Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ଡରୁଥିଲେ ଶୋଏବ ଅଖତର: ନାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଶୋଏବ ଅଖତର ତାଙ୍କ ଦ୍ରୁତ ବୋଲିଂ ସହିତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଙ୍କୁ ମଧ୍ୟ ଡରାଇଛନ୍ତି। ବିରେନ୍ଦର ସେହୱାଗ ଥରେ କହିଥଲେ ଯେ, ମୁଥିୟା ମୁରଲୀଧରନଙ୍କ ପରେ ସେ ଶୋଏବ ଅଖତରଙ୍କୁ ଭୟ କରୁଥିଲେ କାରଣ ସେ କେଉଁ ବଲକୁ କେଉଁଠି ମାରିବେ ସେ ଉପରେ ତାଙ୍କର ବିଶ୍ୱାସ ନଥିଲା। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଯେ, ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଥିଲେ ଯାହାକୁ ଶୋଏବ ଅଖତର ଭୟ କରୁଥିଲେ ଏବଂ ଏହି ବ୍ୟାଟ୍ସମ୍ୟାନ୍ ସଚିନ୍, ସେହୱାଗ କିମ୍ବା ଦ୍ରାବିଡ ନୁହଁନ୍ତି ବରଂ ୯, ୧୦ ଏବଂ ୧୧ ନମ୍ବରରେ ଖେଳୁଥିବା ଖେଳାଳି ଥିଲେ।

ଶୋଏବ ଅଖତର ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ, ସେ କେବଳ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କୁ ଭୟ କରୁଥିଲେ ଏବଂ ସେ ତାଙ୍କୁ ଆଉଟ କରିବାରେ ସକ୍ଷମ ହୋଇନଥିଲେ। ଏହି ବ୍ୟାଟ୍ସମ୍ୟାନ୍ ଲକ୍ଷ୍ମୀପତି ବାଲାଜୀଙ୍କ ବ୍ୟତୀତ ଆଉ କେହି ନଥିଲେ। ପ୍ରକାଶ ଯେ, ବାଲାଜୀ ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ଥିଲେ ଏବଂ ସେ ୨୦୦୨ ରୁ ୨୦୧୨ ମଧ୍ୟରେ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳିଛନ୍ତି। ଏହି ଅବଧିରେ ସେ ୮ ଟି ଟେଷ୍ଟ, ୩୦ ଟି ODI ଏବଂ ୫ ଟି -୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ଶୋଏବ ଅଖତର ବାଲାଜୀଙ୍କ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ବହୁତ ମାରୁଥିଲେ। ପୂର୍ବତନ ପାକିସ୍ତାନୀ ପେସର୍ କହିଛନ୍ତି ଯେ, “ମୋର କଠୋର ପ୍ରତିଦ୍ୱନ୍ଦ୍ୱୀ, ଯେଉଁ ବ୍ୟାଟ୍ସମ୍ୟାନ୍ ମୁଁ ଭୟ କରୁଥିଲି, ସେ ଲକ୍ଷ୍ମୀପାଥୀ ବାଲାଜୀ ଥିଲେ। ଶେଷରେ ସେ ମୋ ବଲକୁ ବହୁତ ମାରିଥିଲେ ଏବଂ ମୁଁ ତାଙ୍କୁ ଆଉଟ କରି ପାରିଲି ନାହିଁ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି: ଶୋଏବ ଅଖତର

ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି।

ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି କହିପାରେ, ଭାରତ ପାକିସ୍ତାନ ସହ କାମ କରିବାକୁ ଚାହୁଁଛି। ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି, ଏହା ମୁଁ ନିଶ୍ଚିତ। “ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ଯୋଗୁଁ ଭାରତ ବହୁ କ୍ଷତି ସହିବ। ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ କରୋନାଭାଇରସ୍ ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ୧୧୦ ଜଣ କରୋନାଭାଇରସ୍ ଭୂତାଣୁରେ ଆକ୍ରାନ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟର ପୂର୍ବରୁ କରୋନାଭାଇରସ ମଣିଷକୁ ସଂକ୍ରମିତ କରିବା ପାଇଁ ଚୀନ୍ କୁ ଦାୟୀ କରିଥିଲା। ସେ ଚୀନ ଲୋକଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ‘ମୁଁ ବୁଝିପାରୁ ନାହିଁ ଯେ ଆପଣ କିପରି ବାଦୁଡି, କୁକୁର ଏବଂ ବିଲେଇମାନଙ୍କୁ ଖାଇପାରିବେ। ଯାହାଫଳରେ ପୃଥିବୀସାରା କରୋନା ଭୂତାଣୁ ବିସ୍ତାର ହୋଇଛି। ବର୍ତ୍ତମାନ ଏଥିପାଇଁ ସମଗ୍ର ବିଶ୍ୱ ବିପଦରେ ପଡିଛି। ପର୍ଯ୍ୟଟନ, ଶିଳ୍ପ, ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ସମଗ୍ର ବିଶ୍ୱ ତାଲା ପଡିବାକୁ ଯାଉଛି। ମୁଁ ଚୀନ୍ ଲୋକଙ୍କ ବିରୋଧୀ ନୁହେଁ କିନ୍ତୁ ପଶୁମାନଙ୍କୁ ଏପରି ମାରି ଖାଉଥିବାରୁ ମୁଁ ବିରୋଧ କରୁଛି। ମୁଁ ବୁଝିପାରୁଛି ଏହା ହୁଏତ ଆପଣଙ୍କର ସଂସ୍କୃତି ହୋଇପାରେ କିନ୍ତୁ ଏହା ବର୍ତ୍ତମାନ ଆପଣଙ୍କ ପାଇଁ ଲାଭଦାୟକ ନୁହେଁ, ଏହା ମାନବିକତାକୁ ହତ୍ୟା କରୁଛି। ସେଠାରେ କିଛି ନିୟମ ରହିବା ଆବଶ୍ୟକ।

ଚୀନ୍‌ର ୱୁହାନ୍‌ ସହରରୁ ଉତ୍ପନ୍ନ କରୋନାଭାଇରସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଦେଶରେ ବ୍ୟାପିଛି, ଯେଉଁଥିରେ ୧,୭୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)