Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆପ୍‌ ସହିତ ମେଣ୍ଟ ବିପକ୍ଷରେ ଶୀଲା ଦୀକ୍ଷିତ
ଆଜିର ଖବର

ଆପ୍‌ ସହିତ ମେଣ୍ଟ ବିପକ୍ଷରେ ଶୀଲା ଦୀକ୍ଷିତ

March 19, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
sheila dikshit against alliance with aap
sheila dikshit against alliance with aap

ପୂବର୍ତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଏବଂ ସଭାପତି ରାହୁଲ ଗାନ୍ଧୀଙ୍କୁ ପତ୍ର  ଲେଖିବା ସହିତ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ କଂଗ୍ରେସର ମୁ୍ଖ୍ୟ ଭାବରେ କାର୍ଯ୍ୟରତ ଥିବା ଶ୍ରୀମତୀ ଦୀକ୍ଷିତ କହିଛନ୍ତି ଏହି ପଦେକ୍ଷପ ଦଳୀୟ କର୍ମୀଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି କରିପାରେ  ତେଣୁ ଏହା ଉପରେ ଶୀଘ୍ର ନିଷ୍ପତ୍ତି  ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ଆପ୍‌ ସହିତ ମେଣ୍ଟ  ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସନ୍ଦିହାନ ସୃଷ୍ଟି କରିପାରେ। ଅନ୍ୟ ପକ୍ଷରେ ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ମେଣ୍ଟ ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ଚାକୋ କହିଛନ୍ତି ଯେ, କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତି ଦିଲ୍ଲୀରେ କାର୍ଯ୍ୟକାରୀ ହେବ। ଦଳର ପ୍ରଥମ ଲକ୍ଷ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଏଥି ନିମନ୍ତେ ଦଳ ଯେକୌଣସି ବିପକ୍ଷ ଦଳ ସହିତ ଗଠବନ୍ଧନ କରିପାେରେ ବାେଲି ଚାକୋ ଏଏନ୍ଆଇକୁ ସାକ୍ଷାତକାର ଅବସରରେ କହିଛନ୍ତି। ଦଳର କାର୍ଯ୍ୟକାରୀ କମିଟି ମେଣ୍ଟ ସମ୍ପକିର୍ତ ନିଷ୍ପତ୍ତି ନେଇଥାଏ ଏବଂ ଏହି ମାମଲାରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯିବ ବାେଲି ଶ୍ରୀ ଚାକୋ କହିଛନ୍ତି।

ବିରୋଧାଭାସ ପରେ ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ବିପକ୍ଷେର ମତ ରଖୁଥିବା ରାହୁଲ ଗାନ୍ଧୀ ମଧ୍ୟ ଆପ୍‌ ସହିତ ମେଣ୍ଟ ସପକ୍ଷରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଘଟିଥିବା ମତେଭଦକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟେର ନୂତନ ମେଣ୍ଟ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ଏବଂ ଏ ନେଇ ବେୈଠକ ବସିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାହୁଲ। ଅନ୍ୟପକ୍ଷେର ନିର୍ବାଚନ ପୂର୍ବରୁ ହାେଇଥିବା ଏକ ଅନ୍ତରୀଣ ସର୍ବେକ୍ଷଣ ଅନୁଯାୟୀ ଦିଲ୍ଳୀରେ ବିଜେପି  ୩୫ପ୍ରତିଶତ ମତ ଦେଇଥିବା ବେଳେ କଂଗ୍ରେସ ଏବଂ ଆପ୍‌ ସପକ୍ଷରେ  ଯଥାକ୍ରମେ  ୨୨ଏବଂ ୨୮ପ୍ରତିଶତ ମତ ପ୍ରକାଶ ପାଇଛି ।

ଏହି ମାମଲାକୁ ନେଇ ଶ୍ରୀମତୀ ଦୀକ୍ଷିତଙ୍କ ସମେତ ଅନ୍ୟ ତିନି କାର୍ଯ୍ୟକାରୀ ସଭାପତି ହାରୁନ୍‌ ୟୁସୁଫ୍‌, ଦେବେନ୍ଦ୍ର ୟାଦବ ଏବଂ ରାଜେଶ ଲିଲୋଥିଆ ମଧ୍ୟ ଅନାଗ୍ରହ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଅହମଦ ପଟେଲ କେଜ୍ରିଓ୍ବାଲଙ୍କ ସହିତ ଦିଲ୍ଲୀ ଏବଂ ହରି୍ୟାଣାରେ ଆସନ ବୁଝାମଣା ନେଇ ଆଲୋଚନାରତ ଅଛନ୍ତି। ଆସନ୍ତା ମେ ୧୨ ତାରିଖରେ ଦିଲ୍ଲୀ ପାଇଁ ୭ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

 

aap alliance delhi denie sheiladixit thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Latest News

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ପ୍ରାଣୀଧନ ନିରୀକ୍ଷକ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.