Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

କରୋନା ଟେଷ୍ଟ ପରେ ସେଲ୍ଫ କ୍ବାରାଣ୍ଟାଇନ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସଲାମାବାଦ : ସେଲ୍ଫ କ୍ବାରେଣ୍ଟାଇନ୍‌ରେ ଅଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ଇମ୍ରାନ୍‌ଙ୍କର କରୋନା ପରୀକ୍ଷଣ କରାଯିବା ସହିତ ତାଙ୍କୁ ସଙ୍ଗରୋଧରେ ରଖାଯାଇଛି । ଏଧି ଫାଉଣ୍ଡେସନ୍‌ର ମୁଖ୍ୟ ଫୈଜଲ୍‌ ଏଧିଙ୍କୁ ଇମ୍ରାନ ଭେଟିବା ପରେ ଫୈଜଲ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଫୈଜଲ୍‌ ସରକାରଙ୍କୁ କରୋନା ମୁକାବିଲା ପାଇଁ 1 କୋଟି ଟଙ୍କା ପ୍ରଦାନ କରିବା ସହିତ ଇମ୍ରାନଙ୍କୁ ଭେଟିଥିଲେ । ଫୈଜଲ୍‌ ମଙ୍ଗଳବାର କରୋନାରେ ପଜିଟିଭ୍‌ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କୁ ସେଲ୍ଫ କ୍ବାରାଣ୍ଟାଇନ୍‌ରେ ରହିଥିଲେ ।