ଠୁରୁବୁରାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Published: Feb 17, 2020, 6:03 pm IST

କୃଷ୍ଣଚନ୍ଦ୍ର ସୁଆଁସିଆ
ଶେରଗଡ଼ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଚିତ୍ରସେନ ପୋଲାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶେରଗଡ଼ ବିଡିଓ ସୁରଞ୍ଜନ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ପ୍ରାରମ୍ଭିକ ସଂଗୀତ ସହିତ ବିଭିନ୍ନ ଲୋକକଳାକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । ବର୍ତ୍ତମାନ ସମୟରେ ଗୁରୁ-ଶିଷ୍ଯ ପରମ୍ପରା ନଷ୍ଟ ହେଉଥିବାକୁ ନେଇ ତହସିଲଦାର ଚିନ୍ତା ପ୍ରକଟ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ସଂପର୍କ, ସହଯୋଗ, ଚରିତ୍ର ଗଠନ ଦିଗରେ ପ୍ରତ୍ୟେକ ଛାତ୍ରଛାତ୍ରୀ ମନୋନିବେଶ କରିବାକୁ ଉପଦେଶ ଦେଇଥିଲେ । ଦଶମ ବୋର୍ଡ ପରୀକ୍ଷାରେ ନୀର୍ଭିକ ଭାବେ ପରିଶ୍ରମ ଉପରେ ଆସ୍ଥା ରଖିବାକୁ ବିଡିଓ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଲକ୍ଷ୍ମୀନାରାୟଣ କର, ଶୈରେନ୍ଦ୍ରୀ ଦଳାଇ, ଠୁରୁବୁରାଇ ସିଆରସିସି ବିଶ୍ବଜିତ୍ ଦାଶ, ସରପଞ୍ଚ ସପନା ସେଠୀ, ବିଦ୍ୟାଳୟ ପରିଚାଳନାର ସଭାପତି ଲକ୍ଷ୍ମୀନାରାୟଣ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts