Categories
ବିଶେଷ ଖବର ରାଜ୍ୟ ଖବର

ଆଜି ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ, ଜାଣନ୍ତୁ କେତେବେଳେ କଣ ହେବ

ଭୁବନେଶ୍ବର: ଆଜି ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରାଯିବ। ଏ ନେଇ ପୁରୀ ସହର ଚଳଚଞ୍ଚଳ ହୋଇ ଉଠିଛି। ହୋମଯଜ୍ଞଠାରୁ ଆରମ୍ଭ କରି ମନ୍ତ୍ରପାଠ, ସଂକୀର୍ତ୍ତନ ଏବଂ ହରିବୋଲ ହୁଳହୁଲିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ମନ୍ଦିର ପ୍ରଶାସନ ତରଫରୁ ଆଜି ପାଇଁ ଯେଉଁ କାର୍ଯ୍ୟ ନିର୍ଘଣ୍ଟ ହୋଇଛି ତାହା ହେଲା

ଅପରାହ୍ନ ୧ଟା ୧୫ରୁ ୧ଟା ୩୦-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ।

ଅପରାହ୍ନ ୧ଟା ୩୦ରୁ ୨ଟା- ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଯଜ୍ଞ ପୂର୍ଣ୍ଣାହୁତି, ଆରତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ।

ଅପରାହ୍ନ ୨ଟାରୁ ୨ଟା ୩୦- ଅନ୍ତଃ ପ୍ରଦକ୍ଷିଣ ପଥରେ ନାମ ସଂକୀର୍ତ୍ତନ ସହ ଶୋଭାଯାତ୍ରା କରାଯିବ।

ଅପରାହ୍ନ ୨ଟା ୩୦ରୁ ୩ଟା- ସଭାଗୃହରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ।

ଅପରାହ୍ନ ୩ଟା ପରେ – ସର୍ବସାଧାରଣଙ୍କ ପରିକ୍ରମା ମାର୍ଗ ପ୍ରବେଶ।

ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋର ବ୍ୟବସ୍ଥା କରାଯାଇଛି। ପରିକ୍ରମା ପ୍ରକଳ୍ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ପ୍ରଦକ୍ଷିଣ ମାର୍ଗ ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ଭକ୍ତଙ୍କ ପାଇଁ ରହିଛି ଚଲାପଥ ରହିଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ନୂଆ ବର୍ଷ ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୬୧ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ନୂଆବର୍ଷ ଉପଲକ୍ଷେ ପୁରୀରେ ପ୍ରବଳ ଭିଡର ସମ୍ଭାବନା ରହିଛି। କାରଣ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସମସ୍ତେ ନୂଆ ବର୍ଷ ଆରମ୍ଭ କରିବା ପାଇଁ ଚାହିଁଥାନ୍ତି। ସେଥିପାଇଁ ଆସନ୍ତାକାଲିଠାରୁ ବଡ ଦାଣ୍ଡରେ ଭିଡ ଆରମ୍ଭ ହୋଇଯିବ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କୁ ସୁରକ୍ଷିତ ଭାବେ ଦର୍ଶନ ପାଇଁ ୬୧ ପ୍ଲାଟୁନ ଫୋର୍ସ ମୁତୟନ କରିବା ପାଇଁ ନିଷ୍ପତି ହୋଇଛି।

ନୂଆବର୍ଷରେ ମରିଚିକୋଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଗାଡି ଚଳାଚଳକୁ ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ଭକ୍ତମାନ ଚାଲିଚାଲି ଶ୍ରୀମନ୍ଦିରକୁ ଯିବେ। ଏସବୁ ସୁବ୍ୟବସ୍ଥିତ କରିବା ପାଇଁ ବଡଦାଣ୍ଡରେ ୧୨ ଶହ ପୋଲିସ ମୁତୟନ କରାଯିବ। ଶ୍ରୀମନ୍ଦିର ବାହାରେ ୬୮ ସେକସନ ଫୋସ ମୁତୟନ କରାଯିବ।

ସେହିପରି ଶ୍ରୀମନ୍ଦିର ଭିତରେ ୩୭ ସେକସନ ଫୋର୍ସ ମୁତୟନ କରାଯିବ। ଏହା ଜଣେ କମାଣ୍ଡାଣ୍ଟ ତତ୍ବାବଧାନରେ ନିୟନ୍ତ୍ରଣ ହେବ। ଭକ୍ତଙ୍କ ଭିଡକୁ ଲକ୍ଷରଖି ବଡ ଦାଣ୍ଡରେ ୫ଟି ଏବଂ ବେଳାଭୂମିରେ ତିନୋଟି ସ୍ଥାନରେ ପୋଲିସ ନିୟନ୍ତ୍ରଣ କକ୍ଷ କରାଯିବ ବୋଲି ନିଷ୍ପତି କରାଯାଇଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆଜି ହେଉଛି ମାର୍ଗଶିର ପୂର୍ଣ୍ଣିମା ତିଥୀ, ଶ୍ରୀମନ୍ଦିରରେ ପାଳିତ ହେଲା ଏହି ନୀତି

ପୁରୀ: ଆଜି ହେଉଛି ମାର୍ଗଶିର ମାସର ପୂର୍ଣ୍ଣିମା। ଆଜି ଅନେକ ସ୍ଥାନରେ ଶେଷ ମାଣବସା ପାଳିତ ହେଉଛି। ହେଲେ ଆଜି ଏହି ପବିତ୍ର ଦିବସରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ପାଳିତ ହେଉଛି।

ଏହି ପବିତ୍ର ମାର୍ଗଶିର ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ପଣ୍ଡୁ ନୃସିଂହ ଦେବଙ୍କ ଆଶ୍ରମ ବିଜେ ନୀତି ପାଳିତ ହୋଇଛି । ଏହି ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀ ନୃସିଂହ ଦେବ ବିମାନରେ ବିଜେ ହୋଇ ସେବକମାନଙ୍କ ଗହଣରେ ଚାରି ଆଶ୍ରମ ଭ୍ରମଣ କରି ବଡ଼ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଜଗା ଦର୍ଶନ ପାଇଁ ବଢିଲା ସମୟ ସୀମା, ଶ୍ରୀମନ୍ଦିର ପ୍ରଶାସନ ଜାରୀ କଲେ ନୂଆ ଏସଓପି

ପୁରୀ: ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହେଲା ନୂଆ ଏସଓପି। ନୂଆ ଏସଓପି ଅନୁଯାୟୀ ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏଣିକି ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀୟୁଙ୍କ ଦର୍ଶନ ହେବ। ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ। ଏବେ ଏଥିରେ ପରିବର୍ତ୍ତନ କରାଯାଇ ଦର୍ଶନ ସମୟ ବଢାଇ ଦିଆଯାଇଛି।

ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ମଧ୍ୟ କରିପାରିବେ । ତେବେ ଶ୍ରୀମନ୍ଦିର ପ୍ରବେଶ ପାଇଁ ପୂର୍ବରୁ ଯେଉଁ କୋଭିଡ କଟକଣା ଥିଲା ତାହା ଜାରୀ ରହିବ। ହେଲେ ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିବ।

Categories
ଆଜିର ଖବର

ଗୋଟିଏ ଦିନ ପରେ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ

ପୁରୀ, ଆସନ୍ତା୧୬ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଖୋଲିବାର ନିଷ୍ପତ୍ତି ହୋଇଛି। ସେହି ଅନୁଯାୟୀ ଓ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭକ୍ତମାନଙ୍କ ସୁବିଧା ନିମନ୍ତେ ଶେଡ୍, ସାନିଟାଇଜେସନ୍ ସୁବିଧା ସହ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା କରାଯାଉଛି ।

୧୬ ତାରିଖରୁ ପ୍ରଥମେ ପୁରୀବାସୀଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। ଅଗଷ୍ଟ ୨୧ ତାରିଖ ଏବଂ ୨୨ ତାରିଖରେ ସପ୍ତାହନ୍ତ ସଟଡାଉନ ଥିବାରୁ ଏହି ଦିନ ଶ୍ରୀମନ୍ଦିରରେ ପ୍ରବେଶ ନିଷେଧ କରାଯାଇଛି। ପ୍ରତ୍ୟେକ ସପ୍ତାହନ୍ତ ସଟଡାଉନ ଏବଂ ପର୍ବପର୍ବାଣିରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଅନୁମତି ନାହିଁ।

ଆସନ୍ତା ୨୩ ତାରିଖ ଠାରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି। ତେବେ ସେଥିପାଇଁ ଶ୍ରଦ୍ଧାଳୁମାନେ ଉଭୟ ଡୋଜ ଟୀକା ନେଇଥିବା ଆବଶ୍ୟକ କିମ୍ବା ୯୬ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖେଇବା ଅନିବାର୍ଯ୍ୟ। ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନୁମତି ମିଳିଛି। କୋଭିଡ କଟକଣାକୁ ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Categories
RathJatra ଧର୍ମ ବିଶେଷ ଖବର ରାଜ୍ୟ ଖବର

ଜ୍ୟେଷ୍ଠ ପୂର୍ଣ୍ଣିମାରେ କଣ ପାଇଁ ତିନି ଠାକୁରଙ୍କୁ ୧୦୮ ସୁନା କଳସୀ ଜଳରେ ସ୍ନାନ କରାଯାଇଥାଏ ?

ଭୁବନେଶ୍ବର, ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକରୁ ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି।

ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ।

ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ ବିଜେ କରାଇଥିଲେ। ସେହିଠାରେ ସେତେବେଳେ ଦାରୁବ୍ରହ୍ମଙ୍କୁ ୧୦୮ ସୁନା କଳସୀ ଜଳରେ ପ୍ରଥମେ ସ୍ନାନ କରାଇଥିଲେ। ଏହାପରେ ମୂର୍ତ୍ତି ନିର୍ମାଣ ଆରମ୍ଭ କରାଯାଇଥିଲା। ସେହି ଦିନଠାରୁ ପ୍ରତି ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ତିନିଠାକୁରଙ୍କୁ ସ୍ନାନ କରାଯାଉଛି। ସେତେବେଳେ ମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ କରାଯାଇ ସ୍ନାନ କରାଯାଇଥିବାରୁ କେତେକ ଶାସ୍ତ୍ରରେ ଏହାକୁ ‘ମଞ୍ଚସ୍ନାନ’ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଜ୍ୟେଷ୍ଠମାସ ପୂର୍ଣ୍ଣିମାଠାରୁ ମହାପ୍ରଭୃଙ୍କର ପ୍ରଥମ ସ୍ଥାନଲୀଲା ଆରମ୍ଭ ହୋଇଥିଲା। ଜାତିବର୍ଣ୍ଣ ଧର୍ମ ନିର୍ବିଶେଷରେ ସେ ସମସ୍ତଙ୍କୁ ଦର୍ଶନ ଦେଇଥିଲେ। ସେଥିପାଇଁ ଏହି ଲୀଳାକୁ ପତିତପାବନ ଲୀଳା ବୋଲି କୁହାଯାଇଥାଏ। ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି : ଗରାବଡୁ ସେବକଙ୍କର ହେବ କରୋନା ପରୀକ୍ଷଣ

ଭୁବନେଶ୍ବର : ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କରୋନାକୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ ହୋଇଥିଲା । 29 ଏବଂ 30ରେ ଗରାବଡୁ ନିଯୋଗର ସମସ୍ତ ସେବକଙ୍କ କୋଭିଡ଼ ପରୀକ୍ଷା କରାଯିବ ବୋଲି ବୈଠକ ପରେ ଜଣାପଡିଛି । ଏହାସହ ଅନ୍ୟ 10ଟି ନିଯୋଗର ଟେଷ୍ଟ ପାଇଁ ପ୍ରସ୍ତାବ ରହିଛି । ପୂର୍ବରୁ ରଥ ଖଳା ସେବକଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ନାନ ପୂର୍ଣ୍ଣିମା ନୀତି ପାଇଁ ସେବାୟତଙ୍କ ତାଲିକା ଦେବାକୁ ମଧ୍ୟ କୁହାଯାଇଛି । ମେ 25 ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଟେଷ୍ଟ ପରେ ଅନ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ରାଜ୍ୟ ଖବର

ଶ୍ରୀମନ୍ଦିର ସଂସ୍କାର ରିପୋର୍ଟକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା : ଚାରି ସପ୍ତାହ ପରେ ପୁନଃଶୁଣାଣି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଂସ୍କାର ସମ୍ବଳିତ ଶ୍ରୀମନ୍ଦିର ପ୍ରଶାସନର ରିପୋର୍ଟ ଉପରେ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଥିଲେ । ଚାରି ସପ୍ତାହ ପରେ ପୁନର୍ବାର ଏହି ମାମଲାର ଶୁଣାଣି ହେବାକୁ ଯାଉଥିବା ବେଳେ 2 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ କିଛି ସୂଚନା କମ୍‌ ରହିଛି ବୋଲି ଆମିକସ କ୍ୟୁରୀ ରଞ୍ଜିତ କୁମାର ମତ ଦେଇଛନ୍ତି ।

Categories
ଆଜିର ଖବର

ଆଜିଠୁ ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ, 16/12: ଆଜି ପୌଷ ମାସ ଧନୁ ସଂକ୍ରାନ୍ତି। ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ପହିଲି ଭୋଗ ନୀତି ପାଇଁ ଆଜି ଶୀମନ୍ଦିରରେ ଭୋର ୩ଟାରୁ ଦ୍ୱାର ଫିଟାଯାଇ ନୀତି ଆରମ୍ଭ ହୋଇଛି। ବଲ୍ଭବ ସହିତ ବିରି ଓ ଗହମରେ ଗୃତପାକ ହୋଇଥିବା ବ୍ୟଞ୍ଜନ ଓ ପିଠା ଆଦିକୁ ପଞ୍ଚ ଉପଚାରରେ ଲାଗି କରାଯାଏ। ଏହି ପହିଲି ଭୋଗରେ କାକରା, ଆରିଷା ଭଳି ଅନେକ ପ୍ରକାର ପିଠା ଭୋଗ କରାଯାଇଥାଏ। ଏହି ଧନୁମାସରେ ମୁଆଁ ଭୋଗ ମଧ୍ୟ କରାଯାଇଥାଏ। ଏହି ପହିଲି ଭୋଗ ନୀତି ପ୍ରାୟ ଏକ ମାସ ଚାଲିବା ପରେ ଆସନ୍ତା ମାସ ମକର ସଂକ୍ରାନ୍ତିରେ ଶେଷ ହେବ। (ଏଜେନ୍ସି)

Categories
ଆଜିର ଖବର

ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ

ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି। ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ପ୍ରବେଶ କରିଛନ୍ତି। ଆଜି ବାହୁଟ କଣ୍ଟ ବନ୍ଧା ନୀତି ହେଉଛି। ଆସନ୍ତାକାଲି ସେନାପଟା ବନ୍ଧା ଯିବ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଅର୍ଥାତ୍‌ ୧୭ ତାରିଖ  ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବ। ଏହା ପୂର୍ବରୁ ଶ୍ରୀଜୀଉ ଅଙ୍ଗରକ୍ଷକ ଭାବେ ପରିଚିତ ଦଇତା ସେବକ ମାନେ ବାହୁଟ ଓ ସେନାପଟା ଲାଗି କରୁଛନ୍ତି। ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ପ୍ରଥମେ ବାହୁଟ ବନ୍ଧା ଯିବ। ଏହା ପରେ ଆସନ୍ତାକାଲି ସେନାପଟା ବନ୍ଧା ଯିବ। ଏଥିପାଇଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଦେଢା ମଜୁରୀ ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଏହାକୁ ନେଇ ପ୍ରଶାସନ ପାଖରେ ଦାବି କରିଥିଲେ।