Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ପରାଜୟ ପାଇଁ ଶୀଲା ଦୀକ୍ଷିତଙ୍କ ଦାୟୀ କରିବା ପରେ ଇସ୍ତଫା ଦେଲେ ଏହି ନେତା!

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଦିବଙ୍ଗତ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ସମାଲୋଚନା କରିଛନ୍ତି ପିସି ଚାକୋ । ଏହା ସହିତ ପିସି ଚାକୋ ଦିଲ୍ଲୀ କଂଗ୍ରେସ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଦଳର ବରିଷ୍ଠ ନେତ୍ରୀ ତଥା ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଥିବା ଶୀଲା ଦୀକ୍ଷିତଙ୍କୁ ପରାଜୟ ପାଇଁ ଦାୟୀ କରିବା ସହିତ ନିଜ ଦାୟିତ୍ବରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏହା ସହିତ ଦିଲ୍ଲୀ କଂଗ୍ରେସ ମୁଖ୍ୟ ସୁଭାଷ ଚୋପ୍ରା ମଧ୍ୟ ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ଚାକୋ କହିଥିଲେ, 2013ରେ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଆପ୍‌ର ଜନ୍ମ ନେଇଥିଲା । ଏହାପରେ କଂଗ୍ରେସର ଭୋଟ ଆପ୍‌ ଖାତାକୁ ଯିବା ସହିତ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା ବୋଲି ଚାକୋ କହିଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଆପ୍‌ ସହିତ ମେଣ୍ଟ ବିପକ୍ଷରେ ଶୀଲା ଦୀକ୍ଷିତ

ପୂବର୍ତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଏବଂ ସଭାପତି ରାହୁଲ ଗାନ୍ଧୀଙ୍କୁ ପତ୍ର  ଲେଖିବା ସହିତ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ କଂଗ୍ରେସର ମୁ୍ଖ୍ୟ ଭାବରେ କାର୍ଯ୍ୟରତ ଥିବା ଶ୍ରୀମତୀ ଦୀକ୍ଷିତ କହିଛନ୍ତି ଏହି ପଦେକ୍ଷପ ଦଳୀୟ କର୍ମୀଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି କରିପାରେ  ତେଣୁ ଏହା ଉପରେ ଶୀଘ୍ର ନିଷ୍ପତ୍ତି  ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ଆପ୍‌ ସହିତ ମେଣ୍ଟ  ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସନ୍ଦିହାନ ସୃଷ୍ଟି କରିପାରେ। ଅନ୍ୟ ପକ୍ଷରେ ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ମେଣ୍ଟ ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ଚାକୋ କହିଛନ୍ତି ଯେ, କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତି ଦିଲ୍ଲୀରେ କାର୍ଯ୍ୟକାରୀ ହେବ। ଦଳର ପ୍ରଥମ ଲକ୍ଷ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଏଥି ନିମନ୍ତେ ଦଳ ଯେକୌଣସି ବିପକ୍ଷ ଦଳ ସହିତ ଗଠବନ୍ଧନ କରିପାେରେ ବାେଲି ଚାକୋ ଏଏନ୍ଆଇକୁ ସାକ୍ଷାତକାର ଅବସରରେ କହିଛନ୍ତି। ଦଳର କାର୍ଯ୍ୟକାରୀ କମିଟି ମେଣ୍ଟ ସମ୍ପକିର୍ତ ନିଷ୍ପତ୍ତି ନେଇଥାଏ ଏବଂ ଏହି ମାମଲାରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯିବ ବାେଲି ଶ୍ରୀ ଚାକୋ କହିଛନ୍ତି।

ବିରୋଧାଭାସ ପରେ ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ବିପକ୍ଷେର ମତ ରଖୁଥିବା ରାହୁଲ ଗାନ୍ଧୀ ମଧ୍ୟ ଆପ୍‌ ସହିତ ମେଣ୍ଟ ସପକ୍ଷରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଘଟିଥିବା ମତେଭଦକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟେର ନୂତନ ମେଣ୍ଟ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ଏବଂ ଏ ନେଇ ବେୈଠକ ବସିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାହୁଲ। ଅନ୍ୟପକ୍ଷେର ନିର୍ବାଚନ ପୂର୍ବରୁ ହାେଇଥିବା ଏକ ଅନ୍ତରୀଣ ସର୍ବେକ୍ଷଣ ଅନୁଯାୟୀ ଦିଲ୍ଳୀରେ ବିଜେପି  ୩୫ପ୍ରତିଶତ ମତ ଦେଇଥିବା ବେଳେ କଂଗ୍ରେସ ଏବଂ ଆପ୍‌ ସପକ୍ଷରେ  ଯଥାକ୍ରମେ  ୨୨ଏବଂ ୨୮ପ୍ରତିଶତ ମତ ପ୍ରକାଶ ପାଇଛି ।

ଏହି ମାମଲାକୁ ନେଇ ଶ୍ରୀମତୀ ଦୀକ୍ଷିତଙ୍କ ସମେତ ଅନ୍ୟ ତିନି କାର୍ଯ୍ୟକାରୀ ସଭାପତି ହାରୁନ୍‌ ୟୁସୁଫ୍‌, ଦେବେନ୍ଦ୍ର ୟାଦବ ଏବଂ ରାଜେଶ ଲିଲୋଥିଆ ମଧ୍ୟ ଅନାଗ୍ରହ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଅହମଦ ପଟେଲ କେଜ୍ରିଓ୍ବାଲଙ୍କ ସହିତ ଦିଲ୍ଲୀ ଏବଂ ହରି୍ୟାଣାରେ ଆସନ ବୁଝାମଣା ନେଇ ଆଲୋଚନାରତ ଅଛନ୍ତି। ଆସନ୍ତା ମେ ୧୨ ତାରିଖରେ ଦିଲ୍ଲୀ ପାଇଁ ୭ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।