ୟାସିନ୍‌ ମଲିକ୍‌ ତିହାର ଜେଲ୍‌କୁ ସ୍ଥାନାନ୍ତର

Published: Apr 10, 2019, 11:33 am IST
saparatist leader yasin mallick shifted to tihar jail

ବିଛିନ୍ନତାବାଦୀ ନେତା ତଥା ଜାମ୍ମୁ କାଶ୍ମୀର ଲିବରେସନ୍‌ ଫ୍ରଣ୍ଟର ମୁଖ୍ୟ ୟାସିନ୍‌ ମଲିକ୍‌କୁ ତିହାର ଜେଲ୍‌କୁ ସ୍ଥାନାନ୍ତର କରିଛି ଜାତୀୟ ତଦନ୍ତକାରୀ ଦଳ (ଏନ୍‌ଆଇଏ)। ଜମ୍ମୁର କୋଟ ଭଲଓ୍ବାଲ ଜେଲ୍‌ରେ ବନ୍ଦୀ ଭାବରେ ଅବସ୍ଥାନ କରୁଥିବା ମଲିକ୍‌କୁ ପଚରା ଉଚୁରା ପାଇଁ ଦିଲ୍ଲୀର ତିହାର ଜେଲକୁ ସ୍ଥାନାନ୍ତର କରାଯାଇଛି । ପାକିସ୍ତାନ ପକ୍ଷରୁ ଆତଙ୍କବାଦକୁ ପ୍ରୋତ୍ସାହନ ପାଇଁ ଅର୍ଥ ଗ୍ରହଣ କରିଥିବା ନେଇ ଏନ୍‌ଆଇଏକୁ ପ୍ରମାଣ ମିଳିଥିବାରୁ ଅଧିକ ତଦନ୍ତ ପାଇଁ ତିହାର ସ୍ଥାନାନ୍ତର କରାଯାଇଛି। ସିବିଆଇ ପକ୍ଷରୁ ଜମ୍ମୁ କଶ୍ମୀର ହାଇକୋର୍ଟରେ ମଲିକ୍‌ର ସ୍ଥାନାନ୍ତର ନେଇ ମାର୍ଚ୍ଚ ୧୩ ତାରିଖରେ ଆବେଦନ କରାଯାଇଥିଲା। ଯାହାକୁ କୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ। ମଲିକ୍‌ ଶ୍ରୀନଗରରେ ୨୫ ଜାନୁୟାରୀ ୧୯୯୦ରେ ପାଞ୍ଚ ଏୟାରଫୋର୍ସ ଅଫିସରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଏବଂ ଡିସେମ୍ବର ୮, ୧୯୮୯ରେ  ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦଙ୍କ ଝିଅ ଡକ୍ଟର ରୁବିୟା ସଇଦ୍‌ ଅପହରଣରେ ମଧ୍ୟ ସାମିଲ ଥିଲା। ମାର୍ଚ୍ଚ ୨୨ ତାରିଖରେ କେନ୍ଦ୍ର ସରକାର ଜେକେଏଲ୍‌ଏଫ୍‌କୁ ବାସନ୍ଦ କରିଥିଲେ। ଜମ୍ମୁ କଶ୍ମୀରରେ ଏହି ଦଳ ବିପକ୍ଷରେ ୩୭ ଟି ମାମଲା ରୁଜୁ କରାଯାଇଛି।

Related posts