Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି – ଅରବିନ୍ଦ କେଜ୍‌ରୀଓ୍ବାଲ
ଆଜିର ଖବର

ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି – ଅରବିନ୍ଦ କେଜ୍‌ରୀଓ୍ବାଲ

March 5, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
secret alliance between congress and bjp, says kejeriwal
secret alliance between congress and bjp, says kejeriwal

କଂଗ୍ରେସ ଓ ଆମ୍‌ଆଦ୍‌ମୀ ପାର୍ଟି ମଧ୍ୟରେ ହେବାକୁ ମେଣ୍ଟ ଆଶା ମଉଳି ଗଲା ପରେ  ଆମ୍‌ ଆଦ୍‌ମୀ ପାର୍ଟି ଅଧ୍ୟକ୍ଷ ଅରବିନ୍ଦ କେଜ୍‌ରୀଓ୍ବାଲ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି ।  କଂଗ୍ରେସ ଉପରେ ଆରୋପ ଲଗାଇ କେଜ୍‌ରୀଓ୍ବାଲ କହିଛନ୍ତି ଯେ, ପରୋକ୍ଷରେ ବିଜେପି ସହ କଂଗ୍ରେସ ମିଶି ଯାଇଛି ଏବଂ ଏହାଦ୍ବାରା ବିଜେପିକୁ ଲୋକସଭା ନିର୍ବାଚନରେ ଲାଭ ମିଳୁଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ – ଯେଉଁ ସମୟରେ ସାରା ଦେଶବାସୀ ମୋଦି-ଶାହାଙ୍କ ଯୋଡ଼ିକୁ ହରାଇବାକୁ ଚାହୁଁଛନ୍ତି, କଂଗ୍ରେସ ବିଜେପି ଭୋଟ୍‌କୁ ଭାଗ ଭାଗ କରି ବିଜେପିକୁ ସାହାଯ୍ୟ କରୁଛି ।  ବିଜେପି ଓ କଂଗ୍ରେସ ମଧ୍ୟରେ ଗୁପ୍ତ ବୁଝାମଣା ରହିଛି । ତେବେ ଦିଲ୍ଲୀ କଂଗ୍ରେସ-ବିଜେପିର ମେଣ୍ଟକୁ ଲଢିବାକୁ ପ୍ରସ୍ତୁତ ରହିଛି । ଲୋକ ଏହି ମେଣ୍ଟକୁ ହରାଇଦେବେ । ବିଜେପିକୁ ଶାସନର ହଟାଇବା ପାଇଁ କଂଗ୍ରେସ ସହ ହାତ ମିଳାଇ ଚାହୁଁଥିଲେ ଅରବିନ୍ଦ କେଜ୍‌ରୀଓ୍ବାଲ । ଏଥିପାଇଁ ଦିଲ୍ଲୀରେ କଂଗ୍ରେସ  ଓ ଆପ୍‌ ସହ ଆସନ ବୁଝାମଣା ନେଇ ଚର୍ଚ୍ଚା ଜୋର୍‌ ରହିଥିଲା । କିନ୍ତୁ ଆଜି କଂଗ୍ରେସର ଦିଲ୍ଲୀ ଅଧ୍ୟକ୍ଷା ଶୀଲା ଦୀକ୍ଷିତ୍‌ ଏହି ଗଠବନ୍ଧନରେ ବିରାମ ଲଗାଇ ଦେଇଛନ୍ତି । କିଛିବର୍ଷ ପୂର୍ବେ ଆପ୍‌ କଂଗ୍ରେସର ଦୃଢ ବିରୋଧ ରହିଥିଲା । ୨୦୧୩ ପୂର୍ବରୁ ଓ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ କଂଗ୍ରେସ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ ।  ୨୦୧୩ ବିଧାନସଭାରେ ଆମ୍‌ ଆଦ୍‌ମୀ ପାର୍ଟି କଂଗ୍ରେସକୁ ହରାଇକୁ ପ୍ରଥମଥର ପାଇଁ ଗୋଟେ ବଡ଼ ଦଳ ରୂପେ ଉଭା ହୋଇଥିଲା ଏହି ନିର୍ବାଚନରେ ଆପ୍‌ ୨୮ଟି ସିଟ୍‌ ଜିତିଥିବାବେଳେ କଂଗ୍ରେସ୍‌ ମାତ୍ର ୮ଟି ସିଟ୍‌ ପାଇଥିଲା । ମାତ୍ର ୪୭ ଦିନ ସରକାର ଚଳାଇବା ପରେ କେଜ୍‌ରୀଓ୍ବାଲ ଇସ୍ତଫା ଦେଇଦେଇଥିଲେ । ତା’ପରେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ହୋଇଥିଲା । ପୁନର୍ବାର ୨୦୧୫ରେ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ଐତିହାସିକ ୬୭ ସିଟ୍‌ ଜିତି ସରକାର ଗଠନ କରିଥିଲା । ଏହି ନିର୍ବାଚନରେ କଂଗ୍ରେସ କୌଣସି ଆସନ ଜିତିନଥିବାବେଳେ ବିଜେପି ମାତ୍ର ତିନୋଟି ସିଟ୍‌ ପାଇଥିଲା ।

alliance kejriwal thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.