Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ପନ୍ଦର ଦିନ ପାଇଁ ଲକ୍‌ ଡାଉନ୍‌ର ଅବଧିକୁ ବଢାଇଲା ପାକିସ୍ତାନ

ପାକିସ୍ତାନ :  ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଭୟାନକ କରୋନା ଭାରତ, ପାକିସ୍ତାନ ସମେତ ସାରା ଦୁନିଆରେ ପ୍ରଭାବ ବିସ୍ତାର କରିଛି । କରୋନା ଯୋଗୁଁ ପାକିସ୍ତାନରେ ସ୍ଥିତି ମଧ୍ୟ ବେଶ୍‌ ଜଟିଳ ରହିଛି । ପାକିସ୍ତାନରେ ସଂକ୍ରମିତଙ୍କ ସଂଖ୍ୟା 11 ହଜାର 510ଜଣ ରହିଥିବାବେଳେ ମୃତକଙ୍କ ସଂଖ୍ୟା 240ରୁ ଉର୍ଦ୍ଧ୍ବ ରହିଛି ।

ଭାରତ ପରି ପାକିସ୍ତାନରେ ମଧ୍ୟ କରୋନା ସହ ଲଢେଇ ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । ତେବେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ସ୍ଥିତିକୁ ଦେଖି ଇମ୍ରାନ ଖାନ୍‌ ଦେଶରେ ଲକ୍‌ ଡାଉନ୍‌କୁ 15 ଦିନ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପାକିସ୍ତାନର ପ୍ଲାନିଂ ମିନିଷ୍ଟର୍‌ ଅସଦ୍‌ ଅମର୍‌ ଲକ୍ ଡାଉନ୍‌ ଅବଧିର ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏବେ ପାକିସ୍ତାନରେ ମଇ 9 ପର୍ଯ୍ୟନ୍ତ ଲକ୍ ଡାଉନ୍‌ ଜାରି ରହିବ।

ମନ୍ତ୍ରୀ ଅସଦ୍‌ କହିଛନ୍ତି ଯେ, ସରକାର ବିଚାର ବିମର୍ଶ କରି ଦେଶବ୍ୟାପୀ ଲକ୍ ଡାଉନ୍‌ର ଅବଧିକୁ ବୃଦ୍ଧି କରିବା ନେଇ ନିଷ୍ପତ୍ତି କରିଛନ୍ତି । ଦେଶରେ ସ୍ଥାନୀୟ ସ୍ତରରେ ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ କେବଳ ବିଦେଶ ଯାତ୍ରା କାରଣରୁ ସଂକ୍ରମଣ ହେଉଥିବାବେଳେ ସ୍ଥାନୀୟ ସଂକ୍ରମଣ ମାତ୍ର 21 ପ୍ରତିଶତ ଥିଲା । ମାତ୍ର ଏବେ ଏହା 79 ପ୍ରତିଶତରେ ପହଞ୍ଚିଛି ।

ସେହିପରି ସାରା ବିଶ୍ବରେ କରୋନା ଜନିତ ସଂକ୍ରମଣ ମାମଲା 27 ଲକ୍ଷ ଡେଇଁଥିବାବେଳେ ମୃତ୍ୟୁ ସଂଖ୍ୟା 1 ଲକ୍ଷ 92 ହଜାର ପାର କରିଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପାକିସ୍ତାନରେ କେମିତି ଚାଲିଛି ଲକ୍‌ ଡାଉନ୍‌: ସ୍କୁଲ ବନ୍ଦ, କିନ୍ତୁ ମସ୍‌ଜିଦ୍‌ ରହିଛି ଖୋଲା

ପାକିସ୍ତାନ : କରୋନାର ପ୍ରଭାବ ପାଇଁ ଆଜି ସାରା ବିଶ୍ବର ଅର୍ଦ୍ଧାଧିକ ଦେଶ ଲକ୍‌ଡାଉନରେ। ଲୋକଙ୍କୁ ସାମାଜିକ ଦୂରତ୍ବର ପାଠ ପଢାଯାଉଛି। ଭାରତ ପରି ଅନେକ ଦେଶ ମନ୍ଦିର, ମସଜିଦ୍‌ ଚର୍ଚ୍ଚ ଓ ଗୁରୁଦ୍ବାର ତଥା ସମସ୍ତ ତୀର୍ଥସ୍ଥଳୀକୁ ବନ୍ଦ କରିଛନ୍ତି । କିନ୍ତୁ ପାକିସ୍ତାନ ଟିକେ ଭିନ୍ନ ଧରଣର ଲକ୍‌ ଡାଉନ୍‌ ନିୟମ ପାଳନ କରୁଛି। ଏଠାରେ ସ୍କୁଲ କଲେଜ, ମଲ୍‌ ସବୁ ବନ୍ଦ ରହିଛି । କିନ୍ତୁ ମସଜିଦ୍‌ ଖୋଲା ରହିଛି।

ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା 10 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ଏଠାରେ ମୃତ୍ୟୁ ସଂଖ୍ୟା 200 ଟପିଛି। ସେହିପରି 2300ରୁ ଉର୍ଦ୍ଧ୍ବ ଲୋକେ ସୁସ୍ଥ ହୋଇଛନ୍ତି।

ପାକିସ୍ତାନର ରାଷ୍ଟ୍ରପତି ଆରିଫ୍‌ ଅଲ୍‌ବୀ ଅପ୍ରେଲ୍‌ 18 ତାରିଖରେ ଘୋଷଣା କରିଥିଲେ ଯେ, ରାମଜାନ୍‌ ମାସର ସନ୍ଧ୍ୟା ସମୟରେ ନମାଜ ପଢିବା ପାଇଁ ମସ୍‌ଜିଦ୍‌ ଖୋଲା ରହିବ। ନାଗରିକ ଓ ଧର୍ମଗୁରୁଙ୍କ ମସ୍‌ଜିଦ୍‌ ଆସିବାକୁ ନେଇ ନିୟମ ପାଳନ କରିବାକୁ କୁହାଯାଇଛି। କରୋନା ନେଇ ସାବଧାନୀ ରହିବାକୁ କୁହାଯାଇଛି। ତେବେ 50 ବର୍ଷରୁ ଅଧିକ ବୟସ୍କ ଓ ଶିଶୁମାନଙ୍କୁ ମସଜିଦ୍‌ ଆସିବାକୁ ଅନୁମତି ଦିଆଯାଇନି। ସେହିପରି ଶୁକ୍ରବାର ଦିନ ନମାଜ ପାଠ ପଢିବା ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି।

ତେବେ ପାକିସ୍ତାନ ରାମଜାନ ମାସରେ ମସଜିଦ୍‌ରେ ସାମୂହିକ ନମାଜ ପାଠ ପଢିବାକୁ ଅନୁମତି ଦେବାକୁ ନେଇ କିଛି ଦେଶ ଚିନ୍ତା ପ୍ରକଟ କରିଛନ୍ତି। ଅପ୍ରେଲ୍‌ 21 ତାରିଖରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ ଯେ, ରାମଜାନ ସମୟରେ ଲୋକଙ୍କୁ ମସଜିଦ୍‌ ନ ଯିବାକୁ ବାରଣ କରାଯାଇପାରିବ ନାହିଁ। ଯଦି ମସଜିଦ୍‌ରେ ସାମାଜିକ ଦୂରତ୍ବକୁ ପାଳନ କରାନଯିବ ତେବେ ମସଜିଦ୍‌ ବନ୍ଦ କରାଯିବ।  ପାକିସ୍ତାନ ଏକ ସ୍ବାଧୀନ କ୍ଷେତ୍ର, ଏଠାରେ ଏକତରଫା କୌଣସି କାର୍ଯ୍ୟ କରାଯାଇପାରିବ ନାହିଁ। ଆମେ କାହାକୁ ମସଜିଦ୍‌ ନ ଯିବାକୁ ବାଧ୍ୟ କରିପାରିବା ନାହିଁ ବୋଲି କହିଛନ୍ତି ଇମାନ୍‌। ଏଠାରେ ସମସ୍ତେ ସ୍ବତନ୍ତ୍ର। ସମେସ୍ତ ନିଜ ନିଜ ବୁଦ୍ଧିର ବ୍ୟବହାର କରିବେ। ନିଜ ଦେଶ ପାଇଁ କ’ଣ ଠିକ୍‌ ସମେସ୍ତ ଠିକ୍‌ ଭାବେର ବୁଝି କାମ କରିବେ ବୋଲି କହିଛନ୍ତି ଇମ୍ରାନ୍‌। ତେବେ କରୋନାକୁ ଦୃଷ୍ଟି ରଖି ପାକିସ୍ତାନରେ ନିଜ ନାଗରିକଙ୍କ ପାଇଁ 20ଟି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ଯଦି ରାମଜାନ୍‌ ମାସରେ ମସଜିଦ୍‌ ମାଧ୍ୟମରେ କରୋନା ବ୍ୟାପେ, ତେବେ ମସଜିଦ ବନ୍ଦ କରାଯିବ ବୋଲି ସୂଚନା ରହିଛି। ପାକିସ୍ତାନରେ ମାର୍ଚ୍ଚ 13 ତାରିଖରୁ ସ୍କୁଲ ବନ୍ଦ ରହିଥିବାବେଳେ ଏହା 31 ମଇ ପର୍ଯ୍ୟନ୍ତ ବନ୍ଦ ରହିବ। ଛାତ୍ରଙ୍କୁ ଅନ୍‌ ଲାଇନ୍‌ ଶିକ୍ଷା ଦିଆଯାଉଛି। (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି: ଶୋଏବ ଅଖତର

ଲାହୋର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗିରହିଥିବାବେଳେ ପୂର୍ବତନ କ୍ରିକେଟର ଶୋଏବ ଅଖତର ବିଶ୍ବାସ କରୁଛନ୍ତି ଯେ ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି ଏବଂ ସେଥିପାଇଁ ନୂଆଦିଲ୍ଲୀ ଇସଲାମାବାଦ ସହ କାମ କରିବାକୁ ଚାହୁଁଛି।

ଅବସର ପରେ ଭାରତରେ ଖେଳ ସମୀକ୍ଷକ ଭାବରେ କାର୍ଯ୍ୟ କରିଥିବା ଅଖତର ମଧ୍ୟ ବିଶ୍ୱାସ କରନ୍ତି ଯେ ଭାରତୀୟ ନାଗରିକମାନେ ପାକିସ୍ତାନ ସହିତ କୌଣସି ଶତ୍ରୁତା କିମ୍ବା ଯୁଦ୍ଧ ଚାହୁଁ ନାହାଁନ୍ତି। “ଭାରତ ଏକ ଉତ୍ତମ ସ୍ଥାନ, ଲୋକମାନେ ମଧ୍ୟ ବହୁତ ଭଲ। କିନ୍ତୁ, ଭାରତର ଗଣମାଧ୍ୟମ ଏହାକୁ ଏପରି ଉପସ୍ଥାପନ କରନ୍ତି, ଅନୁଭବ ହୁଏ ଯେମିତି କି, ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆସନ୍ତାକାଲି ଯୁଦ୍ଧ ହେବ। ପାକିସ୍ତାନୀ ଟିଭି ସୋ ସମୟରେ ଶୋଏବ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସମଗ୍ର ଭାରତରେ ଭ୍ରମଣ କରିଛି, ଦେଶକୁ ଅତି ନିକଟରୁ ଦେଖିଛି, ମୁଁ ଆଜି କହିପାରେ, ଭାରତ ପାକିସ୍ତାନ ସହ କାମ କରିବାକୁ ଚାହୁଁଛି। ଭାରତର ପ୍ରଗତି ପଥ ପାକିସ୍ତାନ ଦେଇ ଗତି କରୁଛି, ଏହା ମୁଁ ନିଶ୍ଚିତ। “ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନାଭାଇରସ୍ ମହାମାରୀ ଯୋଗୁଁ ଭାରତ ବହୁ କ୍ଷତି ସହିବ। ବର୍ତ୍ତମାନ ସୁଦ୍ଧା ଭାରତରେ ଦୁଇଜଣ କରୋନାଭାଇରସ୍ ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ୧୧୦ ଜଣ କରୋନାଭାଇରସ୍ ଭୂତାଣୁରେ ଆକ୍ରାନ୍ତ ଅଛନ୍ତି।

ପାକିସ୍ତାନର ପୂର୍ବତନ ସ୍ପିଡଷ୍ଟର ପୂର୍ବରୁ କରୋନାଭାଇରସ ମଣିଷକୁ ସଂକ୍ରମିତ କରିବା ପାଇଁ ଚୀନ୍ କୁ ଦାୟୀ କରିଥିଲା। ସେ ଚୀନ ଲୋକଙ୍କୁ ଏକ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଥିବା ଏକ ଭିଡିଓରେ କହିଛନ୍ତି, ‘ମୁଁ ବୁଝିପାରୁ ନାହିଁ ଯେ ଆପଣ କିପରି ବାଦୁଡି, କୁକୁର ଏବଂ ବିଲେଇମାନଙ୍କୁ ଖାଇପାରିବେ। ଯାହାଫଳରେ ପୃଥିବୀସାରା କରୋନା ଭୂତାଣୁ ବିସ୍ତାର ହୋଇଛି। ବର୍ତ୍ତମାନ ଏଥିପାଇଁ ସମଗ୍ର ବିଶ୍ୱ ବିପଦରେ ପଡିଛି। ପର୍ଯ୍ୟଟନ, ଶିଳ୍ପ, ଅର୍ଥନୀତି ପ୍ରଭାବିତ ହୋଇଛି ଏବଂ ସମଗ୍ର ବିଶ୍ୱ ତାଲା ପଡିବାକୁ ଯାଉଛି। ମୁଁ ଚୀନ୍ ଲୋକଙ୍କ ବିରୋଧୀ ନୁହେଁ କିନ୍ତୁ ପଶୁମାନଙ୍କୁ ଏପରି ମାରି ଖାଉଥିବାରୁ ମୁଁ ବିରୋଧ କରୁଛି। ମୁଁ ବୁଝିପାରୁଛି ଏହା ହୁଏତ ଆପଣଙ୍କର ସଂସ୍କୃତି ହୋଇପାରେ କିନ୍ତୁ ଏହା ବର୍ତ୍ତମାନ ଆପଣଙ୍କ ପାଇଁ ଲାଭଦାୟକ ନୁହେଁ, ଏହା ମାନବିକତାକୁ ହତ୍ୟା କରୁଛି। ସେଠାରେ କିଛି ନିୟମ ରହିବା ଆବଶ୍ୟକ।

ଚୀନ୍‌ର ୱୁହାନ୍‌ ସହରରୁ ଉତ୍ପନ୍ନ କରୋନାଭାଇରସ୍‌ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ ରୁ ଅଧିକ ଦେଶରେ ବ୍ୟାପିଛି, ଯେଉଁଥିରେ ୧,୭୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇ ୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। (ଏଜେନ୍ସି)