କାଲିଠାରୁ ଶିରିଡି ବନ୍ଦ : ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦର ଡାକରା ଦେଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

Published: Jan 18, 2020, 2:27 pm IST

ଶିରିଡି : ଯଦି ଆପଣ ସାଇଙ୍କ ଭକ୍ତ, ଶିରିଡି ଯିବାକୁ ଭାବୁଛନ୍ତି, ତେବେ ଏହି ଖବରଟି ଆପଣଙ୍କୁ ନିଶ୍ଚିତ ଭାବରେ ଦୁଃଖ ଦେଇପାରେ । ହିନ୍ଦୁ ଓ ମୁସଲମାନଙ୍କ ଆସ୍ଥାର ପ୍ରତୀକ ସାଇ ବାବାଙ୍କ ସହର ମହାରାଷ୍ଟ୍ରର  ଶିରିଡି ସହର ଅନିଶ୍ଚିତ କାଳ ପାଇଁ ବନ୍ଦ ହୋଇପାରେ । ଶିରିଡି ସାଇ ବାବାଙ୍କ ଦର୍ଶନ ମିଳିବ, କିନ୍ତୁ ସେଠାରେ ଥିବା ଦୋକାନ ବଜାର ସବୁ ବନ୍ଦ ରହିବ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଏକ ବୟାନକୁ ନେଇ ଶିରିଡିରେ ଏପରି ବିବାଦୀୟ ସ୍ଥିତି ଉପୁଜିଛି । ଉଦ୍ଧବ ତାଙ୍କ ବୟାନରେ ଶିରିଡି ସାଇ ବାବାଙ୍କର ଜନ୍ମସ୍ଥଳୀ ଶିରିଡି ନୁହେଁ ବରଂ ପରଭଣୀ ଜିଲ୍ଲା ନିକଟସ୍ଥ ପାଥରୀଗ୍ରାମ ବୋଲି କହିଥିଲେୟ। ଏବଂ ଏହି ଗ୍ରାମର ବିକାଶ ପାଇଁ 100 କୋଟି ଟଙ୍କା ପ୍ୟାକେଜ୍‌ ମଧ୍ୟ ଘୋଷଣା କରିଥିଲେ। ବାବାଙ୍କ ଜନ୍ମସ୍ଥାନକୁ ନେଇ ଏହି ବିବାଦ ସୃଷ୍ଟି ହୋଇଥିବାବେଳେ ଶିରିଡି ବାସୀ ସରକାରଙ୍କୁ ବିରୋଧ କରିଛନ୍ତି । କେବଳ ମନ୍ଦିରକୁ ଛାଡ଼ି ଦେଲେ ସ୍ଥାନୀୟ ଦୋକାନ, ବଜାର, ହୋଟେଲ, ଆଶ୍ରମ ସବୁ ବନ୍ଦ ରହିବ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ସାଇବାବା ସଂସ୍ଥାନ ଟ୍ରଷ୍ଟ। ଏନେଇ ଟ୍ରଷ୍ଟ ସଦସ୍ୟ ବି ଓ୍ୱାକଚୌରେ ସୂଚନା ଦେଇଛନ୍ତି। (ଏଜେନ୍ସି)

 

Related posts