୋଲିସକୁ ଗୋଲାପ ଫୁଲ ଦେଇ ସତ୍କାର କରିଛନ୍ତି। ତାରି ଭିତରେ ଦେଶର ଜଣାଶୁଣା ଲେଖକ ତଥା ଐତିହାସିକ ରାମଚନ୍ଦ୍ର ଗୁହାଙ୍କୁ ପୋଲିସ ଅପବ୍ୟବହାର କରିବାର ଦୃଶ୍ୟ ନିଆଁରେ ଘିଅ ଢାଳିଛି।

ଆଜି କୌଣସି ରାଜନୈତିକ ଦଳ ବା ଗୋଷ୍ଠୀ ହାତରେ ଏହି ଆନ୍ଦୋଳନ ଆଉ ନାହଁଆପେ ଆପେ ଏ ଆନ୍ଦୋଳନ ଲୋକଙ୍କ ହାତକୁ ଚାଲି ଆସିଛିୟୁପିଏ ସରକାର ଅମଳରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଲୋକଙ୍କର ଯେଉଁ ପ୍ରକାର ଅଂଶିଦାରିତା ଦେଖିବାକୁ ମିଳିଥିଲା, ଏହି ଆନ୍ଦୋଳନ ଏବେ ସେ ଦିଗକୁ ଗତି କରୁଛିଏତେ ବ୍ୟାପକ ପ୍ରତରୋଧ ଓ ଜଣ ଅସନ୍ତୋଷକୁ ପ୍ରଶମିତ କରିବା ଲାଗି ସରକାର କଣ କରିବେ, ତାହା ଏବେ ସବୁଠୁ ଚିନ୍ତାର ବିଷୟ

ମୋଦୀ ସରକାର ନିଜ ନିଷ୍ପତ୍ତି ଯେ ବଦଳାଇବେ, ଏ ବିଶ୍ଵାସ କାହାର ନାହଁ। ତେଣୁ ଆଗାମୀ ଦିନରେ ପୋଲିସ ଲଗାଇ ଲୋକଙ୍କ ଉପରେ ଅଧିକ ଜୁଲମ କରାଯାଇପାରେ କିମ୍ବା ଅଧିକ ଆକ୍ରାମକ ଭାବେ ଏହାକୁ ରାଜନୈତିକ ସ୍ତରରେ ବିଜେପି ମୁକାବିଲା କରିପାରେତେବେ ମାତ୍ରାଧିକ ବଳ ପ୍ରୟୋଗ କରି ସରକାର ଯଦି ଜୁଲମ ଓ ଦମନ ଚଳାଇ ରଖନ୍ତି ତାହେଲେ, ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଉଗ୍ର ହେବ

ଆଜି ସରକାରଙ୍କର ପ୍ରଥମ ଦାୟିତ୍ଵ ହେବା ଉଚିତ, କେମିତି ଏ ନିଆଁ ପ୍ରଶମିତ ହେବ। ଦେଶର ଅର୍ଥନୀତିକୁ ଏ ପ୍ରକାର ଜନ ପ୍ରତିରୋଧ ଅଧିକ ପ୍ରଭାବିତ କରିବସରକାର ନିଜେ ଏ ନିଆଁ ଲଗାଇଛନ୍ତି, ତେଣୁ ଏ ନିଆଁ କୁ ପ୍ରଶମିତ କରିବାର ଦାୟିତ୍ଵ ମଧ୍ୟ ସରକାରଙ୍କର।          

 

Categories
ଆଜିର ଖବର

ଶପଥ ନେବା ପୂର୍ବରୁ କଲେ ବଡ଼ ଘୋଷଣା : ଋଣଛାଡ଼, ଚାକିରିରେ ସଂରକ୍ଷଣ ଓ ୧ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇବେ ଉଦ୍ଧବ ସରକାର

ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସିଏମ୍‌ପିରେ କୃଷକ, ଶିକ୍ଷା, ସ୍ବାସ୍ଥ୍ୟ, ବେରାଜଗାର ଓ ଧର୍ମନିରପେକ୍ଷତାକୁ ସ୍ଥାନ ଦେଇଛନ୍ତି। ଏହି ସିଏମ୍‌ପିରେ ପ୍ରଥମେ ସେକ୍ୟୁଲାରଜିମ୍‌ ବା ଧର୍ମନିରପେକ୍ଷତା ସ୍ଥାନ ପାଇଛି। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ରହିଛି। ଏହା ସହିତ ଏହି ମେଣ୍ଟ ସରକାର କୃଷକ, ସ୍ବାସ୍ଥ୍ୟ, ଉଦ୍ୟୋଗ, ସାମାଜିକ ନ୍ୟାୟ, ମହିଳା ସୁରକ୍ଷା, ଶିକ୍ଷା, ଗ୍ରାମୀଣବିକାଶ ଆଦି ବିଷୟକୁ ପ୍ରାଥମିକତା ମଧ୍ୟ ଦେଇଛନ୍ତି। ସେହିପରି ସରକାରୀ ବିଭାଗରେ ଥିବା ଖାଲି ପଦବୀକୁ ପୂରଣ କରାଯିବା ଓ ରାଜ୍ୟର ନାଗରିକଙ୍କୁ ଏକ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଏଜେଣ୍ଡା ମଧ୍ୟ ଏଥିରେ ସାମିଲ୍‌ ହୋଇଛି। ସେହିପରି ମରୁଡି ତଥା ଋଣଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରାଯିବା ନେଇ ସୂଚନା ରହିଛି। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାରରେ ‘ଦେଶ ସର୍ବ ପ୍ରଥମେ’ ବୋଲି ଏକ ନାରା ଦିଆଯାଇଛି। ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ଉପରେ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମରେ ଜୋର୍‌ ଦିଆଯାଇଛି। ଗରିବ ପିଲାଙ୍କୁ ମାଗଣା ଶିକ୍ଷା ସହିତ ମହିଳାଙ୍କ ସୁରକ୍ଷାକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି।ସୋନିଆ ଗାନ୍ଧି, ଶରଦ ପାଓ୍ବାର ଓ ଉଦ୍ଧବ ଠାକ୍‌ରେଙ୍କ ନିର୍ଦ୍ଦେଶନରେ ଏହି ସିଏମ୍‌ପି ପ୍ରସ୍ତୁତ କରାଯାଇଛି। ଏକନାଥ ସିନ୍ଧେ ଏହି କାର୍ଯ୍ୟକ୍ରମର ଘୋଷଣା କରିବା ସହିତ ସରକାର ସମସ୍ତ ଧର୍ମକୁ ଏକା ସାଙ୍ଗେ ନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି। ତେବେ ହିନ୍ଦୁତ୍ବବାଦୀ ବିଚାରଧାରାରୁ ଶିବସେନା ମୁକ୍ତ ହୋଇ ଧର୍ମନିରପେକ୍ଷତାକୁ ଆପଣେଇଛି। ରାଜ୍ୟର ଉନ୍ନତି ହିଁ ଏହି ମେଣ୍ଟ ସରକାରର ମୂଳ ମନ୍ତ୍ର ହୋଇଛି ।(ଏଜେନ୍ସୀ)