Categories
ଆଜିର ଖବର ଖେଳ

ଅଖ୍‌ତରଙ୍କ ବିବାଦୀୟ ବୟାନ : ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ଇମ୍ରାନ୍‌ ନାଜିର୍‌

ନୂଆଦିଲ୍ଲୀ : ପାକିସ୍ତାନୀ ସ୍ପିଡଷ୍ଟର ଶୋଏବ ଅଖତର ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ପୂର୍ବତନ ପାକିସ୍ତାନୀ ଓପ୍‌ନର ଇମ୍ରାନ୍‌ ନାଜିରଙ୍କୁ ଜଣେ ଶ୍ରେଷ୍ଠ ଖେଳାଳି ଭାବରେ ଅଭିହିତ କରିବା ସହିତ ସେ ସେହ୍ବାଗଙ୍କ ଠାରୁ ଭଲ ଖେଳାଳି ଥିଲେ ବୋଲି ଅଖତର ମତ ଦେଇଛନ୍ତି । ନାଜିର୍‌ ସେହ୍ବାଗଙ୍କ ଅପେକ୍ଷା ଦକ୍ଷ ଖେଳାଳି ଥିଲେ ମାତ୍ର ସେହ୍ବାଗଙ୍କ କ୍ରିକେଟ୍‌ ଜ୍ଞାନ ଏବଂ ଭାରତୀୟ କ୍ରିକେଟ ବୋର୍ଡର ସହାୟତା ସେହ୍ବାଗଙ୍କୁ ପ୍ରସିଦ୍ଧ କରିଥିଲା । ନାଜିରଙ୍କୁ ନିୟମିତ ସୁଯୋଗ ମିଳିଥିଲେ ସେ ସେହ୍ବାଗଙ୍କ ଠାରୁ ମଧ୍ୟ ଆକ୍ରମଣାତ୍ମକ ସାବ୍ୟସ୍ତ ହୋଇଥାନ୍ତେ ବୋଲି ଅଖ୍‌ତର ମତ ଦେଇଛନ୍ତି । ମାତ୍ର ପିସିବି ନାଜିରଙ୍କୁ ଉପଯୁକ୍ତ ସୁଯୋଗ ନଦେଇ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ କ୍ୟାରିୟରକୁ ସମାପ୍ତ କରିଦେଇଥିଲା ।

Categories
ଆଜିର ଖବର ଖେଳ

ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଲେ ଏହି ପାକିସ୍ତାନୀ ଖେଳାଳି

କରାଚୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନୀ ପେସର୍‌ ଶୋଏବ୍‌ ଅଖତର । 2019 ବିଶ୍ବକପ୍‌ ପରେ ଧୋନୀ ଅବସର ଗ୍ରହଣ କରିବା ଉଚିତ୍‌ ଥିଲା ବୋଲି ଅଖତର ମତ ଦେଇଛନ୍ତି । ଧୋନୀ ନିଜ ସମୟରେ ଭାରତୀୟ କ୍ରିକେଟର ସେବା କରିଛନ୍ତି । ବର୍ତ୍ତମାନ ତାଙ୍କର ସମୟ ଶେଷ ହୋଇ ଆସିଥିବାରୁ ଧୋନୀଙ୍କୁ ଅବସର ନେଇଯିବା ଉଚିତ୍‌ ବୋଲି ରାଓ୍ବଲପିଣ୍ଡି ଏକ୍ସପ୍ରେସ୍‌ ଶୋଏବ୍‌ ଅଖତର ପ୍ରକାଶ କରିଛନ୍ତି । 2019 ବିଶ୍ବକପ୍‌ ପରଠାରୁ ଧୋନୀ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି । ଏହା ସହିତ ଧୋନୀ ଘରୋଇ କ୍ରିକେଟ୍‌ ଏବଂ ଭାରତ ଏ ପାଇଁ ମଧ୍ୟ କ୍ରିକେଟ୍‌ ଖେଳୁ ନାହାନ୍ତି । ଆଇପିଏଲ୍‌ ଧୋନୀଙ୍କ ପାଇଁ ଅନ୍ତିମ ସୁଯୋଗ ରହିଥିବା ବେଳେ କରୋନା ଭାଇରସ୍‌ କାରଣରୁ ଆଇପିଏଲ୍‌ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିଥିବା ବେଳେ ଧୋନୀଙ୍କ କ୍ୟାରିୟରକୁ ନେଇ ଫ୍ୟାନ୍‌ ମାନେ ସନ୍ଦେହରେ ଅଛନ୍ତି । ତେବେ ଅଖ୍‌ତରଙ୍କ ଏହି ମନ୍ତବ୍ୟକୁ ଧୋନୀ ଫ୍ୟାନ୍‌ମାନେ ନାପସନ୍ଦ କରିଛନ୍ତି । (ଏଜେନ୍ସି)