Categories
ଆଜିର ଖବର ମନୋରଂଜନ ସିନେମା

ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର

ହାଇଦ୍ରାବାଦ : ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର । ବ୍ଲକ୍‌ବଷ୍ଟର ଫିଲ୍ମ ‘ଗୀତା ଗୋବିନ୍ଦମ୍‌’ ନିର୍ଦ୍ଦେଶକ ପର୍ଶୁରାମଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମହେଶ ଏବଂ ଶ୍ରଦ୍ଧା ନଜର ଆସିବାକୁ ଯାଉଛନ୍ତି । ସେହିପରି ଦୁଇ ନାୟିକା ବିଶିଷ୍ଟ ଏହି ଫିଲ୍ମରେ ଜାତୀୟ ପୁରସ୍କାରପ୍ରାପ୍ତ କୀର୍ତ୍ତି ସୁରେଶ ଦ୍ବିତୀୟ ନାୟିକା ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ମହେଶଙ୍କ ଶେଷ ଫିଲ୍ମ ସରେଲୀରୁ ନିକେଏଭରୁ ବ୍ଲକ୍‌ବଷ୍ଟର ହୋଇଥିଲା । ଅପର ପକ୍ଷରେ ଶ୍ରଦ୍ଧାଙ୍କ ଡେବ୍ୟୁ ତେଲୁଗୁ ଫିଲ୍ମ ସାହୋ ବକ୍ସ ଅଫିସ୍‌ରେ ପିଟି ହୋଇ ଯାଇଥିଲା । ଏହି ଫିଲ୍ମକୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ପର୍ଶୁରାମ ଏହି ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ବାଗୀ-3ର ଟ୍ରେଲର ରିଲିଜ୍‌ : ହାଇ ଅକ୍ଟେନ୍‌ ଆକ୍ସନ୍‌ରେ ଟାଇଗର୍‌-ଶ୍ରଦ୍ଧା

ମୁମ୍ବାଇ : ଟାଇଗର ଶ୍ରଫ୍‌ଙ୍କ ଅଭିନୀତ ଅପ୍‌କମିଙ୍ଗ ଫିଲ୍ମ ବାଗୀ-3ର ଟ୍ରେଲର ଆଜି ରିଲିଜ୍‌ ହୋଇଛି । ଏହି ଫିଲ୍ମ ଜରିଆରେ ଶ୍ରଦ୍ଧା ବାଗୀ ଫାଞ୍ଚାଇଜିକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଉଭୟ ଟାଇଗର ଏବଂ ଶ୍ରଦ୍ଧା ହାଇ ଅକ୍ଟେନ୍‌ ସିନ୍‌ରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ରୀତେଶ ଦେଶମୁଖ ଏବଂ ଅଙ୍କିତା ଲୋଖାଣ୍ଡେ ନଜର ଆସୁଛନ୍ତି । ରୀତେଶ ଜଣେ ପୋଲିସ ଏବଂ ଟାଇଗରଙ୍କ ଭାଇ ଭୂମିକାରେ ନଜର ଆସିଥିବା ବେଳେ ସିରିଆ ଯାଇଥିବା ବେଳେ ତାଙ୍କୁ କିଛି ଆତଙ୍କୀ ଅପହରଣ କରି ନେଇଥାନ୍ତି । ରୀତେଶଙ୍କୁ ଉଦ୍ଧାର କରିବା ପାଇଁ ଟାଇଗର ଯାଇଥିବା ବେଳେ ଆତଙ୍କୀଙ୍କ ସହିତ ତାଙ୍କର ମୁକାବିଲା ଫିଲ୍ମରେ ଦେଖିବାକୁ ମିଳିଛି । ଅହମ୍ମଦ ଖାନ୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ସାଜିଦ୍‌ ନାଦିଓ୍ବାଦଓ୍ବାଲା ଏହାର ପ୍ରଯୋଜନା କରିଛନ୍ତି । (ଏଜେନ୍ସି)

Categories
ଭିଡ଼ିଓ

Street Dancer 3D trailer VarunShraddha gear up for dance battle

Categories
ଆଜିର ଖବର

୩୨ ବର୍ଷରେ ଶକ୍ତି ତନୟା ଶ୍ରଦ୍ଧା

ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ୩୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ର ବ୍ୟାଡ଼ମ୍ୟାନ୍‌ ଶକ୍ତିକପୁର୍‌ଙ୍କ ତନୟା ଶ୍ରଦ୍ଧା ବଲିଉଡ୍‌ରେ ନିଜର ଏକ ସ୍ଵତନ୍ତ୍ର ପରିଚିତି ସୃଷ୍ଟି କରିଛନ୍ତି । ୨୦୧୦ର ’ତିନି ପତି’ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ୨୦୧୧ରେ ଆସିଥିବା ‘ଲଭ୍‌ କା ଦ ଏଣ୍ଡ୍‌’ରେ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ।  ୨୦୧୩ରେ ବଲିଉଡ୍‌ରେ ମୁକ୍ତିଲାଭ କରିଥିବା ‘ଆଶିକି ୨’ରେ ଆରୋହି ଚରିତ୍ରରେ ସେ ରାତାରାତି ଷ୍ଟାର୍‌ ପାଲଟିଯାଇଥିଲେ । ଏହି ଫିଲ୍ମ ପାଇଁ ଶ୍ରଦ୍ଧା ଫିଲ୍ମଫେୟାର୍‌ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର ହାତେଇଥିଲେ । ପରବର୍ତ୍ତୀ ସମୟରେ ‘ହାଇଦର୍‌’, ‘ଏକ୍‌ ଭିଲେନ୍‌’, ‘ଏବିସିଡ଼ି-୨’, ‘ଓକେ ଜାନୁ’, ‘ବାଗୀ’, ’ସ୍ତ୍ରୀ’, ‘ବତୀ ଗୁଲ୍‌ ମିଟ୍ଟର ଚାଲୁ’ ଆଦି ଫିଲ୍ମରେ ନଜର ଆସି ବେଶ୍‌ ସଫଳତା ସାଉଁଟିଛନ୍ତି । ଶ୍ରଦ୍ଧା ଏବେ ବାହୁବଲୀ ଫେମ୍‌ ପ୍ରଭାସଙ୍କ ସହ ‘ସାହୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କ ଜନ୍ମଦିବସ ଅବସରରେ  ସାହୋ’ ଫିଲ୍ମର ଏକ ଟିଜର୍‌ ରିଲିଜ୍‌ କରାଯାଇଛି । ସାହୋ ବ୍ୟତୀତ, ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌, ସାଇନା ନେହ୍‌ୱାଲ୍‌ଙ୍କ ଜୀବନୀ ଆଦି ଫିଲ୍ମରେ ସେ ନଜର ଆସିବେ । ତେବେ ବଲିଉଡ୍‌ ଷ୍ଟାର୍‌ମାନେ ସବୁବେଳେ ତାଙ୍କ ରିୟଲ୍‌ ଲାଇଫ୍‌ ଠାରୁ ରିଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥା’ନ୍ତି । ‘ଆଶିକି-୨’ର ଅଭିନେତା ଆଦିତ୍ୟ ରୟ କପୁର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବାବେଳେ ନିକଟରେ ସେ ଅଭିନେତା ନିର୍ଦ୍ଦେଶକ ଫରହାନ୍‌ ଅଖତର୍‌ଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ତେବେ ଶ୍ରଦ୍ଧା ଦୁହିଁଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ପୂରାପୂରି ନିରବ ରହିଛନ୍ତି ।