Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି: ଶୋଏବ ଅଖତର
ଅନ୍ତରାଷ୍ଟ୍ରୀୟ

ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି: ଶୋଏବ ଅଖତର

March 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି।

ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି କହିପାରେ, ଭାରତ ପାକିସ୍ତାନ ସହ କାମ କରିବାକୁ ଚାହୁଁଛି। ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି, ଏହା ମୁଁ ନିଶ୍ଚିତ। “ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ଯୋଗୁଁ ଭାରତ ବହୁ କ୍ଷତି ସହିବ। ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ କରୋନାଭାଇରସ୍ ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ୧୧୦ ଜଣ କରୋନାଭାଇରସ୍ ଭୂତାଣୁରେ ଆକ୍ରାନ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟର ପୂର୍ବରୁ କରୋନାଭାଇରସ ମଣିଷକୁ ସଂକ୍ରମିତ କରିବା ପାଇଁ ଚୀନ୍ କୁ ଦାୟୀ କରିଥିଲା। ସେ ଚୀନ ଲୋକଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ‘ମୁଁ ବୁଝିପାରୁ ନାହିଁ ଯେ ଆପଣ କିପରି ବାଦୁଡି, କୁକୁର ଏବଂ ବିଲେଇମାନଙ୍କୁ ଖାଇପାରିବେ। ଯାହାଫଳରେ ପୃଥିବୀସାରା କରୋନା ଭୂତାଣୁ ବିସ୍ତାର ହୋଇଛି। ବର୍ତ୍ତମାନ ଏଥିପାଇଁ ସମଗ୍ର ବିଶ୍ୱ ବିପଦରେ ପଡିଛି। ପର୍ଯ୍ୟଟନ, ଶିଳ୍ପ, ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ସମଗ୍ର ବିଶ୍ୱ ତାଲା ପଡିବାକୁ ଯାଉଛି। ମୁଁ ଚୀନ୍ ଲୋକଙ୍କ ବିରୋଧୀ ନୁହେଁ କିନ୍ତୁ ପଶୁମାନଙ୍କୁ ଏପରି ମାରି ଖାଉଥିବାରୁ ମୁଁ ବିରୋଧ କରୁଛି। ମୁଁ ବୁଝିପାରୁଛି ଏହା ହୁଏତ ଆପଣଙ୍କର ସଂସ୍କୃତି ହୋଇପାରେ କିନ୍ତୁ ଏହା ବର୍ତ୍ତମାନ ଆପଣଙ୍କ ପାଇଁ ଲାଭଦାୟକ ନୁହେଁ, ଏହା ମାନବିକତାକୁ ହତ୍ୟା କରୁଛି। ସେଠାରେ କିଛି ନିୟମ ରହିବା ଆବଶ୍ୟକ।

ଚୀନ୍‌ର ୱୁହାନ୍‌ ସହରରୁ ଉତ୍ପନ୍ନ କରୋନାଭାଇରସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଦେଶରେ ବ୍ୟାପିଛି, ଯେଉଁଥିରେ ୧,୭୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)

india pakisthan shoaib akhtar
Share. Facebook Twitter LinkedIn Email WhatsApp Copy Link

Related Posts

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026
Latest News

ଋଣ ଭାର ସହିନପାରି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026

ଆଜି ଏପ୍ରିଲ ୨୬ ତାରିଖ ରବିବାର, କେମିତି ରହିବ ଆଜିର ଦିନ

April 26, 2026

ରଥଯାତ୍ରା-୨୦୨୬ ପ୍ରସ୍ତୁତି ସଂପର୍କିତ ୪ର୍ଥ ବୈଠକ ଅନୁଷ୍ଠିତ

April 25, 2026

ପୁଣି ଶାନ୍ତି ଆଲୋଚନା ବିଫଳ

April 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.