ଆପ୍ ସହିତ ମେଣ୍ଟ ନେଇ ଶେଷ ନିଷ୍ପତ୍ତି ନେବେ ରାହୁଲ

Published: Mar 25, 2019, 1:58 pm IST
Rahul to take final call on Cong-AAP tie up

ଚଳିତ ସାଧାରଣ ନିର୍ବାଚନରେ ମେଣ୍ଟ ରାଜନୀତି ଜୋର୍‌ ଧରିଛି। ଉତ୍ତରପ୍ରଦେଶରେ ବିଏସ୍‌ପି-ଏସ୍‌ପି ମେଣ୍ଟ କରିଥିବାବେଳେ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ଓ କଂଗ୍ରେସ ମେଣ୍ଟ ହେବା ନେଇ ଚର୍ଚ୍ଚା ବହୁଦିନରୁ ଲାଗି ରହିଛି । ତେବେ ଏହାକୁ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ସୂଚନା ରହିଛି। ଏ ସମ୍ପର୍କରେ ଶେଷ ନିଷ୍ପତ୍ତି କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି ନେବେ। ଆଜି ଦିଲ୍ଲୀରେ ରାହୁଲ କଂଗ୍ରେସର ୪ କାର୍ଯ୍ୟକାରୀ ସଭାପତିଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ ଆପ୍‌ ସହିତ ମେଣ୍ଟ ସମ୍ପର୍କରେ ମଧ୍ୟ  ଆଲୋଚନା ହୋଇଥିଲା। କଂଗ୍ରେସର ଏହି କାର୍ଯ୍ୟକାରୀ ସଭାପତି ଦଳରେ ହାରୁନ୍‌ ୟୁସୁଫ, ରାଜେଶ ଲିଲୋଥିଆ, ଧୀରେନ୍ଦ୍ର ଯାଦବ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ଥିଲେ।  ଦିଲ୍ଲୀରେ ୭ ଲୋକସଭା ଆସନରେ ଉଭୟ ଦଳ ବୁଝାମଣା କରିବା ନେଇ ଆଲୋଚନା ହେଉଥିଲେ ମଧ୍ୟ ଉଭୟ ଦଳର ନେତା ମାନେ ବାରମ୍ବାର ଏହାକୁ ଖଣ୍ଡନ କରି ଚାଲିଛନ୍ତି। କିଛି ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ଆପ୍‌ ସହିତ ମେଣ୍ଟ ନକରିବା ନିମନ୍ତେ ଅନୁରୋଧ କରି ରାହୁଲ ଏବଂ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିଲେ।

Related posts