Categories
ଆଜିର ଖବର ଜାତୀୟ ଖବର

ନୀତିଶ୍‌ଙ୍କ ନେତୃତ୍ବରେ ବିହାରରେ ନିର୍ବାଚନ ଲଢିବ ବିଜେପି : ଅମିତ୍‌ ଶାହା

ବିହାର : ସମ୍ପ୍ରତି ବିଜେପିର ସହଯୋଗୀ ଦଳମାନଙ୍କ ସହ ବିଜେପିର ସମ୍ପର୍କ ଏବେ ଟିକେ ଠିକ୍‌ ରହୁନଥିବାରୁ ବିଜେପି-ଜେଡେୟୁରେ ଫାଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଅମିତ୍‌ ଶାହା ପୁଣିଥରେ ବିହାରରେ ନୀତିଶ୍‌ଙ୍କ ନେତୃତ୍ବରେ ନିର୍ବାଚନ ଲଢିବାର ସୂଚନା  ଏହି ଦୁଇ ଦଳ ମଧ୍ୟରେ ସମ୍ପର୍କ ପୂର୍ବବତ୍‌ ସୁଦୃଢ ରହିଛି ବୋଲି ପ୍ରମାଣିତ କରିଛି। ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ୍‌ ଶାହ ଆଜି ବିହାରର ବୈଶାଳୀଠାରେ  ହୋଇଥିବା ଏକ ରାଲିରେ ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କ ନେତୃତ୍ବରେ ବିହାରରେ  ଏନଡିଏ ନିର୍ବାଚନ ଲଢିବ ବୋଲି କହିଛନ୍ତି । ସେହିପରି ନାଗରିକତା ଆଇନକୁ ନେଇ ଶାହା କହିଛନ୍ତି ଯେ, ଏହି ଆଇନ୍‌ ନାଗରିକତା ଦେବା ପାଇଁ ରହିଛି,  କାହାର ନାଗରିକତା ଛଡାଇବା ପାଇଁ ନୁହେଁ। ସେହିପରି ଏହି ଆଇନ୍‌କୁ ନେଇ ରାହୁଲ୍‌, ଲାଲୁ ଓ ମମତାଙ୍କୁ ଟାର୍ଗେଟ୍‌ କରିଛନ୍ତି ଶାହା । ସିଏଏକୁ ନେଇ ଏମାନେ ସମସ୍ତେ ଦେଶବାସୀଙ୍କୁ ଭ୍ରମିତ କରୁଥିବାର ଅଭିଯୋଗ ମଧ୍ୟ କରିଛନ୍ତି ଶାହା। (ଏଜେନ୍ସି)

Categories
ଆଜିର ଖବର

ଜେଡିଏସ୍‌ ସହିତ ମେଣ୍ଟ ନଥିଲେ ୧୦-୧୫ ଲୋକସଭା ଆସନ ହାସଲ କରିଥାନ୍ତା କଂଗ୍ରେସ : ବୀରାପ୍ପା ମୋଇଲି

ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍‌ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍‌ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା ଆସନ ମିଳିଥାନ୍ତା ବୋଲି ଶନିବାର ମତ ଦେଇଛନ୍ତି ମୋଇଲୀ। ବୀରାପ୍ପା ଚିକ୍କାବାଲ୍ଳାପୁରରୁ ପରାସ୍ତ ହୋଇଥିବା ବେଳେ ମେଣ୍ଟ ନଥିଲେ ଶତ ପ୍ରତିଶତ ବିଜୟୀ ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି। ମେଣ୍ଟକୁ ସାଧାରଣ ଲୋକ ଆଦୌ ଭରସା କରୁନଥିଲେ ଏପରିକି ଏହି ମେଣ୍ଟ ପାଇଁ କଂଗ୍ରେସ କର୍ମୀ ମଧ୍ୟ ମୋତେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଜେଡିଏସ୍‌କୁ ଗୋଟିଏ ଲେଖାଏଁ ଆସନ ମିଳିଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଥିଲା। ମୋଇଲୀ ବିଜେପିର ବି ଏନ୍‌ ନାଚେ ଗୌଡାଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୧୧୦ ଭୋଟରେ ପରାସ୍ତ ହୋଇଥିଲେ।

Categories
ଆଜିର ଖବର

ମହାମେଣ୍ଟରେ ଫାଟ : ଏକାକୀ ଉପ ନିର୍ବାଚନ ଲଢିବ ବିଏସ୍‌ପି

ଉତ୍ତରପ୍ରଦେଶ ସପା-ବସପା ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ୧୧ଟି ଆସନରେ ହେବାକୁ ଥିବା ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସପା ବସପା ନିଜର ସମସ୍ତ ରାଗ ଅଭିମାନ ଭୁଲି ଏକତ୍ର ହୋଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନରେ ମଧ୍ୟ ଏକତ୍ର ଲଢିବେ ବୋଲି ନିର୍ବାଚନୀ ସଭାରେ ମାୟାବତୀ ଓ ଅଖିଳେଶ କହିଥିଲେ। ତେବେ ନିର୍ବାଚନ ଫଳାଫଳରେ ବିଜେପି ପାଖରୁ ଏହି ମହାମେଣ୍ଟର ପରାଜୟ ବରଣ ପରେ ଅଖିଳେଶଙ୍କୁ ସମସ୍ତ ଦୋଷ ଦେଇଛନ୍ତି ମାୟାବତୀ। ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍‌ ରହିଛି  ଏବଂ ଏହାସହିତ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା ବୋଲି ମାୟା କହିଛନ୍ତି। କେବଳ ଏତିକି ନୁହେଁ, ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାଙ୍କ ଏପରି କଥାରୁ ମହାମେଣ୍ଟର ଫାଟ ହୋଇଥିବାର ଜଣାପଡୁଛି। ଚଳିତ ନିର୍ବାଚନରେ ଚଳିତ ନିର୍ବାଚନରେ ୮୦ ଲୋକସଭା ଆସନରୁ ବିଜେପି ୬୨ଟି ଓ ସହଯୋଗୀ ‘ଆପନା ଦଳ’ ୨ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମହାମେଣ୍ଟର ବିଏସପି ୧୦ଟି, ଏସପି ୫ଟି ଜିତିଥିବା ବେଳେ ଆରଏଲଡି କୌଣସି ଆସନ ଜିତି ନାହିଁ।

Categories
ଆଜିର ଖବର

ଆପ୍ ସହିତ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ନେବେ ରାହୁଲ

ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ରାଜନୀତି ଜୋର୍‌ ଧରିଛି। ଉତ୍ତରପ୍ରଦେଶରେ ବିଏସ୍‌ପି-ଏସ୍‌ପି ମେଣ୍ଟ କରିଥିବାବେଳେ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ଓ କଂଗ୍ରେସ ମେଣ୍ଟ ହେବା ନେଇ ଚର୍ଚ୍ଚା ବହୁଦିନରୁ ଲାଗି ରହିଛି । ତେବେ ଏହାକୁ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ସୂଚନା ରହିଛି। ଏ ସମ୍ପର୍କରେ ଶେଷ ନିଷ୍ପତ୍ତି କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି ନେବେ। ଆଜି ଦିଲ୍ଲୀରେ ରାହୁଲ କଂଗ୍ରେସର ୪ କାର୍ଯ୍ୟକାରୀ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ ଆପ୍‌ ସହିତ ମେଣ୍ଟ ସମ୍ପର୍କରେ ମଧ୍ୟ  ଆଲୋଚନା ହୋଇଥିଲା। କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳରେ ହାରୁନ୍‌ ୟୁସୁଫ, ରାଜେଶ ଲିଲୋଥିଆ, ଧୀରେନ୍ଦ୍ର ଯାଦବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ।  ଦିଲ୍ଲୀରେ ୭ ଲୋକସଭା ଆସନରେ ଉଭୟ ଦଳ ବୁଝାମଣା କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଉଭୟ ଦଳର ନେତା ମାନେ ବାରମ୍ବାର ଏହାକୁ ଖଣ୍ଡନ କରି ଚାଲିଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ ଅନୁରୋଧ କରି ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ।

Categories
ଆଜିର ଖବର

ଆପ୍‌ ସହିତ ମେଣ୍ଟ ବିପକ୍ଷରେ ଶୀଲା ଦୀକ୍ଷିତ

ପୂବର୍ତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ଆସନ୍ତା ଲୋକସଭା ନିର୍ବାଚନରେ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧୀ ଏବଂ ସଭାପତି ରାହୁଲ ଗାନ୍ଧୀଙ୍କୁ ପତ୍ର  ଲେଖିବା ସହିତ ଏହା ଉପରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଅନୁରୋଧ କରିଛନ୍ତି। ଦିଲ୍ଲୀ କଂଗ୍ରେସର ମୁ୍ଖ୍ୟ ଭାବରେ କାର୍ଯ୍ୟରତ ଥିବା ଶ୍ରୀମତୀ ଦୀକ୍ଷିତ କହିଛନ୍ତି ଏହି ପଦେକ୍ଷପ ଦଳୀୟ କର୍ମୀଙ୍କ ମଧ୍ୟରେ ଅବିଶ୍ବାସର ବାତାବରଣ ସୃଷ୍ଟି କରିପାରେ  ତେଣୁ ଏହା ଉପରେ ଶୀଘ୍ର ନିଷ୍ପତ୍ତି  ନେବା ପାଇଁ ସେ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ଆପ୍‌ ସହିତ ମେଣ୍ଟ  ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସନ୍ଦିହାନ ସୃଷ୍ଟି କରିପାରେ। ଅନ୍ୟ ପକ୍ଷରେ ଏହି ମାମଲାରେ ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ମେଣ୍ଟ ସପକ୍ଷରେ ମତବ୍ୟକ୍ତ କରିଛନ୍ତି। ଶ୍ରୀ ଚାକୋ କହିଛନ୍ତି ଯେ, କଂଗ୍ରେସର ବରିଷ୍ଠ ନେତୃବୃନ୍ଦ ନେଇଥିବା ନିଷ୍ପତ୍ତି ଦିଲ୍ଲୀରେ କାର୍ଯ୍ୟକାରୀ ହେବ। ଦଳର ପ୍ରଥମ ଲକ୍ଷ୍ୟ ହେଉଛି ବିଜେପିକୁ ପରାସ୍ତ କରିବା। ଏଥି ନିମନ୍ତେ ଦଳ ଯେକୌଣସି ବିପକ୍ଷ ଦଳ ସହିତ ଗଠବନ୍ଧନ କରିପାେରେ ବାେଲି ଚାକୋ ଏଏନ୍ଆଇକୁ ସାକ୍ଷାତକାର ଅବସରରେ କହିଛନ୍ତି। ଦଳର କାର୍ଯ୍ୟକାରୀ କମିଟି ମେଣ୍ଟ ସମ୍ପକିର୍ତ ନିଷ୍ପତ୍ତି ନେଇଥାଏ ଏବଂ ଏହି ମାମଲାରେ ମଧ୍ୟ ସମାନ ପ୍ରକ୍ରିୟା ଅବଲମ୍ବନ କରାଯିବ ବାେଲି ଶ୍ରୀ ଚାକୋ କହିଛନ୍ତି।

ବିରୋଧାଭାସ ପରେ ଚଳିତ ଲାେକସଭା ନିର୍ବାଚନ ପୂର୍ବରୁ ମେଣ୍ଟ ବିପକ୍ଷେର ମତ ରଖୁଥିବା ରାହୁଲ ଗାନ୍ଧୀ ମଧ୍ୟ ଆପ୍‌ ସହିତ ମେଣ୍ଟ ସପକ୍ଷରେ ସମ୍ୟକ ସୂଚନା ପ୍ରଦାନ କରିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଘଟିଥିବା ମତେଭଦକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟେର ନୂତନ ମେଣ୍ଟ ସମୀକରଣର ସମ୍ଭାବନା ସୃଷ୍ଟି କରିଛି ଏବଂ ଏ ନେଇ ବେୈଠକ ବସିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ରାହୁଲ। ଅନ୍ୟପକ୍ଷେର ନିର୍ବାଚନ ପୂର୍ବରୁ ହାେଇଥିବା ଏକ ଅନ୍ତରୀଣ ସର୍ବେକ୍ଷଣ ଅନୁଯାୟୀ ଦିଲ୍ଳୀରେ ବିଜେପି  ୩୫ପ୍ରତିଶତ ମତ ଦେଇଥିବା ବେଳେ କଂଗ୍ରେସ ଏବଂ ଆପ୍‌ ସପକ୍ଷରେ  ଯଥାକ୍ରମେ  ୨୨ଏବଂ ୨୮ପ୍ରତିଶତ ମତ ପ୍ରକାଶ ପାଇଛି ।

ଏହି ମାମଲାକୁ ନେଇ ଶ୍ରୀମତୀ ଦୀକ୍ଷିତଙ୍କ ସମେତ ଅନ୍ୟ ତିନି କାର୍ଯ୍ୟକାରୀ ସଭାପତି ହାରୁନ୍‌ ୟୁସୁଫ୍‌, ଦେବେନ୍ଦ୍ର ୟାଦବ ଏବଂ ରାଜେଶ ଲିଲୋଥିଆ ମଧ୍ୟ ଅନାଗ୍ରହ ପ୍ରକାଶ କରିଛନ୍ତି। ଅପର ପକ୍ଷରେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଅହମଦ ପଟେଲ କେଜ୍ରିଓ୍ବାଲଙ୍କ ସହିତ ଦିଲ୍ଲୀ ଏବଂ ହରି୍ୟାଣାରେ ଆସନ ବୁଝାମଣା ନେଇ ଆଲୋଚନାରତ ଅଛନ୍ତି। ଆସନ୍ତା ମେ ୧୨ ତାରିଖରେ ଦିଲ୍ଲୀ ପାଇଁ ୭ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

 

Categories
ଆଜିର ଖବର

କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ, କଂଗ୍ରେସ ୨୦ଟି ଓ ଜେଡିଏସ୍‌ ୮ଟି ଆସନ ନେଇ ବୁଝାମଣା

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍‌ ୨୮ଟି ଆସନରୁ କଂଗ୍ରେସ ୨୦ଟି ଓ ଜେଡିଏସ୍‌ ୮ଟି ଆସନରେ ପ୍ରାର୍ଥୀ ଦେବ। ମେଣ୍ଟ ସମ୍ପର୍କରେ ଘୋଷଣା ପୂର୍ବରୁ ମହୀଶୂର-କୋଡାଗୁ ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ଲାଗିରହିଥିଲା। ତେବେ ଶେଷରେ କଂଗ୍ରେସ ବାଜିମାରିନେଇଛି। ତେବେ ହାସନ ଓ ମାଣ୍ଡ୍ୟା ଆସନରେ ଜେଡିଏସ୍‌ ପ୍ରାର୍ଥୀ ଦେବ। ଏହି ଦୁଇଟି ସ୍ଥାନକୁ ଜେଡିଏସ୍‌ର ଗଡ଼ ବୋଲି କୁହାଯାଏ। ୨୦୧୪ରେ ବିଜେପି ୧୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ୯ଟି ଓ ଜେଡିଏସ୍‌ ୨ଟି ଆସନରେ ଜିତିଥିଲା।

Categories
ଆଜିର ଖବର

ମୟୂରଭଞ୍ଜ ଲୋକସଭା ଆସନରେ ଜେଏମଏମ, ଭୁବନେଶ୍ବର ଓ ଆସିକାରେ ବାମଦଳ ସହ କଂଗ୍ରେସର ମେଣ୍ଟ

ଓଡିଶାରେ କଂଗ୍ରେସ ବାମଦଳ ଓ ଜେଏମଏମ ସହ ମେଣ୍ଟ କରିବ । ଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ  ଏହି ନିଷ୍ପତ୍ତି ନିଆଯାଇଛି । ମୟୂରଭଞ୍ଜ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନଦେଇ ଜେଏମଏମକୁ ସମର୍ଥନ କରିବ । ସେହିପରି ଭୁବନେଶ୍ବର ଲୋକସଭା ଆସନ ସିପିଏମକୁ ଓ ଆସିକା ଲୋକସଭା ଆସନ ସିପିଆଇକୁ କଂଗ୍ରେସ ଛାଡି ଦେବ । ତେବେ ବିଧାନସଭା ଆସନ ବଣ୍ଟନ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରିନାହିଁ । କେଉଁ କେଉଁ ଆସନ ମେଣ୍ଟ ଦଳଗୁଡିକୁ ଦିଆଯିବ, ସେ ନେଇ ବୈଠକରେ ମଧ୍ୟ ନିଷ୍ପତ୍ତି ନିଆଯିବ । ଯେଉଁ ଯେଉଁ ଆସନରେ ବାମଦଳ ଓ ଜେଏମଏମର ସଂଗଠନ ମଜବୁତ ଅଛି, ସେହି ସବୁ ଆସନ ସେମାନଙ୍କୁୁ ଛାଡିଦିଆଯିବ । ଦଳର ବରିଷ୍ଠ ନେତାମାନେ  ଏହି ବୈଠକରେ ଯୋଗଦେଇଛନ୍ତି । ବାମଦଳ ସହ ମେଣ୍ଟ କଂଗ୍ରେସକୁ ଫାଇଦା ଦେବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

Categories
ଆଜିର ଖବର

ସପା-ବିଏସ୍‌ପି ମେଣ୍ଟ ସହ ସାମିଲ୍‌ ହେଲେ ଆରଏଲ୍‌ଡି

ଉତ୍ତରପ୍ରଦେଶରେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବିଏସ୍‌ପି)ଙ୍କ ମେଣ୍ଟରେ ଆଜି ଆର୍‌ଏଲ୍‌ଡି ସାମିଲ ହୋଇଛି। ଆର୍‌ଏଲ୍‌ଡି ମେଣ୍ଟରେ ସାମିଲ ହେବା ପରେ ସପା-ବିଏସ୍‌ପି ମେଣ୍ଟ ପକ୍ଷରୁ ଦଳକୁ ଉତ୍ତର ପ୍ରଦେଶର ୮୦ଟି ଲୋକସଭା ଆସନରୁ ୩ଟି ମିଳିଛି। ଆଜି ଅଖିଲେଶ ଯାଦବ ଆରଏଲ୍‌ଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । “ଆରଏଲ୍‌ଡି ଉତ୍ତର ପ୍ରଦେଶର ମଥୁରା, ବାଗପତ ଓ ମୁଜାଫରନଗର ଆସନରେ ପ୍ରାର୍ଥୀ ଦେବ। ତେବେ କଂଗ୍ରେସ ପାଇଁ ୨ଟି ଆସନ(ଆମେଥି ଓ ରାଏବରେଲୀ) ଛାଡ଼ିଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଅଖିଳେଶ ।  ଉତ୍ତର ପ୍ରଦେଶର ୮୦ଟି ଯାକ ଆସନରେ ବିଜେପିକୁ ହରାଇବା ପାଇଁ ମହାମେଣ୍ଟ ଲଢ଼େଇ କରିବ।”

Categories
ଆଜିର ଖବର

ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି – ଅରବିନ୍ଦ କେଜ୍‌ରୀଓ୍ବାଲ

କଂଗ୍ରେସ ଓ ଆମ୍‌ଆଦ୍‌ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ  ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ।  କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍‌କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି ।  ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍‌ରୀଓ୍ବାଲ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ  ଓ ଆପ୍‌ ସହ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର୍‌ ରହିଥିଲା । କିନ୍ତୁ ଆଜି କଂଗ୍ରେସର ଦିଲ୍ଲୀ ଅଧ୍ୟକ୍ଷା ଶୀଲା ଦୀକ୍ଷିତ୍‌ ଏହି ଗଠବନ୍ଧନରେ ବିରାମ ଲଗାଇ ଦେଇଛନ୍ତି । କିଛିବର୍ଷ ପୂର୍ବେ ଆପ୍‌ କଂଗ୍ରେସର ଦୃଢ ବିରୋଧ ରହିଥିଲା । ୨୦୧୩ ପୂର୍ବରୁ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ।  ୨୦୧୩ ବିଧାନସଭାରେ ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସକୁ ହରାଇକୁ ପ୍ରଥମଥର ପାଇଁ ଗୋଟେ ବଡ଼ ଦଳ ରୂପେ ଉଭା ହୋଇଥିଲା ଏହି ନିର୍ବାଚନରେ ଆପ୍‌ ୨୮ଟି ସିଟ୍‌ ଜିତିଥିବାବେଳେ କଂଗ୍ରେସ୍‌ ମାତ୍ର ୮ଟି ସିଟ୍‌ ପାଇଥିଲା । ମାତ୍ର ୪୭ ଦିନ ସରକାର ଚଳାଇବା ପରେ କେଜ୍‌ରୀଓ୍ବାଲ ଇସ୍ତଫା ଦେଇଦେଇଥିଲେ । ତା’ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହୋଇଥିଲା । ପୁନର୍ବାର ୨୦୧୫ରେ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ୬୭ ସିଟ୍‌ ଜିତି ସରକାର ଗଠନ କରିଥିଲା । ଏହି ନିର୍ବାଚନରେ କଂଗ୍ରେସ କୌଣସି ଆସନ ଜିତିନଥିବାବେଳେ ବିଜେପି ମାତ୍ର ତିନୋଟି ସିଟ୍‌ ପାଇଥିଲା ।

Categories
ଆଜିର ଖବର

ମେଣ୍ଟକୁ ନା  କଲା କଂଗ୍ରେସ : ଆପ୍‌ ସହ ୩-୩ ସିଟ୍‌ରେ ନିର୍ବାଚନ ଲଢିବା ନେଇ ରହିଥିଲା ଚର୍ଚ୍ଚା

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ଦଳ ଭିତରେ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି । ସତ୍ତାକୁ ଆସିବା ପାଇଁ ପ୍ରାୟ ସମେସ୍ତ ପ୍ରସ୍ତୁତି ଚଳାଇଛନ୍ତି । ଉତ୍ତରପ୍ରଦେଶରେ ଅଖିଳେଶ – ମାୟାବତୀ ଗଠବନ୍ଧନ କରିସାରିବା ପରେ ଦିଲ୍ଲୀରେ ଆପ୍‌ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର୍‌ ଚାଲିଥିଲା ।  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀ ଦଳର ନେତା ମାନଙ୍କ ସହ ଏହି ବିଷୟରେ ଚର୍ଚ୍ଚା କରିଥିଲେ । ଏହି ବୈଠକରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷା ଶୀଲା ଦୀକ୍ଷିତ ସାମିଲ ହୋଇଥିଲେ । କିନ୍ତୁ  ଶେଷରେ ଏହି ମେଣ୍ଟକୁ କଂଗ୍ରେସ ମନା କରିଥିବାର ଜଣାପଡିଛି । ଶୀଲା ଦୀକ୍ଷିତ ଏହି ମେଣ୍ଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇ କହିଛନ୍ତି ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । ଆପ୍‌କୁ ମେଣ୍ଟ ଦରକାର ଥିଲା, କଂଗ୍ରେସକୁ ନୁହେଁ । ତେବେ ଦିଲ୍ଲୀରେ ଆପ୍‌ – କଂଗ୍ରେସ ମଧ୍ୟରେ ୩-୩ ଆସନ ଲଢିବା ନେଇ ଚର୍ଚ୍ଚା ଚାଲିଥିଲା ।