Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ’ଅପରେସନ୍‌ ଲୋଟସ୍‌’କୁ ନେଇ ଉଦ୍ଧବଙ୍କ ଚେତାବନୀ

ମୁମ୍ବାଇ : ଦେଶରେ କରୋନା ସ୍ଥିତି ସଂକଟାପନ୍ନ ରହିଥିବାବେଳେ ରାଜନୀତି ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି । ରାଜସ୍ଥାନରେ ଜାରି ରହିଥିବା ରାଜନୀତି ସଂକଟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ବୟାନ୍‌ ବେଶ୍‌ ଚର୍ଚ୍ଚାକୁ ଆସିଛି । ଉଦ୍ଧବ କହିଛନ୍ତି ଯେ, କେହି ଯଦି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛି, ତେବେ ଭାଙ୍ଗୁ । ମୁଁ ଏବେ ଦେଖୁଛି… ଅପେକ୍ଷଶ କାହାକୁ ? ବର୍ତ୍ତମାନ ସରକାର ଭାଙ୍ଗ । ଏ ସରକାର ତିନି ଚକିଆ ବିଶିଷ୍ଟ କିନ୍ତୁ ଏହା ଗରିବଙ୍କ ବାହନ । କିନ୍ତୁ ଏହାର ଷ୍ଟେରିଙ୍ଗ୍‌ ମୋ  ହାତରେ ରହିଛି । ବୁଲେଟ୍‌ ଟ୍ରେନ୍‌ ଓ ରିକ୍ସା ମଧ୍ୟରେ ମୁଁ କେବଳ ରିକ୍ସାକୁ ହିଁ ବାଛିବି ।

ସେ ସର୍ବଦା ଗରିବଙ୍କ ସହ ରହିଛନ୍ତି ଓ ରହିବେ । ଏହି ଭୂମିକା କେବେ ବଦଳିବ ନାହିଁ । ମୁଖ୍ୟମନ୍ତ୍ରୀ ହେବା ପରେ ବୁଲେଟ୍‌ ଟ୍ରେନ୍‌ ପଛରେ ଛିଡା ହେବି ଏପରି ମାନସିକତା ନ ଆଣନ୍ତୁ ବୋଲି ଉଦ୍ଧବ ସ୍ପଷ୍ଟ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସରକାର 30-35 ଚକିଆ ବା ରେଳଗାଡି ବୋଲି କଟାକ୍ଷ କରିଛନ୍ତି ଉଦ୍ଧବ । ଅପରପକ୍ଷରେ ମହାରାଷ୍ଟ୍ରରେ ’ଅପରେସନ ଲୋଟସ୍‌’ ବାବଦରେ ଉଦ୍ଧବ କିଛି ଭବିଷ୍ୟବାଣୀ କରିପାରିବେ ନାହିଁ ବୋଲି କହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବଙ୍କ ଚିନ୍ତା ବଢାଇଲା କଂଗ୍ରେସ : ଏମ୍‌ଏଲସି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ

ମୁମ୍ବାଇ : ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନ ପାଇଁ କଂଗ୍ରେସ ଦୁଇ ପ୍ରତ୍ୟାଶୀଙ୍କୁ ଅବତୀର୍ଣ୍ଣ କରାଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଚିନ୍ତା ବଢାଇଛି। ଏହି ନିର୍ବାଚନରେ ଶିବସେନା ତରଫରୁ ଉଦ୍ଧବ ଠାକ୍‌ରେ ଓ ନିଲମ୍ ଗୋରେ ପ୍ରାର୍ଥୀ ହୋଇଛନ୍ତି। ନିଲମ୍ ଗୋରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ରୂପେ ଅବସ୍ଥାପିତ ହୋଇଛନ୍ତି। ସେହିରି ଏନ୍‌ସିପି ମଧ୍ୟ ଏହି ଦୁଇଟି ଆସନରେ ନିଜ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି  ଚଳାଇଛି।

ଅପରପକ୍ଷରେ ଭାରତୀୟ ଜନତା ପାର୍ଟି ମଧ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରବୀଣ ଦଦକେ, ଗୋପିଚନ୍ଦ୍ର ପଡଲ୍‌କର, ଅଜିତ ଗୋପେଛଡେ ଓ ରଣଜିତ୍‌ ସିଂହ ପାଟିଲ୍‌କୁ ନିଜ ପ୍ରାର୍ଥୀ ରୂପେ ଠିଆ କରାଇଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହା ମେଣ୍ଟ ‘ମହାବିକାଶ ଅଘାଡି’ ସରକାରର ଶାସନ ଚାଲିଛି। ଯଦି ଏନ୍‌ସିପି ଏହି ନିର୍ବାଚନରେ ଦୁଇ ପ୍ରାର୍ଥୀଙ୍କୁ ଠିଆ କରାଯାଏ ତେବେ 9 ବିଧାନସଭା ପରିଷଦ ଆସନ ପାଇଁ 10 ଜଣ ପ୍ରାର୍ଥୀ ରହିବେ। ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉଦ୍ଧବଙ୍କ ନିର୍ବାଚିତ ହେବା ସ୍ବପ୍ନ ସ୍ବପ୍ନରେ ରହିଯାଇପାରେ।

ମହାରାଷ୍ଟ୍ରରେ 9ଟି ବିଧାନ ପରିଷଦ ଆସନ ଉପରେ ଆସନ୍ତା ମେ 21 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନ ପାଇଁ ମହାରାଷ୍ଟ୍ର ବିଧାନସଭାର 288 ସଦସ୍ୟ ନିର୍ବାଚକ ମଣ୍ଡଳ ଭୋଟ୍‌ ଦେବେ । ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମେଣ୍ଟ ବିଜୟୀ ହାସଲ କରିଥିଲେ ସୁଦ୍ଧା ଏହି ମେଣ୍ଟ ସରକାର ଗଢିପାରିନଥିଲା । ଆସନ ବୁଝାମଣାକୁ ନେଇ ଏହି ଦୁଇ ମେଣ୍ଟରୁ ଅଲଗା ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି କ୍ଷମତାକୁ ଆସିଥିଲା । ଶିବେସନାର ପ୍ରମୁଖ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ରୂପେ  ଶପଥ ନେଇଥିଲେ ।

ସମ୍ବିଧାନର ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ବିଧାନମଣ୍ଡଳର ସଦସ୍ୟ ନ ହୋଇ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଉଛନ୍ତି ତେବେ ତାଙ୍କୁ 6 ମାସ ମଧ୍ୟରେ ବିଧାନମଣ୍ଡଳର ଯେକୌଣସି ଗୃହର ସଦସ୍ୟତା ନେବାକୁ ପଡିବ ।  ଯଦି ଏପରି ନ ହେବ, ତେବେ ମୁଖ୍ୟମନ୍ତ୍ରୀଙ୍କ ଆସନ ତିଷ୍ଠି ପାରିବ ନାହିଁ ।

ଯଦି ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ 10ଜଣ ପ୍ରତ୍ୟାଶୀ ନିର୍ବାଚନକୁ ଓହ୍ଲାଇବେ ତେବେ ଏମଏଲସିର ନିର୍ବାଚନ ଗୁପ୍ତ ମତଦାନ ଜରିଆରେ ହେବ । ଏଥିରେ କ୍ରସ୍‌ ଭୋଟିଂର ହେବାର ସମ୍ଭାବନା ରହିଛି । ମହାରାଷ୍ଟ୍ରରେ ସତ୍ତାଧାରୀ ଓ ବିପକ୍ଷଧାରୀଙ୍କ ଭିତରେ କ୍ରସ୍‌ଭୋଟିଂ ବେଶ୍‌ ବିପଦପୂର୍ଣ୍ଣ ହୋଇପାରେ ।

ମହାରାଷ୍ଟ୍ରର ମୋଟ 288 ସଦ୍ୟସୀୟ ବିଧାନସଭାରେ ସତ୍ତାଧାରୀ ମହାବିକାଶ ଅଘାଡିର ମୋଟ 170 ଜଣ ବିଧାୟକଙ୍କ ସମର୍ଥନ ରହିଛି। ଯେଉଁଥିରେ ଶିବସେନାର 56, ଏନ୍‌ସିପିର 54, କଂଗ୍ରେସର 44 ଜଣ  ଓ ଅନ୍ୟ 16 ଜଣ ବିଧାୟକ ରହିଛନ୍ତି। ସେହିପରି ବିଜେପି ପାଖରେ 105 ଜଣ ବିଧାୟକ ରହିଛନ୍ତି । ସେହିପରି ଏଆଇଏମଆଇଏମ୍‌ର ଦୁଇ ବିଧାୟକ ଓ 10 ଜଣ ଅନ୍ୟ ବିଧାୟକ ରହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଉଦ୍ଧବଙ୍କୁ ଆଶ୍ବସ୍ତି: 21ରେ ମହାରାଷ୍ଟ୍ର ବିଧାନସଭା ପରିଷଦ ନିର୍ବାଚନ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଶ୍ବସ୍ତି ମିଳିଛି। ଉଦ୍ଧବଙ୍କ ପଦ ହରାଇବା ଆଶଙ୍କାରେ ପୂର୍ଣ୍ଣଚଚ୍ଛେଦ ପଡିଛି। କରୋନା ଲକ୍‌ ଡାଉନ୍‌ ମଧ୍ୟରେ ଆସନ୍ତା 21 ତାରିଖରେ ମହାରାଷ୍ଟ୍ରରେ ଖାଲି ପଡିଥିବା ବିଧାନସଭା ପରିଷଦ ଆସନ ପାଇଁ ଭୋଟିଂ ହେବ ନେଇ ନିର୍ବାଚନ କମିଶନର ଘୋଷଣାକରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଉଦ୍ଧବ ଠାକ୍‌ରେଙ୍କ ମେ 28 ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବା ବାଧ୍ୟତାମୂଳକ ଥିଲା। ଉଦ୍ଧବ ନିର୍ବାଚନ ଲଢି ନଥିବାବେଳେ ସେ ବିଧାୟକ ନ ହୋଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଦ୍ଧବ ଠାକ୍‌ରେ ନିଜ ରାଜନୈତିକ ଜୀବନରେ କେବେ ବି ନିର୍ବାଚନ ଲଢି ନାହାନ୍ତି କି ସେ ମହାରାଷ୍ଟ୍ର ସରକାରଙ୍କ ବିଧାନମଣ୍ଡଳର କୌଣସି ସଦନର ସଦସ୍ୟ ମଧ୍ୟ ନୁହଁନ୍ତି । କିନ୍ତୁ ସମ୍ବିଧାନାର ଧାରା 164 (4) ଅନ୍ତର୍ଗତ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ଛ’ ମାସ ଭିତରେ ଅର୍ଥାତ୍‌ ମେ 29, 2020 ପୂର୍ବରୁ ରାଜ୍ୟ ବିଧାନମଣ୍ଡଳର ଯେକୌଣସି ଗୃହର ସଦସ୍ୟତା ନେବା ଅନିବାର୍ଯ୍ୟ ହୋଇପଡିଥିଲା। ମାତ୍ର ଲକ୍ ଡାଉନ୍‌ ଯୋଗୁଁ ରାଜ୍ୟସଭା ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏହା ପରେ ଉଦ୍ଧବଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ଗତକାଲି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ନିର୍ବାଚନ ତୁରନ୍ତ କରିବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ଏହାପରେ ନିର୍ବାଚନ କମିଶନ ଲକ୍‌ ଡାଉନ୍‌ ଗାଇଡ ଲାଇନ ପାଳନ କରି ଭୋଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତ।

ଆସନ୍ତା ମେ 21 ତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ମେ 4ରେ ବିଜ୍ଞପ୍ତି ପ୍ରକାଶ ପାଇବ। 21 ତାରିଖ ଦିନ ଏଥିପାଇଁ ଭୋଟଂ ହେବ। ସେହିଦିନ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ ପାଇବ। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ତିନିମାସ ପର୍ଯ୍ୟନ୍ତ ଭଡାଟିଆଙ୍କଠାରୁ ଘର ଭଡା ଆଦାୟ ନ କରିବା ପାଇଁ ଆଦେଶ ଦେଲେ ଉଦ୍ଧବ ଠାକ୍‌ରେ

ମୁମ୍ବାଇ : କରୋନା ସଂକଟ ସହ ଲଢିବା ପାଇଁ କେନ୍ଦ୍ର ସହ ରାଜ୍ୟ ସରକାରମାନେ ମଧ୍ୟ ଦୃଢ ପଦକ୍ଷେପ ନେଉଛନ୍ତି । ଦେଶରେ କରୋନା ଯୋଗୁଁ ଲକ୍ ଡାଉନ୍‌ ଜାରି ରହିଛି । ଲକ୍ ଡାଉନ୍‌ ପାଇଁ ଲୋକେ ଘରୁ ବାହାରିନାହାନ୍ତି । ମହାରାଷ୍ଟ୍ରରେ ଏଥିପାଇଁ ଆଦେଶ ଜାରି କରିଛନ୍ତି କହିଛନ୍ତି ଯେ, ଲକ୍ ଡାଉନ୍‌ ସମୟରେ ଘର ମାଲିକ ମାନେ ଭଡାଟିଆଙ୍କଠାରୁ ତିନି ମାସର ଘର ଭଡା ସଂଗ୍ରହ କରିବେ ନାହିଁ। ଉଦ୍ଧବ ସରକାର କହିଛନ୍ତି ଯେ ଜଣେ ଭଡାଟିଆ ତିନିମାସ ପର୍ଯ୍ୟନ୍ତ ଭଡା ପ୍ରଦାନ ନକଲେ ମଧ୍ୟ ଘରମାଲିକ ତାଙ୍କୁ ଘରୁ ବାହାର କରି ପାରିବେ ନାହିଁ।

ମହାରାଷ୍ଟ୍ରରେ ଫଶି ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ବହୁତ ରହିଛି । ସେହିପରି ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଲକ୍‌ ଡାଉନ୍‌ କାରଣରୁ ରାଜ୍ୟର ଅଲଗା ଅଲଗା ଭାଗରେ ଶ୍ରମିକ ମାନେ ଫଶି ରହିଛନ୍ତି । ଲକ୍ ଡାଉନ୍‌ ପାଇଁ ସେମାନେ ଘର ଭଡା ଦେବା ପାଇଁ ଅସମର୍ଥ । ଏହି ସମୟରେ ତାଙ୍କଠାରୁ ଘର ଭଡା ଆଦାୟ ନ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଦିଲ୍ଲୀ ଓ ଏନ୍‌ସିଆର୍‌ରେ ମଧ୍ୟ ଘର ଭଡା ଆଦାୟ ନ କରିବାକୁ ଦିଲ୍ଲୀ ସରକାର ଅପିଲ୍‌ କରିଥିଲେ । ଓଡ଼ିଶାରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିମାସର ଘର ଭଡା ଛାଡ ବା ତିନିମାସ ପରେ ଏହାକୁ ନେବା ପାଇଁ ଅନୁରୋଧ କରିଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଅସ୍ଥିରତା : ଉଦ୍ଧବ ଓ ପାଓ୍ବାରଙ୍କ ମଧ୍ୟରେ ମତଭେଦ

ମୁମ୍ବାଇ : ସିଏଏକୁ ନେଇ  ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଅସ୍ଥିରତା ଦେଖାଦେଇଛି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି ଓ କଂଗ୍ରେସର ମହାମେଣ୍ଟ  ‘ମହାବିକାଶ ଅଘାଡି’ ସରକାରରେ ପୁଣିଥରେ ଏହାକୁ ନେଇ  ମତଭେଦ  ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଆଜି ପୁଣିଥରେ ସିଏଏ ଓ ଏନ୍‌ପିଆର୍‌ ଲାଗୁ ହେଲେ କିଛି ପ୍ରଭାବ ପଡିବ ନାହିଁ ବୋଲି କହିବା ସହିତ ଏନ୍‌ଆରସି ଲାଗୁ ହେବ ନାହିଁ ବୋଲି କହିଛନ୍ତି । ଉଦ୍ଧବଙ୍କ ବୟାନକୁ ନେଇ ନାରାଜ ରହିଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ଶରଦ ପାଓ୍ବାର କହିଛନ୍ତି ଯେ, ଏହା କେବଳ ତାଙ୍କର ରାୟ ଅଟେ। ଏନ୍‌ସିପି ପାଇଁ ଏହା ଚିନ୍ତାର ବିଷୟ ।

ସୂଚନାଯୋଗ୍ୟ ଯେ, ଉଦ୍ଧବ ସିଏଏ ଓ ଏନ୍‌ଆରସିକୁ ଦୁଇ ଅଲଗା ପ୍ରକ୍ରିୟା ଓ ଏନ୍‌ପିଆର ମଧ୍ୟ ଅଲଗା ପ୍ରକ୍ରିୟା ବୋଲି କହିବା ସହିତ  ସିଏଏ ଲାଗୁ ହେଲେ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ । ରାଜ୍ୟରେ ଏନ୍‌ଆରସି ଲାଗୁ ହେବ ନାହିଁ । ଯଦି ଏନ୍‌ଆରସି ଲାଗୁ ହେବ, କେବଳ ହିନ୍ଦୁ ଓ ମୁସଲମାନ ନୁହଁନ୍ତି ବରଂ ଆଦିବାସୀମାନେ ମଧ୍ୟ ପ୍ରଭାବିତ ହେବେ ବୋଲି ଉଦ୍ଧବ କହିଛନ୍ତି । କେନ୍ଦ୍ର ଏବେ ଏନ୍‌ଆରସି ଉପରେ ଚର୍ଚ୍ଚା କରିନାହିଁ । ଏନପିଆର୍‌ ଜନଗଣନା ଅଟେ । ଏଥିରେ କେହି ପ୍ରଭାବିତ ହେବେ ନାହିଁ ବୋଲି ଉଦ୍ଧବ କହିଛନ୍ତି । ସେହିପରି ଉଦ୍ଧବଙ୍କ ଏହି ବୟାନକୁ ନେଇ ନାରାଜ ହୋଇଛନ୍ତି ଏନ୍‌ସିପି ପ୍ରମୁଖ ଶରଦ ପାଓ୍ବାର । ସେ କହିଛନ୍ତି ଯେ, ସିଏଏକୁ ନେଇ ଏହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ମତ । କିନ୍ତୁ ଏନ୍‌ସିପି ଏହାକୁ ସମର୍ଥନ କରିନାହିଁ, ଆମେ ଏହା ବିରୋଧରେ ଭୋଟ୍‌ ଦେଇଛୁ । ସିଏଏର ସମର୍ଥନ ଓ ପ୍ରତିବାଦରେ ମୁମ୍ବାଇଠାରେ ରାଲି ହୋଇସାରିଛି ।

Categories
ଆଜିର ଖବର ଜାତୀୟ ଖବର

ମହାରାଷ୍ଟ୍ରରେ ଲାଗୁ ହେବ ନାହିଁ ଏନ୍‌ଆରସି : ଉଦ୍ଧବ ଠାକ୍‌ରେ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର (ଏନ୍‌ଆରସି)କୁ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଶିବସେନାର ମୁ୍ଖପାତ୍ର ସାମ୍ନାରେ ଏକ ସାକ୍ଷାତକାରରେ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ‘ନାଗରିକତା ସଂଶୋଧନ ଅଧିନିୟମ’ (ସିଏଏ) ନାଗରିକତା ଛଡାଇବା ପାଇଁ ନୁହେଁ, ଏହା ନାଗରିକତା ଦେଇଥାଏ । ଯଦି ଏନ୍‌ଆରସି ଲାଗୁ କରାଯିବ, ତେବେ ହିନ୍ଦୁ ଓ ମୁସଲମାନ ଦୁହିଁଙ୍କ ପାଇଁ ନାଗରିକତା ପ୍ରମାଣ କରିବା ବହୁତ କଷ୍ଟକର ହେବ । ମୁଁ ଏପରି କରିବାକୁ ଦେବି ନାହିଁ ବୋଲି ଉଦ୍ଧବ କହିଛନ୍ତି । ଏହା ପୂର୍ବରୁ ଲୋକସଭାରେ ଶିବସେନା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସମର୍ଥନ କରିଥିଲେ । ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଅଧିନିୟମର ସାମ୍ବଧାନିକ ବୈଧତାକୁ ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୋଦି ସରକାର ଏହି ଆଇନ ସମ୍ପର୍କରେ କହିଛନ୍ତି ଯେ, ପାକିସ୍ତାନ, ଆଫଗାନିସ୍ଥାନ ଓ ବଙ୍ଗଳାଦେଶରେ ରହିଥିବା ତଥା ନିର୍ଯାତିତ ହେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟ ଯଥା  – ହିନ୍ଦୁ, ଶିଖ, ଈସାଇ, ଜୈନ୍‌, ବୌଦ୍ଧ ଓ ପାର୍ସୀ ସମୁଦାୟଙ୍କ ଲୋକଙ୍କୁ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ । ହିନ୍ଦୁସ୍ତାନରେ ରହୁଥିବା ମୁସଲମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ନୁହେଁ । ସେହିପରି ଏନ୍‌ଆରସିକୁ ନେଇ ଏପର୍ଯ୍ୟନ୍ତ କିଛି ଯୋଜନା ପ୍ରସ୍ତୁତ ହୋଇନଥିବାର କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କାଲିଠାରୁ ଶିରିଡି ବନ୍ଦ : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦର ଡାକରା ଦେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ଶିରିଡି : ଯଦି ଆପଣ ସାଇଙ୍କ ଭକ୍ତ, ଶିରିଡି ଯିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିଶ୍ଚିତ ଭାବରେ ଦୁଃଖ ଦେଇପାରେ । ହିନ୍ଦୁ ଓ ମୁସଲମାନଙ୍କ ଆସ୍ଥାର ପ୍ରତୀକ ସାଇ ବାବାଙ୍କ ସହର ମହାରାଷ୍ଟ୍ରର  ଶିରିଡି ସହର ଅନିଶ୍ଚିତ କାଳ ପାଇଁ ବନ୍ଦ ହୋଇପାରେ । ଶିରିଡି ସାଇ ବାବାଙ୍କ ଦର୍ଶନ ମିଳିବ, କିନ୍ତୁ ସେଠାରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଏକ ବୟାନକୁ ନେଇ ଶିରିଡିରେ ଏପରି ବିବାଦୀୟ ସ୍ଥିତି ଉପୁଜିଛି । ଉଦ୍ଧବ ତାଙ୍କ ବୟାନରେ ଶିରିଡି ସାଇ ବାବାଙ୍କର ଜନ୍ମସ୍ଥଳୀ ଶିରିଡି ନୁହେଁ ବରଂ ପରଭଣୀ ଜିଲ୍ଲା ନିକଟସ୍ଥ ପାଥରୀଗ୍ରାମ ବୋଲି କହିଥିଲେୟ। ଏବଂ ଏହି ଗ୍ରାମର ବିକାଶ ପାଇଁ 100 କୋଟି ଟଙ୍କା ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଥିଲେ। ବାବାଙ୍କ ଜନ୍ମସ୍ଥାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବାବେଳେ ଶିରିଡି ବାସୀ ସରକାରଙ୍କୁ ବିରୋଧ କରିଛନ୍ତି । କେବଳ ମନ୍ଦିରକୁ ଛାଡ଼ି ଦେଲେ ସ୍ଥାନୀୟ ଦୋକାନ, ବଜାର, ହୋଟେଲ, ଆଶ୍ରମ ସବୁ ବନ୍ଦ ରହିବ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ଟ୍ରଷ୍ଟ ସଦସ୍ୟ ବି ଓ୍ୱାକଚୌରେ ସୂଚନା ଦେଇଛନ୍ତି। (ଏଜେନ୍ସି)

 

Categories
ଆଜିର ଖବର ଜାତୀୟ ଖବର

ଜେଏନୟୁ ଆକ୍ରମଣ ଘଟଣାକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କଲେ ଉଦ୍ଧବ

ମୁମ୍ବାଇ, ଜେଏନ୍‌ୟୁରେ ହୋଇଥିବା ହିଂସା ଆକ୍ରମଣକୁ ନେଇ ଚାଲିଥିବା ରାଜନୈତିକ ବାକ୍‌ବିତଣ୍ଡାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ତଥା ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ନିଜର ମତ ରଖିଛନ୍ତି। ଉଦ୍ଧବ ଏହି ଆକ୍ରମଣକୁ 26/11 ମୁମ୍ବାଇ ଆକ୍ରମଣ ସହ ତୁଳନା କରିଛନ୍ତି। ଉଦ୍ଧବ କହିଛନ୍ତି ଯେ, ସମସ୍ତେ ଜାଣିଛନ୍ତି ଯେ ଏହି ଆକ୍ରମଣ ପଛରେ କିଏ ଥିଲେ, ଆଜି ଦେଶର ଯୁବକଙ୍କୁ ବିଶ୍ବାସ କରିବାର ଦରକାର। ଏବେ ଯୁବସମାଜ ଆତ୍ମବିଶ୍ବାସ ହରାଉଛି। ଏବେ ଦେଶରେ ଛାତ୍ର ସମାଜ ପାଇଁ ଭୟର ପରିବେଶ ତିଆରି ହୋଇଛି ।  ଏହି ସମୟରେ ଆମେ ସମସ୍ତେ ଏକାଠି ହୋଇ ଛାତ୍ର ସମାଜର ଆତ୍ମବିଶ୍ବାସ ବଢାଇବା ଦିଗରେ ସାହାଯ୍ୟ କରିବା ଆବଶ୍ୟକ ବୋଲି ଉଦ୍ଧବ କହିଛନ୍ତି। (ଏଜେନ୍ସି)

Categories
ଆଜିର ଖବର

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ଆବଣ୍ଟନ: ଏନ୍‌ସିପିକୁ ମିଳିଲା ଗୃହ ଓ ଅର୍ଥ ବିଭାଗ

ମୁମ୍ବାଇ, 5/1: ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ କରାଯାଇଛି।  ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କ ପଠାଯାଇଥିବା ଲିଷ୍ଟ୍‌ରେ ମୋହର ବାଜିସାରିଛି। ମିଳିଥିବା ସୂଚନା ଅନୁଯାୟୀ ଏନ୍‌ସିପିକୁ ଗୃହ ଓ ଅର୍ଥ ବିଭାଗ ମିଳିଛି।  ନେତା ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାରଙ୍କୁ ଅର୍ଥ ମନ୍ତ୍ରଣାଳୟ ମିଳିବାକୁ ଥିବାବେଳେ ଅନିଲ ଦେଶମୁଖଙ୍କୁ ଗୃହ ମନ୍ତ୍ରଣାଳୟ ମିଳିଛି । ଶିବସେନା ମୁଖ୍ୟମନ୍ତ୍ରୀ ପଦ ସହ ନଗର ଉନ୍ନୟନ ମନ୍ତ୍ରଣାଳୟ ରଖିଛି। ଆଦିତ୍ୟ ଠାକ୍‌ରେଙ୍କୁ ପରିବେଶ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମିଳିଛି। କଂଗ୍ରେସକୁ ରାଜସ୍ବ, ପୂର୍ତ୍ତ ଓ ଶକ୍ତି ମନ୍ତ୍ରଣାଳୟ ମିଳିଛି।

ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ି ମେଣ୍ଟ ତରଫରୁ ହୋଇଥିବା ମେଣ୍ଟ ସରକାରର ବିଭାଗୀୟ ମନ୍ତ୍ରୀଙ୍କ ବିଭାଗ ସୂଚୀ

ଶିବସେନାର ବିଭାଗ

ଉଦ୍ଧବ ଠାକ୍‌ରେ – ମୁଖ୍ୟମନ୍ତ୍ରୀ

ଆଦିତ୍ୟ ଠାକ୍‌ରେ – ପର୍ଯ୍ୟଟନ, ପରିବେଶ

ଏକନାଥ ସିନ୍ଧେ – ନଗର ଉନ୍ନୟନ

ସୁବାସ ଦେଶାଇ – ଉଦ୍ୟୋଗ

ଉଦୟ ସାମନ୍ତ : ଉଚ୍ଚ ଶିକ୍ଷା

ଅନିଲ୍‌ ପରବ – ପରିବହନ, ସଂସଦୀୟ ବ୍ୟାପାର

ଶଙ୍ଖାରାବ ଗଡାଖେ – ଜଳ ସଂରକ୍ଷଣ

ସନ୍ଦିପାନ ଭୁମରେ – ରୋଜଗାର

ଗୁଲାବରାବ ପାଟିଲ୍‌ – ଜଳ

ଦାଦା ଭୁସେ – କୃଷି

ସଂଜୟ ରାଠୋର୍‌ – ପରିବେଶ ମନ୍ତ୍ରାଳୟ

ଏନ୍‌ସିପିର ବିଭାଗ

ଅଜିତ ପାଓ୍ବାର – ଅର୍ଥ

ଅନିଲ୍‌ ଦେଶମୁଖ – ଗୃହମନ୍ତ୍ରୀ

ଛଗନ୍‌ ଭୁଜବଳ – ଖାଦ୍ୟ ଓ ସହର

ଦିଲ୍ଲୀପ ବଲସେ ପାଟିଲ୍‌ – ରାଜ୍ୟ ଉତ୍ପାଦନ ଶୁଳ୍କ

ବାଲାସାହେବ ପାଟିଲ୍‌ – ସହକାର

ରାଜେଶ ଟୋପେ – ସ୍ବାସ୍ଥ୍ୟ

ଜିତେନ୍ଦ୍ର ଆହ୍ବାଡେ – ଗୃହନିର୍ମାଣ

ଧନଞ୍ଜୟ ମୁଣ୍ଡେ – ସାମାଜିକ ନ୍ୟାୟ

ରାଜେନ୍ଦ୍ର ଶିଗେଙ୍ଗ – ଖାଦ୍ୟ ଓ ଔଷଧ ମନ୍ତ୍ରାଳୟ

ହସନ ମୁଶ୍ରୀଫ୍‌  – ଗ୍ରାମ ବିକାଶ

କଂଗ୍ରେସର ବିଭାଗ

ବାଲାସାହେବ ଥୋରାଟ – ରାଜସ୍ବ

ଅଶୋକ ଚୌହାଣ – ପିଡବ୍ଲ୍ୟୁ ଡି ପବ୍ଲିକ ଓ୍ବାର୍କସ୍‌

ନିତନ୍‌ ରାଉତ୍‌ – ଶକ୍ତି

ବିଜୟ ବଡ୍ଡେଟିଓ୍ବାର – ପଛୁଆ ବର୍ଗ, ଜମି, ସାହାଯ୍ୟ, ପୁନର୍ବସନ

କେସପାଣ୍ଡବୀ – ଆଦିବାସୀ ବିକାଶ

ଯଶୋମତୀ ଠାକୁର – ମହିଲା ଏବଂ ବାଲକଲ୍ୟାଣ

ଅମିତ୍‌ ଦେଶମୁଖ – ବୈଦିକ ଶିକ୍ଷା ଓ ସାଂସ୍କୃତିକ

ସୁନୀଲ୍‌ କେଦାର – ଦୁଗ୍ଧ ବିକାଶ ଓ ପଶୁ ସମ୍ପଦ

ବର୍ଷା ଗାଏକଓ୍ବାଡ – ସ୍କୁଲ ଶିକ୍ଷା

ଅସଲମ୍‌ ଶେଖ – ବସ୍ତ୍ର ଓ ମତ୍ସ୍ୟ ବ୍ୟବସାୟ

ଉଦ୍ଧବ ସରକାରରେ ରାଜ୍ୟମନ୍ତ୍ରୀ ପଦବୀ ପାଇଥିବା ମନ୍ତ୍ରୀମାନେ ହେଲେ

ଶମ୍ଭୁରାଜ ଦେଶାଇ – ଗୃହ ରାଜ୍ୟମନ୍ତ୍ରୀ (ଗ୍ରାମୀଣ)

ଅବ୍ଦୁଲ ସତ୍ତାର – ରାଜସ୍ବ, ଗ୍ରାମବିକାଶ

ବଚ୍ଚୁ କଡୁ – ଜଳ,

ସତେଜ ପାଟିଲ୍‌ – ଗୃହ ରାଜ୍ୟମନ୍ତ୍ରୀ (ସହର)

ବିଶ୍ବଜିତ୍‌ କଦମ – କୃଷି ଓ ସହକାରୀ ରାଜ୍ୟମନ୍ତ୍ରୀ

ରାଜେନ୍ଦ୍ର ୟଡ୍ରାବକର୍‌ – ସ୍ବାସ୍ଥ୍ୟ, ସାଂସ୍କୃତିକ, ଔଷଧ ପ୍ରଶାସନ

ଅଦିତି ତଟକରେ – ଉଦ୍ୟୋଗ, ପର୍ଯ୍ୟଟନ, କ୍ରୀଡା ରାଜ୍ୟମନ୍ତ୍ରୀ

ଦତ୍ତା ଭରଣେ – ଜଳସଂରକ୍ଷଣ, ସାମାନ୍ୟ ପ୍ରଶାସନ

ସଞ୍ଜୟ ଓ୍ବନସୋଡେ – ପରିବେଶ, ସର୍ବଜନିକ ବାନ୍ଧକାର୍ଯ୍ୟ

ପ୍ରାଜୁ୍ତ ତନପୁରେ – ନଗରବିକାଶ, ଶକ୍ତି, ଉଚ୍ଚ ତନ୍ତ୍ର ଶିକ୍ଷଣ (ରାଜ୍ୟମନ୍ତ୍ରୀ)

ସୂଚନାଯୋଗ୍ୟ, ନଭେମ୍ବର 28 ତାରିଖରେ ମୁଖମନ୍ତ୍ରୀ ପଦର ଶପଥ ନେଇଥିଲେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ । (ଏଜେନ୍ସି)

 

Categories
ଆଜିର ଖବର

ସରକାରଙ୍କୁ ମିଳିଲା ଉଦ୍ଧବଙ୍କ ସାଥ୍‌ : ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା ରହିଛି

ମୁମ୍ବାଇ, 25/12: ନାଗରିକତା ସଂଶୋଧନ ଆଇନ ଓ ଏନ୍‌ଆରସିକୁ ନେଇ ବିରୋଧୀ  ସରକାରଙ୍କୁ ଘେରିଥିବାବେଳେ ସେହିପରି ବିଜେପିର କିଛି ସହଯୋଗୀ ଦଳ ମଧ୍ୟ ବିରୋଧ କରିଛନ୍ତି । ଇତିମଧ୍ୟରେ ଶିବସେନା ପୁଣିଥରେ ସରକାରଙ୍କୁ ସମର୍ଥନ କରିବାର ନଜର ଆସିଛି । ଶିବସେନାର ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଉପରେ ତାଙ୍କର ଭରସା ରହୈିଛି ।

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମୁସଲମାନ ନେତାଙ୍କ ସହିତ ସାକ୍ଷାତ କରି ବୟାନ ଦେଇ କହିଛନ୍ତି ଯେ, ମୋତେ ପ୍ରଧାନମନ୍ତ୍ରୀଙ୍କ କଥା ଉପରେ ଭରସା ଅଛି । ରାମଲୀଲା ମଇଦାନରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ଶିବସେନା ଭରସା କରିଥିବାର କହିଛନ୍ତି ଉଦ୍ଧବ । ମୁସଲମାନ ନେତାଙ୍କ ସାକ୍ଷାତ ସମୟରେ ଉଦ୍ଧବଙ୍କ ସହିତ ସମାଜବାଦୀ ପାର୍ଟିର ନେତା ଅବୁ ଆଜ୍‌ମୀ ମଧ୍ୟ ସାମିଲ୍‌ ରହିଥିଲେ ।

ସୂଚନାଯୋଗ୍ୟ, ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଦେଶର ବିଭିନ୍ନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ତେବେ ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି ଯେ, ନ୍ୟାସନାଲ୍‌ ପପୁଲେସନ୍‌ ରେଜିଷ୍‌ଟାର୍‌ (ଏନ୍‌ପିଆର) ଓ ଏନ୍‌ଆରସି ମଧ୍ୟରେ ଫରକ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲୀଲା ମଇଦାନରେ ତାଙ୍କର ସରକାର ଏବେ ଏନ୍‌ଆରସିକୁ ନେଇ କୌଣସି ଆଲୋଚନା କରିନଥିବାର କହିଥିଲେ । (ଏଜେନ୍ସି)

Categories
ଆଜିର ଖବର

ଶପଥ ନେବା ପୂର୍ବରୁ କଲେ ବଡ଼ ଘୋଷଣା : ଋଣଛାଡ଼, ଚାକିରିରେ ସଂରକ୍ଷଣ ଓ ୧ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇବେ ଉଦ୍ଧବ ସରକାର

ମୁମ୍ବାଇ,୨୮/୧୧: ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଶିବସେନା-ଏନ୍‌ସିପି-କଂଗ୍ରେସର ମେଣ୍ଟ ସରକାର ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ମହାରାଷ୍ଟ୍ର ବିକାଶ ଅଘାଡ଼ି ମେଣ୍ଟ ସିଏମ୍‌ପିରେ କୃଷକ, ଶିକ୍ଷା, ସ୍ବାସ୍ଥ୍ୟ, ବେରାଜଗାର ଓ ଧର୍ମନିରପେକ୍ଷତାକୁ ସ୍ଥାନ ଦେଇଛନ୍ତି। ଏହି ସିଏମ୍‌ପିରେ ପ୍ରଥମେ ସେକ୍ୟୁଲାରଜିମ୍‌ ବା ଧର୍ମନିରପେକ୍ଷତା ସ୍ଥାନ ପାଇଛି। ଏଥିରେ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମାନ୍ୟ ସୂଚନା ରହିଛି। ଏହା ସହିତ ଏହି ମେଣ୍ଟ ସରକାର କୃଷକ, ସ୍ବାସ୍ଥ୍ୟ, ଉଦ୍ୟୋଗ, ସାମାଜିକ ନ୍ୟାୟ, ମହିଳା ସୁରକ୍ଷା, ଶିକ୍ଷା, ଗ୍ରାମୀଣବିକାଶ ଆଦି ବିଷୟକୁ ପ୍ରାଥମିକତା ମଧ୍ୟ ଦେଇଛନ୍ତି। ସେହିପରି ସରକାରୀ ବିଭାଗରେ ଥିବା ଖାଲି ପଦବୀକୁ ପୂରଣ କରାଯିବା ଓ ରାଜ୍ୟର ନାଗରିକଙ୍କୁ ଏକ ଟଙ୍କାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଏଜେଣ୍ଡା ମଧ୍ୟ ଏଥିରେ ସାମିଲ୍‌ ହୋଇଛି। ସେହିପରି ମରୁଡି ତଥା ଋଣଗ୍ରସ୍ତ ଚାଷୀଙ୍କୁ ଋଣ ଛାଡ଼ କରାଯିବା ନେଇ ସୂଚନା ରହିଛି। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ସରକାରରେ ‘ଦେଶ ସର୍ବ ପ୍ରଥମେ’ ବୋଲି ଏକ ନାରା ଦିଆଯାଇଛି। ଚାକିରି କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ପାଇଁ ୮୦ ପ୍ରତିଶତ ସଂରକ୍ଷଣ ଉପରେ ସାମାନ୍ୟ ନ୍ୟୁନତମ କାର୍ଯ୍ୟକ୍ରମରେ ଜୋର୍‌ ଦିଆଯାଇଛି। ଗରିବ ପିଲାଙ୍କୁ ମାଗଣା ଶିକ୍ଷା ସହିତ ମହିଳାଙ୍କ ସୁରକ୍ଷାକୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯାଇଛି।ସୋନିଆ ଗାନ୍ଧି, ଶରଦ ପାଓ୍ବାର ଓ ଉଦ୍ଧବ ଠାକ୍‌ରେଙ୍କ ନିର୍ଦ୍ଦେଶନରେ ଏହି ସିଏମ୍‌ପି ପ୍ରସ୍ତୁତ କରାଯାଇଛି। ଏକନାଥ ସିନ୍ଧେ ଏହି କାର୍ଯ୍ୟକ୍ରମର ଘୋଷଣା କରିବା ସହିତ ସରକାର ସମସ୍ତ ଧର୍ମକୁ ଏକା ସାଙ୍ଗେ ନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି। ତେବେ ହିନ୍ଦୁତ୍ବବାଦୀ ବିଚାରଧାରାରୁ ଶିବସେନା ମୁକ୍ତ ହୋଇ ଧର୍ମନିରପେକ୍ଷତାକୁ ଆପଣେଇଛି। ରାଜ୍ୟର ଉନ୍ନତି ହିଁ ଏହି ମେଣ୍ଟ ସରକାରର ମୂଳ ମନ୍ତ୍ର ହୋଇଛି ।(ଏଜେନ୍ସୀ)