Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶପଥ ନେବା ପୂର୍ବରୁ କଲେ ବଡ଼ ଘୋଷଣା : ଋଣଛାଡ଼, ଚାକିରିରେ ସଂରକ୍ଷଣ ଓ ୧ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇବେ ଉଦ୍ଧବ ସରକାର
ଆଜିର ଖବର

ଶପଥ ନେବା ପୂର୍ବରୁ କଲେ ବଡ଼ ଘୋଷଣା : ଋଣଛାଡ଼, ଚାକିରିରେ ସଂରକ୍ଷଣ ଓ ୧ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇବେ ଉଦ୍ଧବ ସରକାର

November 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସିଏମ୍‌ପିରେ କୃଷକ, ଶିକ୍ଷା, ସ୍ବାସ୍ଥ୍ୟ, ବେରାଜଗାର ଓ ଧର୍ମନିରପେକ୍ଷତାକୁ ସ୍ଥାନ ଦେଇଛନ୍ତି। ଏହି ସିଏମ୍‌ପିରେ ପ୍ରଥମେ ସେକ୍ୟୁଲାରଜିମ୍‌ ବା ଧର୍ମନିରପେକ୍ଷତା ସ୍ଥାନ ପାଇଛି। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ରହିଛି। ଏହା ସହିତ ଏହି ମେଣ୍ଟ ସରକାର କୃଷକ, ସ୍ବାସ୍ଥ୍ୟ, ଉଦ୍ୟୋଗ, ସାମାଜିକ ନ୍ୟାୟ, ମହିଳା ସୁରକ୍ଷା, ଶିକ୍ଷା, ଗ୍ରାମୀଣବିକାଶ ଆଦି ବିଷୟକୁ ପ୍ରାଥମିକତା ମଧ୍ୟ ଦେଇଛନ୍ତି। ସେହିପରି ସରକାରୀ ବିଭାଗରେ ଥିବା ଖାଲି ପଦବୀକୁ ପୂରଣ କରାଯିବା ଓ ରାଜ୍ୟର ନାଗରିକଙ୍କୁ ଏକ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଏଜେଣ୍ଡା ମଧ୍ୟ ଏଥିରେ ସାମିଲ୍‌ ହୋଇଛି। ସେହିପରି ମରୁଡି ତଥା ଋଣଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରାଯିବା ନେଇ ସୂଚନା ରହିଛି। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାରରେ ‘ଦେଶ ସର୍ବ ପ୍ରଥମେ’ ବୋଲି ଏକ ନାରା ଦିଆଯାଇଛି। ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ଉପରେ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମରେ ଜୋର୍‌ ଦିଆଯାଇଛି। ଗରିବ ପିଲାଙ୍କୁ ମାଗଣା ଶିକ୍ଷା ସହିତ ମହିଳାଙ୍କ ସୁରକ୍ଷାକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି।ସୋନିଆ ଗାନ୍ଧି, ଶରଦ ପାଓ୍ବାର ଓ ଉଦ୍ଧବ ଠାକ୍‌ରେଙ୍କ ନିର୍ଦ୍ଦେଶନରେ ଏହି ସିଏମ୍‌ପି ପ୍ରସ୍ତୁତ କରାଯାଇଛି। ଏକନାଥ ସିନ୍ଧେ ଏହି କାର୍ଯ୍ୟକ୍ରମର ଘୋଷଣା କରିବା ସହିତ ସରକାର ସମସ୍ତ ଧର୍ମକୁ ଏକା ସାଙ୍ଗେ ନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି। ତେବେ ହିନ୍ଦୁତ୍ବବାଦୀ ବିଚାରଧାରାରୁ ଶିବସେନା ମୁକ୍ତ ହୋଇ ଧର୍ମନିରପେକ୍ଷତାକୁ ଆପଣେଇଛି। ରାଜ୍ୟର ଉନ୍ନତି ହିଁ ଏହି ମେଣ୍ଟ ସରକାରର ମୂଳ ମନ୍ତ୍ର ହୋଇଛି ।(ଏଜେନ୍ସୀ)

secularism udhavthakery
Share. Facebook Twitter LinkedIn Email WhatsApp Copy Link

Related Posts

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

ଭୁବନେଶ୍ୱର ପାତ୍ରପଡ଼ାରେ ତୁଳା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

August 3, 2026

କେରଳରେ ପ୍ରବଳ ବର୍ଷାର ତାଣ୍ଡବ: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

August 3, 2026
Latest News

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.