Categories
ଆଜିର ଖବର

ଆତଙ୍କବାଦଙ୍କୁ ଆର୍ଥିକ ସହାୟତା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କଲା ଏନ୍‌ଆଇଏ

ଆତଙ୍କବାଦୀ ସଂଗଠନ ସହିତ କାଶ୍ମିରୀ ବିଚ୍ଛିନ୍ନତାବାଦୀ ନେତାଙ୍କ ଲିଙ୍କ୍‌ ନେଇ ଏନ୍‌ଆଇଏକୁ ପ୍ରମାଣ ମିଳିଛି। ଏନଆଇଏ ସମ୍ପୃକ୍ତ ବିଚ୍ଛିନ୍ନତାବାଦୀ ନେତା ଆସିୟା ଅନ୍ଦ୍ରାବିଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ପରେ ଏହା ସାମ୍ନାକୁ ଆସିଛି। ଏହି ମହିଳା ବିଚ୍ଛିନ୍ନତାବାଦୀ ନେତା ଏବଂ ତାଙ୍କ ସହଯୋଗୀମାନେ ପାକ୍‌ ସେନାର ଜଣେ ଅଧିକାରୀଙ୍କ ଜରିଆରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତଇବା ଏବଂ ଜମାତ-ଉଦ-ଦାୱା ମୁଖ୍ୟ ହଫିଜ ସୟିଦଙ୍କ ସହିତ ସମ୍ପର୍କ ରଖିଥିଲେ। ଏପରି କି ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ସେମାନଙ୍କୁ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସଆଇ ପାଣ୍ଠି ଯୋଗାଉଥିଲା ବୋଲି ଆସିୟା ପଚରାଉଚରା ବେଳେ କହିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ବିଚ୍ଛିନ୍ନତାବାଦୀ ନେତା ମସରତ ଆଲମ, ଆସିୟା ଏବଂ ଶବିର ଶାହଙ୍କୁ ଗତ ମଙ୍ଗଳବାର ଗିରଫ କରିଥିଲା। ଅଭିଯୁକ୍ତମାନଙ୍କୁ ୧୦ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେମାନେ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ରହିଛନ୍ତି।

Categories
ଆଜିର ଖବର

ୟାସିନ୍‌ ମଲିକ୍‌ ତିହାର ଜେଲ୍‌କୁ ସ୍ଥାନାନ୍ତର

ବିଛିନ୍ନତାବାଦୀ ନେତା ତଥା ଜାମ୍ମୁ କାଶ୍ମୀର ଲିବରେସନ୍‌ ଫ୍ରଣ୍ଟର ମୁଖ୍ୟ ୟାସିନ୍‌ ମଲିକ୍‌କୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରିଛି ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ)। ଜମ୍ମୁର କୋଟ ଭଲଓ୍ବାଲ ଜେଲ୍‌ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ମଲିକ୍‌କୁ ପଚରା ଉଚୁରା ପାଇଁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ଅର୍ଥ ଗ୍ରହଣ କରିଥିବା ନେଇ ଏନ୍‌ଆଇଏକୁ ପ୍ରମାଣ ମିଳିଥିବାରୁ ଅଧିକ ତଦନ୍ତ ପାଇଁ ତିହାର ସ୍ଥାନାନ୍ତର କରାଯାଇଛି। ସିବିଆଇ ପକ୍ଷରୁ ଜମ୍ମୁ କଶ୍ମୀର ହାଇକୋର୍ଟରେ ମଲିକ୍‌ର ସ୍ଥାନାନ୍ତର ନେଇ ମାର୍ଚ୍ଚ ୧୩ ତାରିଖରେ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ। ମଲିକ୍‌ ଶ୍ରୀନଗରରେ ୨୫ ଜାନୁୟାରୀ ୧୯୯୦ରେ ପାଞ୍ଚ ଏୟାରଫୋର୍ସ ଅଫିସରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଏବଂ ଡିସେମ୍ବର ୮, ୧୯୮୯ରେ  ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦଙ୍କ ଝିଅ ଡକ୍ଟର ରୁବିୟା ସଇଦ୍‌ ଅପହରଣରେ ମଧ୍ୟ ସାମିଲ ଥିଲା। ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ର ସରକାର ଜେକେଏଲ୍‌ଏଫ୍‌କୁ ବାସନ୍ଦ କରିଥିଲେ। ଜମ୍ମୁ କଶ୍ମୀରରେ ଏହି ଦଳ ବିପକ୍ଷରେ ୩୭ ଟି ମାମଲା ରୁଜୁ କରାଯାଇଛି।