Categories
ଆଞ୍ଚଳିକ

କରୋନା ମୁକାବିଲା ପାଇଁ ଗୋଠଗାଁ ଗ୍ରାମପଞ୍ଚାୟତରେ ସଚେତନତା ସଭା

କୃଷ୍ଣଚନ୍ଦ୍ର ସୁଆଁସିଆ
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋଠଗାଁ ଗ୍ରାମପଞ୍ଚାୟତ ପରିସରରେ କରୋନା ମୁକାବିଲା ଲାଗି ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ବାହାର ରାଜ୍ୟରୁ ବହୁ ଲୋକ ଫେରୁଥିବା ପରିଲକ୍ଷିତ ହେଉଛି। ବିଶେଷକରି ଗୋଠଗାଁ ଗ୍ରାମର ବହୁ ଲୋକ ବେଙ୍ଗାଲୁରୁ,କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର ବିଭିନ୍ନ କମ୍ପାନୀରେ କାମ କରୁଥିବା ଶ୍ରମିକମାନେ ଘରକୁ ଫେରୁଛନ୍ତି। ଏହାକୁ ନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବା ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ସେମାନଙ୍କୁ ବାହାରକୁ ନ ବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଗ୍ରାମାଞ୍ଚଳରେ କରୋନା ସମ୍ପର୍କିତ ସଚେତନତାକୁ ତ୍ୱରାନ୍ବିତ କରାଯାଇଛି। ଗୋଠଗାଁ ପଞ୍ଚାୟତ ଅଧିନ ସ୍ଥାନୀୟ ହାଇସ୍କୁଲ ପରିସରରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାକର ପଣ୍ଡା, ଯୋଗାଣ ସହାୟକ ଅଙ୍ଗଦ ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନଙ୍କ ସମେତ ପଞ୍ଚାୟତ ଅଧିନ ସମସ୍ତ ଅଙ୍ଗନଓ୍ବାଡି ଓ ଆଶା କର୍ମୀ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଠୁରୁବୁରାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୃଷ୍ଣଚନ୍ଦ୍ର ସୁଆଁସିଆ
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ରସେନ ପୋଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ସହିତ ବିଭିନ୍ନ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ଗୁରୁ-ଶିଷ୍ଯ ପରମ୍ପରା ନଷ୍ଟ ହେଉଥିବାକୁ ନେଇ ତହସିଲଦାର ଚିନ୍ତା ପ୍ରକଟ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂପର୍କ, ସହଯୋଗ, ଚରିତ୍ର ଗଠନ ଦିଗରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ । ଦଶମ ବୋର୍ଡ ପରୀକ୍ଷାରେ ନୀର୍ଭିକ ଭାବେ ପରିଶ୍ରମ ଉପରେ ଆସ୍ଥା ରଖିବାକୁ ବିଡିଓ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଲକ୍ଷ୍ମୀନାରାୟଣ କର, ଶୈରେନ୍ଦ୍ରୀ ଦଳାଇ, ଠୁରୁବୁରାଇ ସିଆରସିସି ବିଶ୍ବଜିତ୍ ଦାଶ, ସରପଞ୍ଚ ସପନା ସେଠୀ, ବିଦ୍ୟାଳୟ ପରିଚାଳନାର ସଭାପତି ଲକ୍ଷ୍ମୀନାରାୟଣ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Categories
ଆଞ୍ଚଳିକ

ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ସମୀକ୍ଷା ବ୍ୟୁରୋ
ଶେରଗଡ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ମା କରଞ୍ଜେଇ ପୀଠରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀର ମିଳିତ ଉଦ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାକୃତିକ ପରିବେଶର ଗନ୍ତାଘର ଓ ଜାତୀୟ ପକ୍ଷୀ ମୟୂର ମାନଙ୍କ ବିହାର ପାଇଁ ଜନମାନସକୁ ଆକ୍ରୁଷ୍ଟ ପାଇଁ ଉକ୍ତ ପୀଠ ବେଶ୍ ପରିଚିତ । ତେଣୁ ଉକ୍ତ ପୀଠର ମୌଳିକ ଅସୁବିଧାକୁ ସମାଧାନ କରିବା ସହିତ ଏକ ତୀର୍ଥସ୍ଥଳୀ ଭାବେ ଏହାକୁ ପ୍ରାଥମିକ ଦେବାକୁ ବହୁବାର ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ବ୍ଲକ ପ୍ରଶାସନ ଓ ବିଜୁ ଯୁବ ବାହିନୀ ତରଫରୁ ସଫେଇ କରାଯାଇଥିଲା । ଏହା ସହିତ ଅଧିକାରୀ ମାନଙ୍କ ଉପସ୍ଥିତରେ କରଞ୍ଜେଇ ପୀଠର ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁରଞ୍ଜନ ସାହୁଙ୍କ ଆବାହକତ୍ଵରେ ଓ ବ୍ଲକ ସଂଯୋଜକ ଆଲୋକ ପଟ୍ଟନାୟକଙ୍କ ସଂଯୋଜନାରେ ସମ୍ପାଦନ ହୋଇଥିଲା । ଆସ୍କା ବିଡିଓ ପ୍ରଦୀପ କୁମାର ପଣ୍ଡା, ଆସ୍କା ସିଡିପିଓ ସୂର୍ଯ୍ୟମଣି ପ୍ରଧାନ, ଆସ୍କା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ, ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ ପଟ୍ଟନାୟକ, ବ୍ଲକ ବିଜେଡି ସଭାପତି ଶରତ ପାତ୍ର, ଜିଲ୍ଲାପରିଷଦ ପ୍ରମୋଦ ପାତ୍ର, ନରେନ୍ଦ୍ରପୁର ସରପଞ୍ଚ ବିନୋଦ ବେହେରାଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଓ ବିଜୁ ଯୁବ ବାହିନୀ ସଦସ୍ୟ ଅଂଶଗ୍ରହଣ କରିଥିଲେ ।